ETV Bharat / state

28ଟି ଅକ୍ସିଜେନ କନସେଣ୍ଟ୍ରେଟର ଦାନ କଲା ସ୍ବେଚ୍ଛାସେବୀ ସଙ୍ଗଠନ

author img

By

Published : Jun 21, 2021, 8:33 PM IST

କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ORF 28ଟି ଅକ୍ସିଜେନ କନସେଣ୍ଟ୍ରେଟର ପ୍ରଦାନ କରିଛି । ଅଧିକ ପଢନ୍ତୁ...

28ଟି ଅକ୍ସିଜେନ କନସେଣ୍ଟ୍ରେଟର ଦାନ କଲା ସ୍ବେଚ୍ଛାସେବୀ ସଙ୍ଗଠନ
28ଟି ଅକ୍ସିଜେନ କନସେଣ୍ଟ୍ରେଟର ଦାନ କଲା ସ୍ବେଚ୍ଛାସେବୀ ସଙ୍ଗଠନ

କୋରାପୁଟ: କୋଭିଡ଼ର ସମ୍ଭାବ୍ୟ ତୃତୀୟ ଲହରକୁ ଆଖିରେ ରଖି ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏହାରି ମଧ୍ୟରେ ଜିଲ୍ଲାକୁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ (ORF) । ସଂଗଠନ 28ଟି ଅକ୍ସିଜେନ କନସେଣ୍ଟ୍ରେଟର ଦାନ କରିଥିବା ସୂଚନା ମିଳିଛି ।

ସୋମବାର ସଂସ୍ଥା ତରଫରୁ ଜିଲ୍ଲାର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଵ୍ୟଵହାର କରିବା ପାଇଁ 28ଟି ଅକ୍ସିଜେନ କନସେଣ୍ଟ୍ଟେଟର ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି । ଏ ପର୍ଯ୍ୟନ୍ତ ସଂସ୍ଥା ତରଫରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ 200ରୁ ଊର୍ଦ୍ଧ୍ବ ଅକ୍ସିଜେନ କନସେଣ୍ଟ୍ରେଟର ଦିଆଯାଇଥିବା ସଂସ୍ଥାର ସହ ପ୍ରତିଷ୍ଠାତା ଅକ୍ଷୟ ସାଗର କହିଛନ୍ତି ।

ସେପଟେ ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଆଗୁଆ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଭାଗ ସହିତ ରାଜ୍ୟବାସୀଙ୍କୁ କହିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.