ETV Bharat / state

ନାଲି ଓ ହଳଦିଆ କଫି ଫଳ ଦେଉଛି ଭଳିକି ଭଳି ସ୍ବାଦର କଫି, ଚର୍ଚ୍ଚାରେ ବ୍ରାଜିଲିଆନ ୟେଲୋ ବର୍ବନ କଫି

author img

By ETV Bharat Odisha Team

Published : Dec 2, 2023, 7:20 PM IST

ରଙ୍ଗ ବେରଙ୍ଗର ପାଚିଲା କଫି ଫଳ ଦେଉଛି ଭଳିକି ଭଳି ସ୍ବାଦର କଫି । କୋରାପୁଟ କଫି ବଗିଚାରେ ଗତ ଦୁଇ ବର୍ଷ ଧରି ଦେଖିବାକୁ ମିଳୁଛି ବ୍ରାଜିଲିଆନ ୟେଲୋ ବର୍ବନ କଫି । ଅଧିକ ପଢ଼ନ୍ତୁ

କୋରାପୁଟରେ ବ୍ରାଜିଲିଆନ ୟେଲୋ ବର୍ବନ କଫି
କୋରାପୁଟରେ ବ୍ରାଜିଲିଆନ ୟେଲୋ ବର୍ବନ କଫି
କୋରାପୁଟରେ ବ୍ରାଜିଲିଆନ ୟେଲୋ ବର୍ବନ କଫି

କୋରାପୁଟ: ଜୀବନର ବିଭିନ୍ନ ରଙ୍ଗ ଭଳି କୋରାପୁଟର କଫି ବଗିଚାରେ ଏବେ ରଙ୍ଗ ବେରଙ୍ଗର ପାଚିଲା କଫି ଫଳ ଚାଷୀ ମନରେ ନୂତନ ବ୍ୟବସାୟ ସମ୍ଭାବନାର ଦ୍ବାର ଖୋଲିଦେଇଛି । ସାଧାରଣତଃ ସବୁଜ ରଙ୍ଗର କଞ୍ଚା କଫି ପାଚିଲା ବେଳକୁ ଲାଲ ରଙ୍ଗର ଫଳ ପାଲଟିଯାଏ । ଏହି ଲାଲ ରଙ୍ଗରେ ମଧ୍ୟ କିଛି ଫଳ ଚେରୀ ଫଳ ଭଳି ହାଲକା ଲାଲ ରଙ୍ଗକୁ ଧାରଣ କରୁଥିବାବେଳେ ଅନ୍ୟାନ୍ୟ ପାଚିଲା କଫି ଫଳର ରଙ୍ଗ ଗାଢ଼ ଲାଲ ରଙ୍ଗର ହୋଇଥାଏ । ବର୍ତ୍ତମାନ ଗତ ଦୁଇ ବର୍ଷ ଧରି ଦୁଇ ପ୍ରକାରର ଲାଲ ରଙ୍ଗ ସହିତ କିଛି ହଳଦିଆ ରଙ୍ଗର ପାଚିଲା ଫଳ ଦେଖିବାକୁ ମିଳୁଛି ।

ଗତ କିଛିଦିନ ଧରି କୋରାପୁଟ ଜିଲ୍ଲାର ବିଭିନ୍ନ କଫି ବଗିଚାରେ ଫଳୁଥିବା ହଳଦିଆ କଫି ଚର୍ଚ୍ଚାର କେନ୍ଦ୍ରକୁ ଆସିଛି । କଫି ଉତ୍ପାଦନକାରୀ ଓ ଖାଉଟିଙ୍କ ସମେତ ଗବେଷକଙ୍କ ମଧ୍ୟରେ ଏହି ଫଳରୁ ପ୍ରସ୍ତୁତ ହେଉଥିବା କଫିର ସ୍ବାଦକୁ ନେଇ ଉତ୍କଣ୍ଠା ଲାଗି ରହିଛି । ହଳଦିଆ ରଙ୍ଗର ପାଚିଲା କଫି ଫଳକୁ ପ୍ରକ୍ରିୟାକରଣ କରାଯିବା ପରେ ତାର ମଞ୍ଜିକୁ ଶୁଖାଇ, ଭାଜି ଗୁଣ୍ଡ କଲା ପରେ ବର୍ତ୍ତମାନ ତାର ଗୁଣ୍ଡରୁ ପ୍ରସ୍ତୁତ କଫିର ସ୍ବାଦ ପରୀକ୍ଷା କରାଯାଇଛି । ଏହି କଫିର ଏକ ନିଆରା ସ୍ବାଦ ରହିଛି । କୋରାପୁଟ ଅଞ୍ଚଳରେ ସାଧାରଣତଃ ଲାଲ ରଙ୍ଗର ପାଚୁଥିବା ଫଳରୁ ପ୍ରସ୍ତୁତ କଫି ଠାରୁ ଏହା ଅଧିକ ମଧୁର ଥିବା ଓ ସାଧାରଣ କଫିର ସ୍ବାଦ ସହିତ ଏକ ନିଆରା ଢଙ୍ଗରେ ମିଠା ଓ ଖଟା ମିଶ୍ରଣର ଏକ ନୂତନ ଅନୁଭୂତି ଦେଉଛି । ତେବେ ଅନ୍ୟ କଫି ଅପେକ୍ଷା ଏହି କଫିର ଉତ୍ପାଦନ କ୍ଷମତା ବର୍ତ୍ତମାନ ପର୍ଯ୍ୟନ୍ତ କମ ଥିବାବେଳେ ଏହାର ବ୍ୟବସାୟିକ ସଫଳତା ଏବେ ମଧ୍ୟ ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ସ୍ପଷ୍ଟ କରିଛନ୍ତି ଦଶମନ୍ତପୁର ବ୍ଲକର ଛୋଟାଗୁଡାସ୍ଥିତ ବ୍ରାଉନ ଭ୍ୟାଲି କଫି ବଗିଚାର ପରିଚାଳକ ଦୁର୍ଯ୍ୟୋଧନ ଭୋଇ ।

ଏହା ମଧ୍ୟ ପଢ଼ନ୍ତୁ...ସ୍ବାବଲମ୍ବୀ ହେବେ କୋରାପୁଟ ଯୁବପିଢି, କଫି ଚାଷ ମିଳୁଛି ପ୍ରୋତ୍ସାହନ

କିନ୍ତୁ କଫିର ଆଦର ତାକୁ ଚାଖୁଥିବା ବ୍ୟକ୍ତିଙ୍କ ଉପରେ ନିର୍ଭର କରୁଥିବା ଯୋଗୁଁ ବଗିଚାରେ ସ୍ବଳ୍ପ ପରିମାଣର ଉତ୍ପାଦିତ ହେଉଥିବା ଏହି କଫିର ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ରୁଚିକୁ ନେଇ ମଧ୍ୟ ବେଶ ଖ୍ୟାତି ଅର୍ଜନ କରିପାରେ ବୋଲି ଦୁର୍ଯ୍ୟୋଧନ ଭୋଇ ମତ ରଖିଛନ୍ତି । କଫି ବଗିଚାରେ ଏକ ସ୍ବତନ୍ତ୍ର ନେଉଳ ଭକ୍ଷଣ କରିବା ପରେ ବାହାରୁଥିବା କଫି ବିନ୍‌ରୁ ପ୍ରସ୍ତୁତ କେଭିଟ୍‌ କଫି ବହୁତ କମ ପରିମାଣରେ ଉତ୍ପାଦିତ ହେଉଥିବାବେଳେ ଏହାର ସ୍ବତନ୍ତ୍ର ଗ୍ରାହକ ରହିଥିବାରୁ ତାହା ବିଶ୍ବର ସବୁଠାରୁ ଦାମୀ କଫି ହୋଇପାରିଛି । ସେହିଭଳି ହଳଦିଆ ହୋଇ ପାଚୁଥିବା କଫି ଫଳରୁ ଉତ୍ପାଦିତ ହୋଇଥିବା ଏହି କଫିର ଗ୍ରାହକଙ୍କ ଚାହିଦା ରହିଲେ ଭବିଷ୍ୟତରେ କୋରାପୁଟ ବିଶ୍ବ ଦରବାରକୁ ଏହି ନିଆରା ସ୍ବାଦର କଫି ବହୁ ପରିମାଣରେ ଯୋଗାଇବାକୁ ସକ୍ଷମ ହୋଇପାରେ ବୋଲି ସେ ଆଶାପୋଷଣ କରିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...ପରବ ପଲ୍ଲିଶ୍ରୀ ମେଳାରେ ଲୋକଙ୍କ ପସନ୍ଦ କୋରାପୁଟ ମାଣ୍ଡିଆ ଓ କଫି

ସବୁଠାରୁ ବଡ଼ କଥା ହେଉଛି, ସବୁଜ ରଙ୍ଗର କଫି ଫଳ ପାଚିଗଲେ ଲାଲ ଦେଖାଯାଏ । କିନ୍ତୁ ଗତ ବର୍ଷ କିଛି ଗଛରେ କଫି ଫଳ ପାଚି ହଳଦିଆ ଦେଖାଯାଉଥିଲା । ପ୍ରଥମେ କଫି ଫଳ ଖରାପ ହୋଇଯାଇ ଏପରି ହଳଦିଆ ହୋଇଯାଇଥାଇପାରେ ବୋଲି ଭାବିଥିଲେ କଫି ବଗିଚାର ପରିଚାଳକ । ହେଲେ ତାହା ବ୍ରାଜିଲିଆନ ୟେଲୋ ବର୍ବନ ରକମର କଫି ବୋଲି ଜାଣିବାକୁ ପାଇବା ପରେ ସେହି ହଳଦିଆ ଫଳକୁ ଏକାଠି କରି ତାର ମଞ୍ଜିକୁ ବିହନ କରି କଫି ବଗିଚା ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନରେ ଲଗାଇବାର ବ୍ୟବସ୍ଥା କରୁଥିବା ସେ ଜଣାଇଛନ୍ତି । ୟେଲୋ ବର୍ବନ କିସମର କଫି ମୂଳତଃ ବ୍ରାଜିଲରେ ଦେଖାଯାଇଥିବା ବେଳେ ଏହି କଫିର ସ୍ବାଦ ହାଲୁକା ରହି କଫିକୁ ଭଲ ପାଉଥିବା ଲୋକଙ୍କୁ ଏକ ନୂତନ ଆନନ୍ଦ ଆଣିଦେବ ବୋଲି ଦୁର୍ଯ୍ୟୋଧନ ଭୋଇ ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.