କୋରାପୁଟ: ରେଲିକୁମ୍ଭାର ଆଦିବାସୀ ପାଳିଲେ ଦିଆଲି ପରବ । ପ୍ରତି ଘରୁ ଦୀପ ଓ ନୈବେଦ୍ୟ ଆସି ଗାଁର ମଧ୍ୟଭାଗରେ ଥିବା ଗ୍ରାମଦେବୀଙ୍କ ପୀଠରେ ପୂଜା କରିବା ସହ ଏହି ଯାତ୍ରା ଆରମ୍ଭ ହୋଇଥିଲା ।
ମହାଦେଇପୁଟ ନିକଟସ୍ଥ ଚାଟିଗୁଡା ଗ୍ରାମରୁ ନିମନ୍ତ୍ରିତ ହୋଇ ଆସିଥିବା ପାରମ୍ପରିକ ବାଦ୍ୟ ଦଳ ଦ୍ୱାରା ବାଜା ବଜାଇବା ଆରମ୍ଭ ହେବା ମାତ୍ରେ ଗୁରୁମାଇଙ୍କ ସମେତ ଅନ୍ୟ ମହିଳାମାନେ ସ୍ୱତନ୍ତ୍ର ନୃତ୍ୟରେ ଝୁମି ଉଠିଥିଲେ । ବାଜାର ତୀବ୍ରତା ବଢିବା ସହ ନୃତ୍ୟର ଧାରାରେ ମଧ୍ୟ ଗତି ପରିବର୍ତ୍ତିତ ହୋଇଉଠିଥିଲା । ଏହି ଯାତ୍ରା ପ୍ରତିବର୍ଷ ଦଶହରା ପରେ ଗ୍ରାମ ଦିଶାରୀଙ୍କ କହିବା ଅନୁଯାୟୀ ନିର୍ଣ୍ଣୟ କରାଯାଇଥିବା ଦିନ ଉତ୍ସବ ଅନୁଷ୍ଠିତ ହୋଇଥାଏ ।
ଏହି ଉତ୍ସବ ମାଧ୍ୟମରେ ଗାଁର ଚାଷବାସ, ସ୍ୱାସ୍ଥ୍ୟ, ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ଗ୍ରାମଦେବୀଙ୍କ ନିକଟରେ ସାମୂହିକ ପ୍ରାର୍ଥନା କରିଛନ୍ତି ଗ୍ରାମବାସୀ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ