ETV Bharat / state

ରାଜା ବିକ୍ରମଦେବ ବର୍ମାଙ୍କ 155ତମ ଜୟନ୍ତୀ, ଜୀବନୀ ସମ୍ପର୍କିତ ପୁସ୍ତକ ଉନ୍ମୋଚନ

author img

By

Published : Jun 30, 2023, 10:16 PM IST

ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜୟପୁର ଜମିଦାରୀର ମହାରାଜ ରାଜା ବିକ୍ରମ ଦେବ ବର୍ମାଙ୍କ 155ତମ ଜୟନ୍ତୀ ପାଳନ । ଅଧିକ ପଢ଼ନ୍ତୁ

155th birth anniversary of rajarshee bikramdev
ରାଜର୍ଶୀ ବିକ୍ରମଦେବ ବର୍ମାଙ୍କ 155 ତମ ଜୟନ୍ତୀ ପାଳନ

କୋରାପୁଟ: ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜୟପୁର ଜମିଦାରୀର ମହାରାଜ ବିକ୍ରମ ଦେବ ବର୍ମାଙ୍କ 155ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜୟପୁର ସାହିତ୍ୟ ପରିଷଦ ପକ୍ଷରୁ ସ୍ମୃତିଚାରଣ ସଭାର ଆୟୋଜନ ହୋଇଥିଲା । ଏହି ଅବସରରେ ବିଶିଷ୍ଟ ଗବେଷକ ପରେଶ ରଥଙ୍କ ଦ୍ଵାରା ବିକ୍ରମ ଦେବ ବର୍ମାଙ୍କ ଜୀବନୀ ଓ ସାହିତ୍ୟ ସାଧନା ସମ୍ପର୍କରେ ବିଭିନ୍ନ ତଥ୍ୟ ସମ୍ବଳିତ ଇଂରାଜୀ ପୁସ୍ତକ ଉନ୍ମଚୋନ ହୋଇଛି ।

ଓଡ଼ିଆ, ତେଲୁଗୁ , କନ୍ନଡ, ସଂସ୍କୃତ ଓ ଇଂରାଜୀ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରି ନିଜ କଲମ ମୁନରେ ସାହିତ୍ୟ ସୃଷ୍ଟି କରିବା ସହିତ ସାହିତ୍ୟକୁ ପ୍ରୋତ୍ସାହନ ଯୋଗାଇବାର ଅନନ୍ୟ ସାଧନାର ଫଳସ୍ୱରୂପ ରାଜର୍ଶୀ ସମ୍ମାନରେ ଭୂଷିତ ହୋଇଥିଲେ ବିକ୍ରମ ଦେବ ବର୍ମା । ୧୯୩୧ ମସିହାରୁ ୧୯୫୧ ମସିହା ପର୍ଯ୍ୟନ୍ତ ଜୟପୁର ରାଜ ସିଂହାସନରେ ବସି ଏହି ଅଞ୍ଚଳର ଶିକ୍ଷା ସ୍ୱାସ୍ଥ୍ୟ ଓ ଜଳ ଯୋଗାଣ ଦିଗରେ ବିକ୍ରମଦେବ ବର୍ମା ଅଭୂତପୂର୍ବ କାର୍ଯ୍ୟ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଲକ୍ଷ୍ମୀକାନ୍ତ ପାଢ଼ୀ କହିଛନ୍ତି, "ତତ୍କାଳୀନ ମାଡ୍ରାସ ବିଶ୍ୱବିଦ୍ୟାଳୟ ଓ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟର ପାଠ୍ୟକ୍ରମରେ ବିକ୍ରମ ଦେବଙ୍କ ରଚିତ ବିଭିନ୍ନ ବିଷୟ ସ୍ଥାନ ପାଇଥିଲା । କିନ୍ତୁ ଆଜି ଓଡ଼ିଶାର ପାଠ୍ୟପୁସ୍ତକ ଗୁଡ଼ିକରେ ମହାରାଜଙ୍କ ରଚନା କିମ୍ବା ତାଙ୍କ ବିଷୟରେ ରଚନାର ଅଭାବ ରହିଥିବା ଯୋଗୁଁ ଧୀରେଧୀରେ ଯୁବ ମାନସରେ ମହାରାଜ ବିକ୍ରମ ଦେବ ବର୍ମା ଏକ ବିସ୍ମୃତ ଇତିହାସର ରୂପ ନେବାରେ ଲାଗିଛି ।"

ଏହା ମଧ୍ୟ ପଢ଼ନ୍ତୁ: ପଣ୍ଡିତ ରଘୁନାଥ ମୁର୍ମୁ ଓ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀଜୈଲ ସିଂହଙ୍କ ଜୟନ୍ତୀ, ସ୍ମୃତିଚାରଣ କଲେ ରାଷ୍ଟ୍ରପତି ମୁର୍ମୁ

ବିକ୍ରମ ଦେବ ବର୍ମାଙ୍କ ରାଜୁତି ସମୟରେ ଓଡ଼ିଶାର ଗଞ୍ଜାମ ଓ କୋରାପୁଟ ସମେତ ଆନ୍ଧ୍ରର ଅନେକ ଭାଗରେ ଅବସ୍ଥାନ କରୁଥିବା ଛାତ୍ରଛାତ୍ରୀ ଆନ୍ଧ୍ର ବିଶ୍ୱବିଦ୍ୟାଳୟକୁ ପ୍ରାଥମିକତା ଦେଉଥିଲେ । ତେଣୁ ସେ ସେହି ବିଶ୍ବବିଦ୍ୟାଳୟକୁ ବହୁ ପରିମାଣରେ ଆର୍ଥିକ ସହଯୋଗ କରିଥିଲେ । ଏଥିରୁ ମହାରାଜଙ୍କ ଏହି ଅଞ୍ଚଳର ଶିକ୍ଷା ପ୍ରତି ଥିବା ଅବଦାନ ଜଣାପଡ଼େ ବୋଲି ବିଶେଷକ ମତ ପ୍ରକାଶ କରିଛନ୍ତି । ତେବେ ବିକ୍ରମ ଦେବ ବର୍ମାଙ୍କ କୃତିକୁ ସରକାର ସମ୍ମାନ ଜଣାଇ ପ୍ରତିବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ତାଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଏ । ଏଥିସହିତ ସାହିତ୍ୟ ସଭା ଅନୁଷ୍ଠିତ କରାଯାଇ ସ୍ମୃତିଚାରଣ କରାଯାଇଥାଏ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.