ETV Bharat / state

ଖବରକାଗଜ ବାଣ୍ଟି ବଞ୍ଚିଛି ଜୀବନ

କୋରୋନା ମହାମାରୀରେ କାମ ହରାଇଥିବା ଯୁବକ ଖବରକାଗଜ ବିକ୍ରେତାଙ୍କ ପାଖକୁ ଛୁଟି ଆସିଛନ୍ତି । କୋରାପୁଟ ସୃଜନୀ ମହଲରେ କାର୍ଯ୍ୟରତ 12 ଜଣ ଯୁବକଙ୍କ ଖବରକାଗଜ ବାଣ୍ଟି ଆସୁଥିବା ବେଳେ ଆଉ କେତେଜଣ ସମୟର ଆବଶ୍ୟକତାକୁ ପୁରଣ କରିବା ପାଇଁ ଆସିଛନ୍ତି । ଅଧିକ ପଢନ୍ତୁ..

ଖବରକାଗଜ ବାଣ୍ଟି ବଞ୍ଚିଛି ଜୀବନ
ଖବରକାଗଜ ବାଣ୍ଟି ବଞ୍ଚିଛି ଜୀବନ
author img

By

Published : Aug 3, 2020, 9:59 PM IST

କୋରାପୁଟ: ଖବରକାଗଜ ବାଣ୍ଟି ବଞ୍ଚିଛି ଜୀବନ । ଗତ ଚାରିମାସ ଧରି କୋରୋନା ଲକଡାଉନ ଓ ସଟଡାଉନ ମଧ୍ୟରେ ଅନେକ ଯୁବକ କାମଧନ୍ଦା ହରାଇ ସାରିଲେଣି । ଦୋକାନ ବଜାର ଠିକ ରେ ଖୋଲୁନଥିବା ଯୋଗୁଁ ଅନେକଙ୍କ ପାଖରେ ପରିବାର ଚଳାଇବା ପାଇଁ ଅର୍ଥର ଅଭାବ ଦେଖାଦେଲାଣି ।

ଖବରକାଗଜ ବାଣ୍ଟି ବଞ୍ଚିଛି ଜୀବନ

କୋରୋନା ମହାମାରୀରେ କାମ ହରାଇଥିବା ଯୁବକ ଖବରକାଗଜ ବିକ୍ରେତାଙ୍କ ପାଖକୁ ଛୁଟି ଆସିଛନ୍ତି । କୋରାପୁଟ ସୃଜନୀ ମହଲରେ କାର୍ଯ୍ୟରତ 12 ଜଣ ଯୁବକଙ୍କ ମଧ୍ୟରୁ କିଛି ଅନେକଦିନ ହେବ ଖବରକାଗଜ ବାଣ୍ଟି ଆସୁଥିବା ବେଳେ ଆଉ କେତେଜଣ ସମୟର ଆବଶ୍ୟକତାକୁ ପୁରଣ କରିବା ପାଇଁ ଛୁଟି ଆସିଛନ୍ତି ଏହି ଛୋଟ ଦୋକାନଟିକୁ । ଖବରକାଗଜର ସଂଖ୍ୟା କମିଯାଇଛି । ଆଗଭଳି ଆଦାୟ ନଥିଲେ ବି ସମସ୍ତେ ବାଣ୍ଟିବାକୁ ଆୟ କରୁଥିବା ବେଳେ ଦୋକାନୀ ମଧ୍ୟ ସେମାନଙ୍କୁ କାର୍ଯ୍ୟ କରିବା ଦିଗରେ ଆବଶ୍ୟକୀୟ ସହାୟତା ପ୍ରଦାନ କରିଆସୁଛନ୍ତି ।

କୋଭିଡ ନିୟମାବଳୀ ଅନୁଯାୟୀ ସମସ୍ତଙ୍କୁ ମାସ୍କ , ସାନିଟାଇଜର , ସାବୁନ ଯୋଗାଇଦେବା ସହ ସେମାନଙ୍କ ଅତିରିକ୍ତ ଆବଶ୍ୟକତାକୁ ମଧ୍ୟ ପୁରଣ କରିବା ପାଇଁ ଆଗକୁ ଆସିଛନ୍ତି । ଶୂନ୍ୟ ଆକାଶରେ ତାରାଟିଏ ଭଳି ଦୂରକୁ ଛୋଟ ଦେଖାଯାଉଥିଲେବି କାମ କରୁଥିବା ଯୁବକଙ୍କ ପାଇଁ କୋଭିଡ ସମୟରେ ଏହା ଏକ ବିରାଟ ଆସ୍ବସ୍ତି ଆଣିଦେଇଛି ତାହା କହିବା ବାହୁଲ୍ୟ ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.