ETV Bharat / state

ରାସ୍ତାକାମରେ ନିୟୋଜିତ ମେସିନ ପୋଡିଲେ ଦୁର୍ବୃତ୍ତ, ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ - on the road work machine was set

କୋରାପୁଟ ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ନାରାୟଣପାଟଣା ବ୍ଲକର ପୋଡାପଦର ପଞ୍ଚାୟତରେ ମଙ୍ଗଳବାର ରାତ୍ରିରେ କେହି ଦୁର୍ବୃତ୍ତ ରାସ୍ତାକାମରେ ଲାଗିଥିବା ଦୁଇଟି ମେସିନକୁ ନିଆଁ ଲଗାଇ ଜଳାଇଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାସ୍ତାକାମରେ ଲାଗିଥିବା ମେସିନକୁ ଜାଳିଦେଲେ ଦୁର୍ବୃତ୍ତ

author img

By

Published : Sep 30, 2020, 6:02 PM IST

କୋରାପୁଟ: ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ନାରାୟଣପାଟଣା ବ୍ଲକର ପୋଡାପଦର ପଞ୍ଚାୟତରେ ମଙ୍ଗଳବାର ରାତ୍ରିରେ କେହି ଦୁର୍ବୃତ୍ତ ରାସ୍ତାକାମରେ ଲାଗିଥିବା ଦୁଇଟି ମେସିନକୁ ନିଆଁ ଲଗାଇ ଜାଳି ଦେଇଛନ୍ତି । ପୋଡାପଦର ପଞ୍ଚାୟତର ଲାଉମାଳ ଛକ ଠାରୁ କଲକୀଗୁଡ଼ ଗ୍ରାମ ପର୍ଯ୍ୟନ୍ତ ଚାଲିଥିବା ରାସ୍ତାକାମରେ ଲାଗିଥିବା ଦୁଇଟି ଗାଡିକୁ ରାତି ଆଠଟା ସମୟରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି ।

ପୂର୍ବେ ମାଓବାଦୀମାନେ ଅନେକ ସ୍ଥାନରେ ଏପରି ଜଳାପୋଡା କରି ଭୟ ଓ ଆତଙ୍କ ସୃଷ୍ଟି କରିଥିବା ଯୋଗୁଁ ଏହି ଘଟଣା ପଛରେ ମାଓବାଦୀଙ୍କ ହାତଥିବା ସନ୍ଦେହ କରାଯାଇଥିଲା । ପରେ ଏହା ଦୁଇଟି ଠିକାଦାରଙ୍କ ମଧ୍ୟରେ ଗଣ୍ଡଗୋଳର ପରିଣାମ କିମ୍ବା ଆଉ କେହି ଦୁର୍ବୃତ୍ତଙ୍କ କାମ ହୋଇଥାଇପାରେ ବୋଲି ଜିଲ୍ଲା ଆରକ୍ଷୀ ଅଧିକାରୀ ମୁକେଶ କୁମାର ଭାମୁ ଆଶଙ୍କା କରିଛନ୍ତି । ପୋଲିସ ତାର ତଦନ୍ତ ଜାରି ରଖିଛି ଓ ଏହା ପଛରେ ଥିବା କାରଣ ସ୍ପଷ୍ଟ ହୋଇଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.