ETV Bharat / state

ମିଳିଛି ପତ୍ନୀଙ୍କ ପୂର୍ଣ୍ଣ ସହଯୋଗ, ଅକ୍ଷମ ହୋଇ ବି ସକ୍ଷମ ସାଜିଛନ୍ତି ଦିଲୀପ - ଦିଲୀପ ଚର୍ଚ୍ଚି

ସମସ୍ତ ଅସୁବିଧାକୁ ସାମ୍ନା କରି ନିଜ ଅକ୍ଷମତା ଉପରେ ବିଜୟ ହାସଲ କରି ଦିଲୀପ ନିଜ ସହ ନିଜ ପରିବାରର ଭରଣ ପୋଷଣ କରିବାରେ ସକ୍ଷମ ହୋଇଛନ୍ତି । ଅଧିକ ପଢନ୍ତୁ...

ଅକ୍ଷମ ହୋଇବି ସକ୍ଷମ, ଯୁବ ପୀଢିଙ୍କ ପାଇଁ ସାଜିଲେ ଉଦାହରଣ

author img

By

Published : May 23, 2021, 6:50 AM IST

କୋରାପୁଟ: ଦୀର୍ଘ 30 ବର୍ଷ ଧରି ହ୍ବିଲ ଚେୟାରରେ ବିତୁଛି ଜୀବନ । ହେଲେ କାହା ଉପରେ ବୋଝ ପାଲଟି ନାହାନ୍ତି ସେ । ନିଜ ଗୋଡରେ ଠିଆ ନହୋଇପାରିଲେ ସୁଦ୍ଧା ତାଙ୍କର ବୁଦ୍ଧି ଓ ଅନ୍ୟର ହାତ ସାହାଯ୍ୟରେ ସେ ନିଜ ପରିବାରର ଭରଣ ପୋଷଣ କରିବାରେ ସକ୍ଷମ ଅଟନ୍ତି । ଆମେ କହୁଛୁ କୋରାପୁଟ କୋଲାବ ନଗରର ଦିଲୀପ କୁମାର ଚର୍ଚ୍ଚିଙ୍କ କଥା। ଯାହାଙ୍କ ପାଇଁ ତାଙ୍କ ପରିବାରର ସହଯୋଗ ଓ ସାମନାରେ ଠିଆ ହୋଇଥିବା ଗ୍ରାହକ ହିଁ ସବୁକିଛି।

ଅକ୍ଷମ ହୋଇବି ସକ୍ଷମ, ଯୁବ ପୀଢିଙ୍କ ପାଇଁ ସାଜିଲେ ଉଦାହରଣ

ଖୁବ କମ ବୟସରୁ ସେ ସବୁଦିନ ପାଇଁ ଚଲାବୁଲା କରିବା ବନ୍ଦ କରିଦେଇଥିଲେ । ଆଉ ହ୍ବିଲ ଚେୟାରର ସାହାରା ନେଇଥିଲେ । ଯାହା ସେ କେବେ ବି ସ୍ବପ୍ନରେ କଳ୍ପନା କରି ନଥିଲେ । କାରଣ ସେ ଦଶମ ଶ୍ରେଣୀ ପଢିବା ସମୟରେ ମସକ୍ୟୁଲାର ଡିସଟ୍ରୋଫି ରୋଗରେ ଆକ୍ରାନ୍ତ ହୋଇଥିଲେ । ଫଳରେ ତାଙ୍କର ଗୋଡ ହାତ ସବୁଦିନ ପାଇଁ ଅକାମୀ ହୋଇଯାଇଥିଲା । କିନ୍ତୁ ହାରିଗଲେ ଘର ସଂସାର ଚାଲିବ କେମିତି ! ବାପାଙ୍କ ଦେହାନ୍ତ ପରେ ଆହୁରି ଏକାକୀ ହୋଇଯାଇଥିଲେ ଦିଲୀପ । ମା' ମଧ୍ୟ ଚାଲିବୁଲି ପାରୁନାହାନ୍ତି । ଗୋଟେ ପଟେ ପେଟପାଟଣାର ଚିନ୍ତା ତ ଆରପଟେ ଘର ସମ୍ଭାଳିବା ର ଦାୟିତ୍ଵ । ତେବେ ଦେବଦୂତ ଭଳି ତାଙ୍କ ପାଖରେ ବିରାଟ ବରଗଛ ସଦୃଶ ଆସି ଠିଆ ହେଲେ ତାଙ୍କ ଧର୍ମପତ୍ନୀ ଜୟନ୍ତୀ ।

ମା’ଙ୍କ ସେବା ଶୁଶ୍ରୂଷା କରିବା ଠାରୁ ଆରମ୍ଭ କରି ଜୟନ୍ତୀ ଜୀବନଜୀବିକାର ନୂତନ ଧାରା ଖୋଜିବାରେ ପାଦେ ପାଦେ ସହଯୋଗର ହାତ ବଢାଇଥିଲେ ବୋଲି କହିଛନ୍ତି ଦିଲୀପ । ତାଙ୍କ ପ୍ରୟାସରେ ସନ୍ତୁଷ୍ଟ ହୋଇ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତାଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ । କୋଲାବ ନଗରରେ ଷ୍ଟେଟ ବେଙ୍କ କଡରେ ଗ୍ରାହକ ସେବା କେନ୍ଦ୍ର ଖୋଲିବା ପାଇଁ ସମସ୍ତ ସହଯୋଗ ପ୍ରଦାନ କରିଥିଲେ ବୋଲି ଦିଲୀପ ଜଣାଇଛନ୍ତି । ବାପା ମାଙ୍କ ଅଦମ୍ୟ ସାହସ, ଏକାଗ୍ରତା ଓ ଜୀବନଧାରାକୁ ଦେଖି ତାଙ୍କ ଦୁଇ ପୁଅ ମଧ୍ୟ କାନ୍ଧରେ କାନ୍ଧ ମିଶାଇ ପ୍ରସ୍ତୁତ ହୋଇଉଠିଥିବା କହିଛନ୍ତି ଶୁଭାକାଙ୍ଖି ।

ପତ୍ନୀ ଓ ପୁତ୍ରଙ୍କ ସହଯୋଗ ସାଙ୍ଗକୁ ନିଜ ବୁଦ୍ଧି ଓ ଗ୍ରାହକଙ୍କ ଶୁଭେଚ୍ଛାକୁ ନେଇ ନିଜେ ହ୍ବିଲ ଚେୟାର ରେ ବସିଥିଲେ ମଧ୍ୟ ନିଜ ଟିକି ଦୋକାନରେ ଉନ୍ନତ ସେବା ମାଧ୍ୟମରେ ସମସ୍ତଙ୍କ ଜୀବନରେ ନୂତନ ଆଶା ସଂଚରିତ କରିପାରୁଥିବା ଯୋଗୁଁ ଗର୍ବିତ ବୋଲି ଦିଲୀପ ମତ ରଖିଛନ୍ତି । ସମସ୍ତ ଅସୁବିଧାକୁ ସାମ୍ନା କରି ନିଜ ଅକ୍ଷମତା ଉପରେ ବିଜୟ ହାସଲ କରିଥିବା ଦିଲୀପ ଏବେ ସମସ୍ତ ଯୁବପିଢୀଙ୍କ ପାଇଁ ଏକ ଜ୍ଵଳନ୍ତ ଉଦାହରଣ ପାଲଟିଥିବା କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.