ETV Bharat / state

କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ପ୍ରତି ଗାଁର ଲୋକେ କରିବେ ମତଦାନ - Kotia latest news

ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଘୋଷଣା ହେଲେ କୋଟିଆର ପ୍ରତି ଗାଁର ଲୋକେ ମତଦାନ କରିବାର ସୁଯୋଗ ପାଇବେ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି । ଅଧିକ ପଢନ୍ତୁ...

kotia-panchayat-election
କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ପ୍ରତି ଗାଁର ଲୋକେ କରିବେ ମତଦାନ
author img

By

Published : Sep 20, 2021, 10:06 PM IST

Updated : Sep 20, 2021, 10:33 PM IST

କୋରାପୁଟ : କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ । ଏହି ନର୍ବାଚନରେ ସାମିଲ ହେବ କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମ । ଏନେଇ ଆଜି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ଗତକାଲି ଆନ୍ଧ୍ରପ୍ରଦେଶର ଏମ୍ପିଡିସି ନିର୍ବାଚନରେ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀ ପାଇଁ ଆନ୍ଧ୍ର ପ୍ରତିନିଧି ନିର୍ବାଚିତ ହେବାର ଫଳାଫଳ ଘୋଷଣା ହେବା ପରେ ଏ ସଂକ୍ରାନ୍ତରେ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ପ୍ରତିକ୍ରିୟା ରଖିଛନ୍ତି ।

କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ପ୍ରତି ଗାଁର ଲୋକେ କରିବେ ମତଦାନ

ଗତ କିଛି ମାସ ପୂର୍ବେ ଆନ୍ଧ୍ରପ୍ରଦେଶର ନିର୍ବାଚନରେ ଓଡ଼ିଶାରେ ରହୁଥିବା ଆନ୍ଧ୍ରର ଭୋଟର ନିଜ ମତଦାନ କରିଥିଲେ। ତେଣୁ ଏହି ନିର୍ବାଚନ ଫଳାଫଳ ସହ ଓଡ଼ିଶାର କିଛି ସମ୍ବନ୍ଧ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଓଡ଼ିଶାରେ ଯେବେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବେ ସେତେବେଳେ କୋଟିଆର ସମସ୍ତ ଗ୍ରାମରେ ରହୁଥିବା ଓଡ଼ିଶାର ମତଦାତା ନିଜ ନିଜ ମତଦାନ ସାବ୍ୟସ୍ତ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସୂଚନାଥାଉକି କୋଟିଆରେ ଆନ୍ଧ୍ର ଅନୁପ୍ରବେଶ କରି କରିଛି ପଞ୍ଚାୟତ ନିର୍ବାଚନ । କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦରକୁ ଗୋଟିଏ ଏମପିଟିସିରେ ଯୋଡିଥିବାବେଳେ ଫାଟୁସିନେରୀ ଓ ଫଗୁଣସିନେରୀକୁ ଅନ୍ୟ ଏକ ଏମପିଟିସି ସହିତ ଯୋଡିଛି । ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତରାଜ ବ୍ୟବସ୍ଥାରେ ୱାଇଏସଆର କଂଗ୍ରେସ ସମର୍ଥିତ ଦୁଇ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Sep 20, 2021, 10:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.