ETV Bharat / state

କୋର୍ଟରେ କୋଟିଆ ବିବାଦ: ଗୁରୁତ୍ଵ ଦେଉନି ଆନ୍ଧ୍ର ସରକାର, ବାଣ୍ଟୁଛି ଜମିପଟ୍ଟା

ଜିଲ୍ଲାରେ ଆନ୍ଧ୍ର ସୀମାକୁ ଲାଗି ଥିବା କୋଟିଆ ପଞ୍ଚାୟତର 21 ଟି ଗ୍ରାମକୁ ନେଇ ସୁପ୍ରିମକୋର୍ଟରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ହୋଇଥିବା ବୁଝାମଣାକୁ ଭଙ୍ଗ କରି ଆନ୍ଧ୍ର ସରକାର ଫାଟୁସିନେରୀରେ ମୁକ୍ତ ଭାବେ ପଞ୍ଚାୟତ ନିର୍ବାଚନ କରିଥିଲା । କିନ୍ତୁ କୋର୍ଟରେ କେସ ଚାଲିବା ବିଷୟକୁ ଗୁରୁତ୍ଵ ଦେଉନାହିଁ ଆନ୍ଧ୍ର ପ୍ରଦେଶ ସରକାର । ଅଧିକ ପଢନ୍ତୁ...

କୋର୍ଟରେ କେସ ଚାଲିବା ବିଷୟକୁ ଗୁରୁତ୍ଵ ଦେଉନାହିଁ ଆନ୍ଧ୍ର ପ୍ରଦେଶ ସରକାର

author img

By

Published : Apr 2, 2021, 9:44 PM IST

କୋରାପୁଟ: ଜିଲ୍ଲାରେ ଆନ୍ଧ୍ର ସୀମାକୁ ଲାଗି ଥିବା କୋଟିଆ ପଞ୍ଚାୟତର 21 ଟି ଗ୍ରାମକୁ ନେଇ ସୁପ୍ରିମକୋର୍ଟରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ହୋଇଥିବା ବୁଝାମଣାକୁ ଭଙ୍ଗ କରି ଆନ୍ଧ୍ର ସରକାର ଫାଟୁସିନେରୀରେ ମୁକ୍ତ ଭାବେ ପଞ୍ଚାୟତ ନିର୍ବାଚନ କରିଥିଲା । ଏହି ନିର୍ବାଚନ ପରେ ଓଡିଶା ସରକାର ଆନ୍ଧ୍ର ସରକାରଙ୍କ ବିରୁଦ୍ଧରେ ଅଦାଲତ ଅବମମାନନା ଅଭିଯୋଗ କରି ସୁପ୍ରିମକୋର୍ଟ ଯାଇଛନ୍ତି । ଏତିକି ବେଳେ ଆନ୍ଧ୍ର ସରକାର ଏହି ଅଞ୍ଚଳରେ ଗୋଟିଏ ପରେ ଆଉ ଗୋଟିଏ ସରକାରୀ କାର୍ଯ୍ୟକ୍ରମ କରି ନ୍ୟାୟାଳୟର ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଯେ ସେ ଅଣଦେଖା କରୁଛି ତାହା ବାରମ୍ବାର ପ୍ରମାଣିତ ହୋଇଛି ।

କୋର୍ଟରେ କେସ ଚାଲିବା ବିଷୟକୁ ଗୁରୁତ୍ଵ ଦେଉନାହିଁ ଆନ୍ଧ୍ର ପ୍ରଦେଶ ସରକାର
କୋର୍ଟରେ କେସ ଚାଲିବା ବିଷୟକୁ ଗୁରୁତ୍ଵ ଦେଉନାହିଁ ଆନ୍ଧ୍ର ପ୍ରଦେଶ ସରକାର
କୋର୍ଟରେ କେସ ଚାଲିବା ବିଷୟକୁ ଗୁରୁତ୍ଵ ଦେଉନାହିଁ ଆନ୍ଧ୍ର ପ୍ରଦେଶ ସରକାର
କୋର୍ଟରେ କେସ ଚାଲିବା ବିଷୟକୁ ଗୁରୁତ୍ଵ ଦେଉନାହିଁ ଆନ୍ଧ୍ର ପ୍ରଦେଶ ସରକାର

ଗତ କିଛିମାସ ଧରି ଓଡିଶା ସରକାରଙ୍କ ତରଫରୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଘନ ଘନ ଗସ୍ତ ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ବିଷୟକୁ ଲକ୍ଷ୍ୟ କରି ଗତ କିଛିଦିନ ଧରି ଆନ୍ଧ୍ରପ୍ରଦେଶର ସରକାରୀ ଉଚ୍ଚପଦସ୍ଥ ଅଧିକାରୀ କୋଟିଆ ପଞ୍ଚାୟତରେ ଅନାଧିକାର ପ୍ରବେଶ କରିଥିଲେ । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରି ଜନସାଧାରଣଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ତତ୍ପରତା ପ୍ରକାଶ କରୁଥିବା ଦେଖାଯାଇଛି । ଆନ୍ଧ୍ର ସରକାରଙ୍କ ରାଜସ୍ୱ ବିଭାଗ ତରଫରୁ ତଳ ଗଞ୍ଜେଇପଦରରେ 12 ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ରହିଥିବା ଗୃହସ୍ଥଙ୍କୁ ସେମାନେ ରହୁଥିବା ଘରର ଜମି ପଟ୍ଟା ପ୍ରଦାନ କରାଯିବା ଆଲୋଡନ ସୃଷ୍ଟି କରିଛି ।

‘ସମସ୍ତ ଗରିବଙ୍କୁ ଘର’ ଯୋଜନାରେ ଏହି ଗ୍ରାମରେ 26 ଜଣ ହିତାଧିକାରୀଙ୍କୁ ଚୟନ କରାଯାଇ ସେମାନଙ୍କୁ ସାଲୁର ତହସିଲଦାରଙ୍କ ଦସ୍ତଖତ ଥିବା ଏହି ଘର ଡିହ ପଟ୍ଟା ପ୍ରଦାନ କରାଯାଇଛି । ସେମାନଙ୍କୁ ଦିଆଯାଇଥିବା ପଟ୍ଟାରେ ଲେଖାଯାଇଥିବା ନିର୍ଦେଶାବଳୀ ଅନୁଯାୟୀ ହିତାଧିକାରୀ ଏହି ପଟ୍ଟାକୁ ଆଧାର କରି ଆନ୍ଧ୍ରପ୍ରଦେଶ ରାଜ୍ୟ ଗୃହନିର୍ମାଣ ସଂସ୍ଥା (ଇପିଏସଏଚସିଏଲ) ଠାରୁ ନୂତନ ଗୃହ ନିର୍ମାଣ କରିବା ଓ ତତ ସଂଲଗ୍ନ ରିହାତି ପାଇବା ପାଇଁ ବ୍ୟବହାର କରିପାରିବେ । ଆନ୍ଧ୍ର ସରକାର ସମୁଦାୟ ଆନ୍ଧ୍ରପ୍ରଦେଶରେ ଜାତି ଧର୍ମ ଓ ବର୍ନ ନିର୍ବିଶେଷରେ 30.75 ଲକ୍ଷ ଗରିବ ପରିବାରଙ୍କୁ ଚିହ୍ନଟ କରି 678,677.83 ଏକର ଜାଗା ଚିହ୍ନଟ କରାଯାଇଥିବା ରାଜସ୍ୱ ବିଭାଗ ଦ୍ଵାରା ଦିଆଯାଇଥିବା ଏହି ପଟ୍ଟା ସହିତ ହିତାଧିକାରୀଙ୍କୁ ଦିଆଯାଇଥିବା କାଗଜରେ ବର୍ଣ୍ଣନା କରାଯାଇଛି ।

ଆନ୍ଧ୍ର ସରକାରଙ୍କ ଏହି ଯୋଜନାକୁ ଚ୍ୟାଲେଞ୍ଜ କରି ସେହି ରାଜ୍ୟର କିଛି ଦଳ କୋର୍ଟ ର ଦ୍ଵାରସ୍ଥ ହୋଇଥିବା ଯୋଗୁଁ କାର୍ଜ୍ୟକ୍ରମରେ ବ୍ୟାଘାତ ଜନ୍ମିଥିବା ସେଥିରେ ଲେଖାଯାଇଛି । ତେବେ ଅଦାଲତରେ ନ୍ୟାୟର ଲଢେଇ ସରକାର ଲଢୁଥିବା ସମୟରେ ଗରିବଙ୍କ ପାଇଁ ଘରଟିଏ ଦେବାର ସଂକଳ୍ପ ଅଟକିବ ନାହିଁ ବୋଲି ସେହି କାଗଜରେ ସରକାର ସ୍ପଷ୍ଟ କରିଛନ୍ତି । ଅପରପକ୍ଷେ ନେରେଡିବାଲାସା ଠାରେ ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ରୋହଙ୍କି କୁର୍ମନାଥ ସେଠାରେ ମିନି ଅଙ୍ଗନବାଡି, ପ୍ରାଥମିକ ବିଦ୍ୟାଳୟ ସମେତ କୋଟିଆ ବାସୀଙ୍କ ପାଇଁ ଆଧାର ପତ୍ର ପ୍ରସ୍ତୁତି କେନ୍ଦ୍ର ସ୍ଥାପନ କରାଯିବ ବୋଲି ସୂଚନା ଦେଇଛନ୍ତି ।

କୋଟିଆ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସୁଥିବା ତେନ୍ତୁଳିର ପ୍ରକ୍ରିୟାକରଣକୁ ତଦାରଖ କରି କୋଟିଆ ପଞ୍ଚାୟତରେ କାଜୁ, ଆମ୍ବ ପ୍ରଭୃତି ଫଳ ଗଛ ଲଗାଇବା ପାଇଁ ଆର୍ଥିକ ସହଯୋଗ ଯୋଗାଇଦେବା ସହ ଚାରା ମଧ୍ୟ ଯୋଗାଇଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଓଡିଶା ସରକାର ନ୍ୟାୟାଳୟରେ ଦଲିଲ ଉପସ୍ଥାପନ କରି ଆଇନଗତ ଲଢେଇରେ ବିଜୟ ହାସଲ କରିବା ପାଇଁ ପ୍ରାଣପଣେ ଉଦ୍ୟମ ଚଲାଉଥିବା ବେଳେ ବିଭିନ୍ନ କ୍ଷେତ୍ରରେ କୋର୍ଟରେ ଚାଲିଥିବା ମାମଲାକୁ ଅଣଦେଖା କରି ଆନ୍ଧ୍ର ସରକାର ନିଜ ଇଛାମୁତାବକ କାର୍ଯ୍ୟ କରି ଚାଲୁଥିବା ଯୋଗୁଁ କୋଟିଆରେ ଉଭୟ ରାଜ୍ୟର ସ୍ଥିତି କିପରି ରହିବ ସେ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.