ETV Bharat / state

ସ୍କୁଲରେ ହୋଇଥିବା ଏମଡିଏମ ଦୁର୍ନିତୀର ହେବ ତଦନ୍ତ: ଖାଦ୍ୟ ଯୋଗାଣ ମନ୍ତ୍ରୀ

author img

By

Published : Sep 27, 2022, 12:39 PM IST

ଦିନିକିଆ କୋରାପୁଟ ଗସ୍ତରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢନ୍ତୁ

ସ୍କୁଲରେ ହୋଇଥିବା ଏମଡିଏମ ଦୁର୍ନିତୀର ତଦନ୍ତ ହେବ ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

କୋରାପୁଟ: ଦିନିକିଆ କୋରାପୁଟ ଗସ୍ତରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । କୋରାପୁଟରେ ପହଁଞ୍ଚିଲା ପରେ ସେ ବନ୍ଧୁଗାଁ, ନାରାୟଣପାଟଣା ଓ ଲକ୍ଷ୍ମୀପୁର ବ୍ଲକ ଗସ୍ତ କରି ଯୋଗାଣ ବିଭାଗର ସମୀକ୍ଷା କରିଥିଲେ । ପିଡିଏସ ଚାଉଳ, ଗହମ ଓ କିରୋସିନୀ ଆଦି ସଠିକ ସମୟରେ ପ୍ରଦାନ କରାଯାଉଛି କି ନାହିଁ ତାହା ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ଜିଲ୍ଲାରେ ହୋଇଥିବା ସ୍କୁଲ ଏମଡିଏମ ଚାଉଳ ଯୋଗାଣର ହେରଫେର ଅଭିଯୋଗ ନେଇ ତଦନ୍ତ କରାଯିବ ବୋଲି କହିଥିିଲେ ।

କୋରାପୁଟ ଗସ୍ତରେ ଆସି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ଆମେ କୋରାପୁଟରେ ବିଭିନ୍ନ ଅଞ୍ଚଳ ତଦାରଖ କରିଛୁ । ରାଜ୍ୟ ସରକାରଙ୍କୁ ତରଫରୁ ଦିଆଯାଉଥିବା ପିଡିଏସ ଚାଉଳ, ଗହମ ଓ କିରୋସିନୀ ଆଦି ସଠିକ ସମୟରେ ପ୍ରଦାନ କରାଯାଉଛି କି ନାହିଁ ତାହା ଜନ ସାଧାରଣମାନଙ୍କୁ ପଚାରି ବୁଝିଥିଲୁ । ତାହା ସହିତ କୋପରେଟିଭ ଲୋନ ମଧ୍ୟ ଲୋକମାନଙ୍କୁ ଦିଆଯାଉଛି । ତାହା କିଭଳି ଭାବରେ ବଣ୍ଟା ଯାଉଛି ଆମେ ଲୋକଙ୍କୁ ପଚାରି ବୁଝିଥିଲୁ । ଜିଲ୍ଲାରେ ହୋଇଥିବା ସ୍କୁଲ ଏମଡିଏମ ଚାଉଳ ଯୋଗାଣର ହେରଫେର ଅଭିଯୋଗରେ ତଦନ୍ତ କରାଯିବ ।"

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.