କୋରାପୁଟ: ଯୁବ ଭୋଟରଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ସଚେତନତା ରଥ । ଆଜି କୋରାପୁଟରେ ଏହି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଦେବେନ ପ୍ରଧାନ ଏହି ରଥର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କୋରାପୁଟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।
ଭିଡିଓ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ ଏହି ରଥ ମାଧ୍ୟମରେ ବିଶେଷକରି ପ୍ରଥମ ଥର ଭୋଟ ଦେଉଥିବା ଯୁବଗୋଷ୍ଠୀଙ୍କୁ କିପରି ନିର୍ଭୟ ଓ ନିରପେକ୍ଷରେ ଉତ୍ତମ ପ୍ରାର୍ଥୀଙ୍କୁ ଚୟନ କରି ପାରିବେ ସେନେଇ ସଚେତନ କରାଯାଇଛି । ନିଜ ଭୋଟ ମାଧ୍ୟମରେ ସଠିକ ପ୍ରାର୍ଥୀଙ୍କୁ ଚୟନ କରିବାକୁ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇ ଦେବାକୁ ପ୍ରଚେଷ୍ଟା କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ସୂଚନା ଦେଇଛନ୍ତି ।
କୋରାପୁଟରୁ ଶାନ୍ତାକାର, ଇଟିଭି ଭାରତ