ETV Bharat / state

ବନ୍ଦ ହେବ ବ୍ୟାଙ୍କ ଠକେଇ, ରୋକିବା ପାଇଁ ପୋଲିସ ସହ ବ୍ଲୁ ପ୍ରିଣ୍ଟ

author img

By

Published : Oct 5, 2021, 7:05 AM IST

ବ୍ୟାଙ୍କ ଠକେଇ ରୋକିବା ପାଇଁ କୋରାପୁଟ ପୋଲିସ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ । ବିଭିନ୍ନ ଦିଗକୁ ନେଇ ହେଲା ଆଲୋଚନା । ଅଧିକ ପଢନ୍ତୁ...

ବ୍ୟାଙ୍କରେ ଠକେଇ ରୋକିବା ପାଇଁ ପୋଲିସ-ବ୍ୟାଙ୍କ ବୈଠକ

କୋରାପୁଟ: ବ୍ୟାଙ୍କରେ ଠକେଇ ରୋକିବା ପାଇଁ ପ୍ରୟାସ ଆରମ୍ଭ କରିଛି ପୋଲିସ। ଏନେଇ କୋରାପୁଟ ଟାଉନ ଥାନାରେ ପୋଲିସ ଓ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କିପରି ଏହି ଶ୍ରେଣୀଭୁକ୍ତ ଠକେଇ ଗୁଡିକ ରୋକିବା ଦିଗରେ ବ୍ୟାଙ୍କ କର୍ମଚାରୀମାନେ ସଫଳ ହେବେ ତାକୁ ନେଇ ଏକାଧିକ ଦିଗ ଉପରେ ଆଲୋଚନା ହୋଇଛି। ଏଥିରେ 16 ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।

ଗତ କିଛିଦିନ ପୂର୍ବେ କୋରାପୁଟର ଏକ ବ୍ୟାଙ୍କରେ ଋଣ ନେଉଥିବା ଖାତାଧାରୀଙ୍କ ଆକାଉଣ୍ଟରୁ ଅର୍ଥ ଗାଏବ ହେବା ଘଟଣା ସାମ୍ନାକୁ ଆସିଥିଲା। ତଦନ୍ତ ପରେ ଏଥିରେ ବ୍ୟାଙ୍କ କର୍ମଚାରୀଙ୍କ ସହ କିଛି ଠିକା କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜଣା ପଡିଥିଲା। ଏପରି ଘଟଣା ପରେ ବ୍ୟାଙ୍କ ଗୁଡିକ କିପରି ଅଧିକ ସଜାଗ ରହି ସେମାନଙ୍କ କର୍ମଚାରୀ ଓ ବାହାରର ଦଲାଲଙ୍କ ହାତରେ ଗ୍ରାହକ ଠକେଇ ରୋକି ପାରିବେ,ସେ ନେଇ SDPO ଗୁଣନିଧି ମଲ୍ଲିକ ସୂଚନା ଦେଇଥିଲେ। ଲିଡ଼ ବ୍ୟାଙ୍କ ଚିଫ ମ୍ୟାନେଜର ଲିଙ୍ଗରାଜ ସାହୁ ବ୍ୟାଙ୍କ ଗୁଡିକରେ ଲାଗିଥିବା ସମସ୍ତ CCTV କାର୍ଯ୍ୟକ୍ଷମ ରଖିବା ଉପରେ ଗୁରୁତ୍ବ ଦେଇଥିଲେ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.