ETV Bharat / state

କୋଟିଆ ଆଦିବାସୀଙ୍କ କୋରାପୁଟ ଝାଡୁ, ତାଲିମ ଦେଉଛନ୍ତି ନାଗପୁରର ପ୍ରଶିକ୍ଷକ

କୋରାପୁଟ ଝାଡୁର ଚାହିଦା ବଢିବାରେ ଲାଗିଛି । ଫଳରେ କୋଟିଆ ଭଳି ପାର୍ବତ୍ୟ ଇଲାକାରେ ଆଦିବାସୀ ଝାଡୁ ଚାଷ କରିବା ଆରମ୍ଭ କରିଛନ୍ତି । ଝାଡୁ ଚାଷୀଙ୍କୁ ନାଗପୁରରୁ ତାଲିମଦାତା ଆସି ଆଧୁନିକ ପ୍ରଣାଳିରେ ଚାଷ କରିବାକୁ ତାଲିମ ଦେଇଛନ୍ତି । ଅଧିକ ପଢନ୍ତୁ

ଝାଡୁ ଚାଷୀଙ୍କ ଉନ୍ନତି ପାଇଁ ପ୍ରୟାସ କରୁଛି ORMAS

author img

By

Published : Apr 9, 2022, 3:04 PM IST

କୋରାପୁଟ: ବିଭିନ୍ନ ଅଞ୍ଚଳର ବଣ ପର୍ବତରୁ ମିଳୁଥିବା ସାମଗ୍ରୀରେ ପ୍ରାକୃତିକ ଭାବେ ଝାଡୁ ଉତ୍ପତ୍ତି ହୋଇଆସୁଥିବା ବେଳେ ବର୍ତ୍ତମାନ କୋରାପୁଟ ଝାଡୁର ଚାହିଦା ବଢିବାରେ ଲାଗିଛି । ଫଳରେ କୋଟିଆ ଭଳି ପାର୍ବତ୍ୟ ଇଲାକାରେ ଆଦିବାସୀ ଝାଡୁ ଚାଷ କରିବା ଆରମ୍ଭ କରିଛନ୍ତି ।

ଝାଡୁ ଚାଷୀଙ୍କ ଉନ୍ନତି ପାଇଁ ପ୍ରୟାସ କରୁଛି

ତେବେ ଝାଡୁର ଫୁଲଯୁକ୍ତ ଖଡ଼ିକାକୁ ତୋଳିଆଣିବା ପରେ ତାକୁ ଆଧୁନିକ ପଦ୍ଧତିରେ ବାନ୍ଧି ପାରୁନଥିବା ଯୋଗୁଁ ବ୍ୟବସାୟୀଙ୍କ ପାଖରେ ଶାଗମାଛ ଦରରେ ବିକ୍ରି କରିଦେଇଥିବା ମହିଳା ଚାଷୀ ଜଣାଇଛନ୍ତି । କିନ୍ତୁ, କାଫକୋ ଓ ଓରମାସର ମିଳିତ ପ୍ରୟାସରେ ଆଧୁନିକ ପ୍ରଣାଳୀରେ ପ୍ଲାଷ୍ଟିକ ଓ ମେଟାଲ ଖୋଳରେ ପୁରାଇ ବାନ୍ଧିବାର କୌଶଳ ମିଳିବା ପରେ ନିଜ ଉତ୍ପାଦର ଅଧିକ ମୂଲ୍ୟ ପାଇପାରିବେ ବୋଲି ମହିଳା ଚାଷୀମାନେ ଆଶା ବାନ୍ଧିଛନ୍ତି ।

ଗତ ଦୁଇଦିନ ଧରି କୋରାପୁଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ଝାଡୁ ଚାଷୀ ଓ ସଂଗ୍ରାହକଙ୍କୁ ସୁଦୂର ନାଗପୁରରୁ ତାଲିମଦାତା ଆସି ସେମାନଙ୍କ ମନରେ ଏହି ନୂତନ ଆଶା ସଞ୍ଚାରିତ କରିପାରିଥିବା କାଫକୋର ଅଧିକାରୀ ମତ ରଖିଛନ୍ତି । ଏହି ଆଦିବାସୀ ମହିଳାଙ୍କ ହାତରେ ଅତି ଉଚ୍ଚ ମାନର ଝାଡୁ ପ୍ରସ୍ତୁତ ହୋଇପାରୁଥିବା ତାଳିମଦାତା ମଧୁସୂଦନ ଭୋଇ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.