କୋରାପୁଟ: କୋରାପୁଟ ଜିଲ୍ଲାରେ ପଲସ୍ ପୋଲିଓ ଅଭିଯାନରେ ପ୍ରଥମ ଦିନରେ ଅପୂର୍ବ ସଫଳତା । ରବିବାର ଆରମ୍ଭ ହୋଇଥିବା ପଲ୍ସ ପୋଲିଓ ଅଭିଯାନ ଗତବର୍ଷ ଅପେକ୍ଷା ପ୍ରଥମ ଦିନରେ ଶତକଡା ଦୁଇ ଭାଗ ଅଧିକ ଶିଶୁଙ୍କ ପାଖରେ ପହଞ୍ଚି ପାରିଛି । ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା ।
ଜିଲ୍ଲାରେ ସମୁଦାୟ 1,71,226 ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବାର ଲକ୍ଷ୍ୟ ରହିଥିଲା । ତେବେ ପ୍ରଥମଦିନରେ ହିଁ 1574 ଟି ପୋଲିଓ ବୁନ୍ଦା ପ୍ରଦାନ କେନ୍ଦ୍ରରେ 1,52,174 ଜଣଙ୍କୁ ପୋଲିଓ ବୁନ୍ଦା ଦିଆଯାଇପାରିଛି ବୋଲି ସେ ଜଣାଇଛନ୍ତି । ସୋମବାର ଓ ମଙ୍ଗଳବାର ଦିନ ସ୍ବାସ୍ଥ୍ୟକର୍ମୀ ମାନେ ବାକି ରହିଯାଇଥିବା ଶିଶୁଙ୍କ ଘରକୁ ଯାଇ ପୋଲିଓ ବୁନ୍ଦା ଖୁଆଇବେ ବୋଲି ଡାକ୍ତର ବେଉରା ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ