ETV Bharat / state

ମହିଳାଙ୍କୁ ଆର୍ଥିକ ସହଯୋଗ ଯୋଗାଇଲା Pragati ସଙ୍ଗଠନ - financial support to women in koraput

କୋରାପୁଟ ଜିଲ୍ଲାରେ ଚାଷୀଙ୍କ ସହ କାର୍ଯ୍ୟ କରୁଥିବା ଆର୍ଥିକ ଭାବେ ଅନଗ୍ରସର ଥିବା ମହିଳାଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କଲା ସ୍ବେଚ୍ଛାସେବୀ ସଂଗଠନ 'ପ୍ରଗତି' (Koraput Pragati organization) । ଅଧିକ ପଢନ୍ତୁ

ମହିଳା ଉତ୍ପାଦକ କମ୍ପାନୀଙ୍କୁ ଆର୍ଥିକ ସହଯୋଗ ଯୋଗାଇଲା Pragati organization Koraput

author img

By

Published : Nov 25, 2021, 1:06 PM IST

କୋରାପୁଟ: ପ୍ରତ୍ୟେକ ମହିଳା ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବେ । ଏହି ବିଶ୍ବାସ ନେଇ ଜିଲ୍ଲାରେ ଚାଷୀଙ୍କ ସହ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂଗଠନ 'ପ୍ରଗତି' ଦ୍ବାରା ଆର୍ଥିକ ଭାବେ ଅନଗ୍ରସର ଥିବା ମହିଳାଙ୍କୁ ନେଇ ବିଭିନ୍ନ ଗ୍ରାମରେ ମହିଳା ଉତ୍ପାଦକ କମ୍ପାନୀ ଗଠନ କରାଯାଇଛି । କୋରାପୁଟ , ନନ୍ଦପୁର, ଜୟପୁର, ବୋରିଗୁମ୍ମା, କୋଟପାଡ ଓ ଦଶମନ୍ତପୁର ବ୍ଲକର ଏହି ସବୁ ଗ୍ରାମରେ ଉତ୍ପାଦକ କମ୍ପାନୀ ଆରମ୍ଭ ହୋଇଛି ।

ମହିଳା ଉତ୍ପାଦକ କମ୍ପାନୀଙ୍କୁ ଆର୍ଥିକ ସହଯୋଗ ଯୋଗାଇଲା Pragati organization Koraput

ତେବେ ଚଳିତ ବର୍ଷ ଏହି ମହିଳା ସଂଗଠନ ଗୁଡିକୁ 1.5 କୋଟି ଟଙ୍କାର ସହଯୋଗ ରାଶି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରଗତିର ବରିଷ୍ଠ କର୍ମକର୍ତ୍ତା ଲୁନା ପଣ୍ଡା ସୂଚନା ଦେଇଛନ୍ତି । ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ କୋଟପାଡ ବ୍ଲକର 300 ଜଣ ମହିଳାଙ୍କୁ ନେଇ ଗଠିତ ହୋଇଥିବା ବିଭିନ୍ନ ଉତ୍ପାଦକ କମ୍ପାନୀକୁ ମୋଟ 50 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଗତକାଲି ବୋରିଗୁମ୍ମାର ତିନୋଟି ମହିଳା ଉତ୍ପାଦକ କମ୍ପାନୀକୁ ମୋଟ 12 ଲକ୍ଷ 30 ହଜାର ଟଙ୍କାର ସହଯୋଗ ରାଶି ପ୍ରଦାନ କରାଯାଇଛି । ଏହି ସହଯୋଗ ରାଶିକୁ ମହିଳା ଦଳର ମୂଳଧନ ପାଣ୍ଠି ଭାବେ ଗ୍ରହଣ କରି ମହିଳା ସଦସ୍ୟଙ୍କୁ ସେମାନଙ୍କ ଦ୍ବାରା ଆରମ୍ଭ କରାଯାଉଥିବା ବିଭିନ୍ନ ଛୋଟ ଛୋଟ ବ୍ୟବସାୟ କରିବା ପାଇଁ ଋଣ ପ୍ରଦାନ କରାଯାଇଛି।

ତେବେ ହିତାଧିକାରୀ ମହିଳା ମାନେ ବ୍ୟବସାୟର ଲାଭରୁ ନିର୍ଦ୍ଧାରିତ ସମୟସୀମାରେ ନିଜ ସଙ୍ଗଠନକୁ ଋଣ ଅର୍ଥ ଫେରାଇଦେବାର ବ୍ୟବସ୍ଥା କରାଯାଇଥିବା ମଧ୍ୟ କୁହାଯାଇଛି । ପ୍ରଗତି ତରଫରୁ ଦିଆଯାଇଥିବା ସହଯୋଗ ରାଶିକୁ ନେଇ ମହିଳା ମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ନାବାର୍ଡ଼ର କୋରାପୁଟ ଶାଖା ପରିଚାଳକ ମୁରାରୀ ମୋହନ ବେହେରା ମତ ରଖିଛନ୍ତି । ସେମାନେ ଆରମ୍ଭ କରୁଥିବା ବ୍ୟବସାୟକୁ ଆବଶ୍ୟକ ସ୍ଥଳେ ବ୍ୟାଙ୍କ ସଂଯୋଗୀକରଣ କରାଇ ଆହୁରି ଆଗକୁ ନେବା ପାଇଁ ସହଯୋଗ କରାଯିବ ବୋଲି ସେ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.