ETV Bharat / state

ଶ୍ମଶାନରେ ନାହିଁ ପାଣି ବ୍ୟବସ୍ଥା, ଅନ୍ତିମ ସଂସ୍କାରକୁ ଆସି ଲୋକେ ହୀନସ୍ତା

author img

By

Published : Dec 3, 2021, 4:47 PM IST

ଅବ୍ୟବସ୍ଥାରେ ଶ୍ମଶାନ । ଅନ୍ତିମ ସଂସ୍କାରଠୁ ପିଣ୍ଡ ଦାନ ସବୁ କାର୍ଯ୍ୟ ଏହି ଠାରେ ହୋଇଥାଏ ହେଲେ ଏଠି ନିଆଁ ଅଛି ସତ ହେଲେ ପାଣି ନାହିଁ । ଅବ୍ୟବସ୍ଥା ଘେରରେ ରହିଛି ଶ୍ମଶାନ । ଏଥିପ୍ରତି କାହାର ଦୃଷ୍ଟି ପଡୁନାହିଁ । ଅଧିକ ପଢନ୍ତୁ

ସ୍ୱର୍ଗଦ୍ୱାରରେ ନିଆଁ ଅଛି କିନ୍ତୁ ପାଣି ନାହିଁ

କୋରାପୁଟ: ଅବ୍ୟବସ୍ଥାରେ ଶ୍ମଶାନ । ଅନ୍ତିମ ସଂସ୍କାରଠୁ ପିଣ୍ଡ ଦାନ ସବୁ କାର୍ଯ୍ୟ ଏହିଠାରେ ହୋଇଥାଏ ହେଲେ ଏଠି ନିଆଁ ଅଛି ସତ ହେଲେ ପାଣି ନାହିଁ । ଅବ୍ୟବସ୍ଥା ଘେରରେ ରହିଛି ଶ୍ମଶାନ । ଟ୍ୟାପ ଲାଗିଛି ହେଲେ ପାଣି ଆସୁନି । ଏଥିପ୍ରତି ଯେମିତି କାହାର ଦୃଷ୍ଟି ପଡୁନାହିଁ ।

ଅଳିଆ ଆବର୍ଜନାରେ ଭର୍ତ୍ତି ଶ୍ମାଶାନ

ପାଣି ଟାଙ୍କି ଅଛି ହେଲେ ଖାଲି । ଶ୍ମଶାନର ଉନ୍ନତିକରଣ ନିମନ୍ତେ କୋଟିଏ ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ଶ୍ମଶାନ କର୍ମର ବହୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ପରିଗଣିତ ହେଉଥିବା ଜଳର ଅଭାବ କୋରାପୁଟ ବାସୀଙ୍କ ମନରେ ଅସନ୍ତୋଷ ଭରି ଦେଇଛି । ଅନ୍ତିମ ଶ୍ମଶାନ ରୀତି ନୀତି ସମ୍ପନ୍ନ କରିବା ପାଇଁ ପରିବାର ଲୋକେ ପାଖ ଦୋକାନରୁ ପିଇବା ପାଣି କିଣିବାକୁ ପଡୁଛି । ପାଣି ବୋତଲ କିଣି କରିବାର ସାମର୍ଥ୍ୟ ନଥିବା ପରିବାର ବର୍ଗ ନିକଟସ୍ଥ ଅପରିଷ୍କାର ପୋଖରୀରୁ ପାଣି ଆଣି କାର୍ଯ୍ୟ ତୁଲାଉଥିବା ଦେଖାଦେଇଛି ।

ଏହି ସମସ୍ୟାକୁ ହୃଦୟଙ୍ଗମ କରିଥିବା ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର ନିକଟ ଭବିଷ୍ୟତରେ ନଳକୂଅ ଖୋଳାଯାଇ ଜଳର ଆବଶ୍ୟକତାକୁ ପୂରଣ କରାଯିବ ବୋଲି କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.