ETV Bharat / state

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ଲେଟଲେଟ ଚିକିତ୍ସାର ଶୁଭାରମ୍ଭ

କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ରକ୍ତଭଣ୍ଡାରରେ ରକ୍ତ ଉପାଦାନ ପୃଥକୀକରଣ ପ୍ରକ୍ରିୟା ପାଇଁ ସ୍ଵତନ୍ତ୍ର ୟୁନିଟର ଶୁଭାରମ୍ଭ କରାଯାଇଛି । ଅଧିକ ପଢ଼ନ୍ତୁ...

author img

By

Published : Aug 2, 2021, 10:16 PM IST

platelet treatment started in sahid laxman nayak medical college koraput
ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ଳେଟଲେଟ ଚିକିତ୍ସାର ଶୁଭାରମ୍ଭ

କୋରାପୁଟ: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ରକ୍ତଭଣ୍ଡାରରେ ରକ୍ତ ଉପାଦାନ ପୃଥକୀକରଣ ପ୍ରକ୍ରିୟା ପାଇଁ ସ୍ଵତନ୍ତ୍ର ୟୁନିଟର ଶୁଭାରମ୍ଭ କରାଯାଇଛି । ଏହା ଦ୍ଵାରା ପ୍ଳେଟଲେଟ କମିଯାଉଥିବା ଯେକୌଣସି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଆଉ ବାହାରକୁ ଚିକିତ୍ସା ପାଇଁ ଯିବାକୁ ପଡିବ ନାହିଁ । ଏହାକୁ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ସୀତାକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ଅବଦଲ ଅକ୍ତର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ଲେଟଲେଟ ୟୁନିଟକୁ ଉଦଘାଟନ କରିଛନ୍ତି । ଏହି ୟୁନିଟ ଦ୍ବାରା ପ୍ଲେଟଲେଟ ଓ ପ୍ଳାଜମା ଭଳି ରକ୍ତର ବିଭିନ୍ନ ଉପାଦାନକୁ ଅଲଗା ଅଲଗା କରି ବ୍ୟବହାର କରିହେବ । ଏଥିଯୋଗୁଁ ସଂଗୃହୀତ ରକ୍ତର ଉତ୍କୃଷ୍ଟମାନ ବ୍ୟବହାର କରାଯାଇପାରିବ । ତାସାଙ୍ଗକୁ ଗୋଟିଏ ରକ୍ତ ୟୁନିଟକୁ ଏକାଧିକ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ବ୍ୟବହାର କରିହେବ । ଏହାକୁ ନେଇ ଡାକ୍ତର ସୀତାକାନ୍ତ ମହାପାତ୍ର ସ୍ପଷ୍ଟ କରିଛନ୍ତି ।

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ଲେଟଲେଟ ୟୁନିଟ ନଥିବାରୁ ବହୁ ରୋଗୀଙ୍କୁ ବାହାରକୁ ଚିକିତ୍ସା ପାଇଁ ଯିବାକୁ ପଡ଼ୁଥିଲା । ଏହାଦ୍ବାରା ଅନେକ ରୋଗୀ ଉପକୃତ ହୋଇ ପାରିବେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.