ETV Bharat / state

ଜନନୀ ଯନ୍ତ୍ରଣା: ତିନି କିଲୋମିଟର ଚାଲିଲେ ଗର୍ଭବତୀ - ସୁଗମ ରାସ୍ତା

ଗାଁକୁ ରାସ୍ତା ନଥିବାରୁ ତିନି କିଲୋମିଟର ଚାଲିବା ପରେ ଅଠର କିଲୋମିଟର ଆମ୍ବୁଲାନ୍ସରେ ଯାଇ ଜଣେ ଗର୍ଭବତୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ନାରାୟଣପାଟଣା ବ୍ଲକର ବିଜାଘାଟି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡ ଗୋଡ଼ତି ଗ୍ରାମରେ ଘଟିଛି ଏ ଘଟଣା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ
author img

By

Published : Sep 17, 2019, 2:15 PM IST

କୋରାପୁଟ: ମାଆ ଓ ମମତାର ରକ୍ଷା ପାଇଁ ଅନେକ ଯୋଜନା ରାଜ୍ୟରେ କରାଯାଇଛି । ମାତ୍ର ତାହାର ସୁପରିଚାଳନା ଶୂନ । ଏକଥା ଆମେ ନୁହେଁ ଏ ଦୃଶ୍ୟ କହୁଛି । ଗାଁକୁ ରାସ୍ତା ନଥିବାରୁ ତିନି କିଲୋମିଟର ଚାଲିବା ପରେ ଅଠର କିଲୋମିଟର ଆମ୍ବୁଲାନ୍ସରେ ଯାଇ ଜଣେ ଗର୍ଭବତୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

ଘଟଣାଟି ଘଟିଛି ମାଥାଲପୁଟ ସ୍ବାସ୍ଥ୍ୟକେନ୍ଦ୍ରରେ । ନାରାୟଣପାଟଣା ବ୍ଲକର ବିଜାଘାଟି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡ ଗୋଡ଼ତି ଗ୍ରାମର ନଭେ ସାଉଁନ୍ତା ତିନି କିଲୋମିଟର ଚାଲିବା ପରେ ପୁଣି 18 କିଲୋମିଟର ଅତିକ୍ରମ କରିବା ପରେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ଏହି ବ୍ଲକର ନାଲକୋ ପାରିପାର୍ଶ୍ବିକ ଅଞ୍ଚଳରେ ଥିବା ମୁଣ୍ଡଗଡତି, ତଲଗଡତି, ତଳ ରଙ୍ଗପାଣି , ଉପର ରଙ୍ଗପାଣି ଓ କୁତୁଡି ଭଳି ଅନେକ ଗ୍ରାମକୁ ଏ ପର୍ଯ୍ୟନ୍ତ ସୁଗମ ରାସ୍ତା ଖଣ୍ଡିଏ ନଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro: କୁ ରାସ୍ତା ନ ଥିବାରୁ ଗତକାଲି ତିନିକିଲୋମିଟର ଚାଲିବା ପରେ ଅଠର କିଲୋମିଟର ଆମ୍ବୁଲାନ୍ସ ରେ ଯାଇ ମାଥାଲପୁଟ ସ୍ୱାସ୍ତ୍ୟ କେନ୍ଦ୍ରରେ କନ୍ୟା ସନ୍ତାନ ଜନ୍ମ ଦେଲେ ନାରାୟଣପାଟଣା ବ୍ଲକର ବିଜାଘାଟି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡ ଗୋଡ଼ତି ଗ୍ରାମର ମହିଳା ନଭେ ସାଉଁନ୍ତା ।Body:ଏହି ବ୍ଲକର ନାଲକୋ ପାରିପାର୍ଶ୍ବିକ ଅଂଚଳରେ ଥିବା ମୁଂଡଗଡତି , ତଲଗଡତି , ତଲରଙ୍ଗପାଣି , ଉପର ରଙ୍ଗପାଣି ଓ କୁତୁଡି ଭଳି ଅନେକ ଗ୍ରାମକୁ ଏ ପର୍ଯ୍ୟନ୍ତ ସଡକ ପହଂଚିପାରିନଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।Conclusion:........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.