ETV Bharat / state

'ନୂତନ ଜାତୀୟ ଶିକ୍ଷାନୀତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଲକ୍ଷ୍ୟ ହାସଲରେ ସହାୟକ ହେବ'

author img

By

Published : Aug 2, 2020, 8:39 PM IST

ବର୍ତ୍ତମାନ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଜାତୀୟ ଶିକ୍ଷାନୀତି ବିଶ୍ବବିଦ୍ୟାଳୟର ଏହି ଆଶା ଓ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାରେ ବହୁ ମାତ୍ରାରେ ସହାୟକ ହେବ । ଏନେଇ ମତବ୍ୟକ୍ତ କରିଛନ୍ତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ଆଇ.ରାମବ୍ରହ୍ମମ । ଅଧିକ ପଢନ୍ତୁ...

'ନୂତନ ଜାତୀୟ ଶିକ୍ଷାନୀତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଲକ୍ଷ୍ୟ ହାସଲରେ ସହାୟକ ହେବ'
'ନୂତନ ଜାତୀୟ ଶିକ୍ଷାନୀତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଲକ୍ଷ୍ୟ ହାସଲରେ ସହାୟକ ହେବ'

କୋରାପୁଟ: କୋରାପୁଟ ଭଳି ଏକ ଉପାନ୍ତ ଅଞ୍ଚଳରେ ଶିକ୍ଷାର୍ଥୀଙ୍କ ଭିତରେ ଉଚ୍ଚ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଭଳି ଏକ ଅତି ଉଚ୍ଚମାନର ଶିକ୍ଷାନୁଷ୍ଠାନ ସ୍ଥାପନା କରାଯାଇଛି । ବର୍ତ୍ତମାନ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଜାତୀୟ ଶିକ୍ଷାନୀତି ବିଶ୍ବବିଦ୍ୟାଳୟର ଏହି ଆଶା ଓ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାରେ ବହୁ ମାତ୍ରାରେ ସହାୟକ ହେବ । ଏନେଇ ମତବ୍ୟକ୍ତ କରିଛନ୍ତି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ଆଇ.ରାମବ୍ରହ୍ମମ ।

ଜାତୀୟ ଶିକ୍ଷାନୀତି ଅନୁଷ୍ଠାନ ଗୁଡିକୁ ଅଧିକ ସ୍ଵାଧୀନତା ଦେଇଥିବା ଯୋଗୁଁ ଏହି ଅଞ୍ଚଳରେ ଆବଶ୍ୟକତାକୁ ଆଖିରେ ରଖି ବିଷୟ ବସ୍ତୁ ଓ ପାଠ୍ୟ ଖସଡ଼ା ପ୍ରସ୍ତୁତ କରି ହେବ ବୋଲି ସେ ଜଣାଇଛନ୍ତି । ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ଦେଶର ଜିଡିପିର 6% ନିବେଶ କରିବା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏହା ଫଳରେ ବିଶ୍ବବିଦ୍ୟାଳୟ ପକ୍ଷରେ ନୂତନ ଗଠନମୂଳକ ପଦକ୍ଷେପ ନେବା ସହଜ ହେବ । ସାର୍ଟିଫିକେଟ କୈନ୍ଦ୍ରିକ ଶିକ୍ଷା ପରିବର୍ତ୍ତେ ମଣିଷ ପାଇଁ ତା' ଜୀବନକୁ ସଠିକ ମାର୍ଗରେ ପରିଚାଳିତ କରିବା ଏବଂ ଉନ୍ନତ ଜୀବନଧାରଣ କରିବାର ଧାରା ପ୍ରଦାନ କରିବା ଦିଗରେ ଏହି ଶିକ୍ଷାନୀତି ସହଯୋଗ କରିବ ବୋଲି ସେ ଆଶା ପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.