ETV Bharat / state

ଶିଶୁଙ୍କ ପାଇଁ PCV ଭ୍ୟାକ୍ସିନେସନ

author img

By

Published : Jun 30, 2021, 10:57 PM IST

କୋରାପୁଟ ଜିଲ୍ଲାରେ ଆରମ୍ଭ ହେଲା ନବଜାତ ଶଶୁଙ୍କ ଠାରୁ 5 ବର୍ଷ ବୟସର ଶିଶୁଙ୍କ ପାଇଁ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନେସନ (PCV )। ସୂଚନା ଦେଲେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ । ଅଧିକ ପଢନ୍ତୁ...

କୋରାପୁଟରେ ଆରମ୍ଭ ହେଲା ଶିଶୁଙ୍କ ପାଇଁ PCV ଭ୍ୟାକ୍ସିନେସନ, ସେପ୍ଟିସେମିଆ ଓ ନିମୋନିଆ ଠାରୁ ମିଳିବ ସୁରକ୍ଷା

କୋରାପୁଟ : ନବଜାତ ଶଶୁଙ୍କ ଠାରୁ 5ବର୍ଷ ବୟସର ଶିଶୁଙ୍କ ପାଇଁ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନ(PCV) ଟୀକାକରଣ ଆଜି କୋରାପୁଟ ସହରର ଆରମ୍ଭ ହୋଇଛି । ଗାନ୍ଧୀନଗରରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁଭାରମ୍ଭ ଏହାକୁ ଆରମ୍ଭ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ବର୍ତ୍ତମାନ ପର୍ଯ୍ୟନ୍ତ ରୁଟିନ ଟୀକାକରଣ ସମୟରେ ଦିଆଯାଉଥିବା ଟିକା ସାଙ୍ଗକୁ ଏହି ଟିକା ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।

ଏହାଦ୍ବାରା କୋରାପୁଟ ଜିଲ୍ଲାର ୨୫ ହଜାରରୁ ଅଧିକ ଶିଶୁ ନିମୋକକସ ଭାଇରସ ଦ୍ବାରା ହେଉଥିବା ସାଧାରଣ ସାଇନସାଇଟିସ ଠାରୁ ଆରମ୍ଭ କରି ମେନିଂଯାଇଟିସ , ସେପ୍ଟିସେମିଆ ଓ ନିମୋନିଆ ଭଳି ମାରାତ୍ମକ ରୋଗଠାରୁ ସୁରକ୍ଷା ମିଳିପାରିବ । ଏହି ଟିକା 5 ବର୍ଷରୁ କମ ବୟସର ଶିଶୁଙ୍କୁ ସୁରକ୍ଷା ଦେଇଥାଏ ବୋଲି ଡାକ୍ତର ବେଉରା ପରାମର୍ଶ ମଧ୍ୟ ଦେଇଛନ୍ତି । ଅପରପକ୍ଷରେ ଜିଲ୍ଳାରେ କୋଭିଡ଼ ଟିକା ସରିଯାଇଥିବା ଯୋଗୁଁ ଆଜିଠାରୁ ଆସନ୍ତା ଘୋଷଣା ହେବା ଦିନ ପର୍ଯ୍ୟନ୍ତ ସମସ୍ତ ବର୍ଗର କୋଭିଡ଼ ଟୀକାକରଣ ବନ୍ଦ କରିଦିଆ ଯାଇଛି । ତେବେ ଆସନ୍ତା 2 ତାରିଖରେ ରାଜ୍ୟକୁ ଅଧିକ ଟିକା ଆସିବାର ସମ୍ଭାବନା ଅଛି ଓ ତାପରେ ଜିଲ୍ଲାରେ ମଧ୍ୟ ଟୀକାକରଣ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.