ETV Bharat / state

ସଚେତନତା ବଢ଼ାଇଲା ଆରଟିଓ କାର୍ଯ୍ୟାଳୟରେ ଭିଡ଼

ସୋମବାର କୋରାପୁଟ ନଗର ପୋଲିସ ଦ୍ବାରା ଅଭିନବ ଉପାୟରେ ହେଲମେଟ ପିନ୍ଧିବା ଓ ନିଶାଗ୍ରସ୍ତ ଅବସ୍ଥାରେ ଗାଡି ନ ଚଲାଇବା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Sep 16, 2019, 11:07 PM IST

କୋରାପୁଟ: ନୂଆ ମୋଟର ଯାନ ଆଇନରେ ଲାଗୁ ପରେ ଏବେ ଆରଟିଓ କାର୍ଯ୍ୟାଳୟରେ ଶହଶହ ଲୋକଙ୍କ ଭିଡ ଜମିଛି । ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଅନୁସାରେ ୩ମାସ ଭିତରେ ନିଜ ଗାଡି ପାଇଁ ସବୁ କାଗଜ ପତ୍ର ପ୍ରସ୍ତୁତ କରିବା ଓ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ଏନେଇ ସୋମବାର କୋରାପୁଟ ନଗର ପୋଲିସ ଦ୍ବାରା ଅଭିନବ ଉପାୟରେ ହେଲମେଟ ପିନ୍ଧିବା ଓ ନିଶାଗ୍ରସ୍ତ ଅବସ୍ଥାରେ ଗାଡି ନଚଲାଇବା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ହେଲମେଟ ନପିନ୍ଧି ଗାଡି ଚଳାଉଥିବା ଚାଳକଙ୍କୁ ଅଟକାଇ ହେଲମେଟ କିଣି ଆଣିବା କିମ୍ବା ଘରକୁ ଯାଇ ପିନ୍ଧିଆସିବା ପାଇଁ ପୋଲିସ ବାଧ୍ୟ କରିଥିଲା । ଏଥି ସହିତ ଅଟୋ ଚାଳକଙ୍କୁ ଅଟକାଇ ନିଶା ପରୀକ୍ଷା ଯନ୍ତ୍ର ସାହାଯ୍ୟରେ ସେମାନେ ନିଶାଗ୍ରସ୍ତ ଅଛନ୍ତି କି ନା ତାହା ମଧ୍ୟ ପରୀକ୍ଷା କରାଯାଇଥିଲା । ପୋଲିସର ଫାଇନ ବିହୀନ ଏହି ପ୍ରକାରର ସଚେତନତାର ପ୍ରଭାବ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦେଖାଯାଇଛି ।

ଆରଟିଓ ଏବଂ ଏମଭିଆଇ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ବାରଣ କରାଯାଇଥିବା ନିର୍ଦ୍ଦେଶର ଦ୍ବାହି ଦେଇ କ୍ୟାମେରା ସାମନାରେ କିଛି କହିବା ପାଇଁ ରୋକଠୋକ ମନାକରିଦେଇଥିଲେ । ଏଥିସହ ଗତ ୧୦ ଦିନ ମଧ୍ୟରେ ନୂତନ ଭାବେ ୮୦୦ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯାଇଥିବା ଜଣାପଡିଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:ଆଜି କୋରାପୁଟ ନଗର ପୋଲିସ ଦ୍ୱାରା ଅଭିନବ ଉପାୟରେ ହେଲମେଟ ପିନ୍ଧିବା ଓ ନିଶାଗ୍ରସ୍ତ ଅବସ୍ଥାରେ ଗାଡି ନଚଲାଇବା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଛି ।Body:ହେଲମେଟ ନପିନ୍ଧି ଗାଡି ଚଳାଉଥିବା ଚାଳକଙ୍କୁ ଅଟକାଇ ହେଲମେଟ କିଣି ଆଣିବା କିମ୍ବା ଘରକୁ ଯାଇ ପିନ୍ଧିଆସିବା ପାଇଁ ପୋଲିସ ବାଧ୍ୟ କରିଥିଲା । ଏଥି ସହିତ ଅଟୋ ଚାଳକଙ୍କୁ ଅଟକାଇ ନିଶା ପରୀକ୍ଷା ଯନ୍ତ୍ର ସାହାଯ୍ୟରେ ସେମାନେ ନିଶାଗ୍ରସ୍ତ ଅଛନ୍ତି କି ନା ତାହା ମଧ୍ୟ ପରୀକ୍ଷା କରାଯାଇଥିଲା । ପୋଲିସ ର ଫାଇନ ବିହୀନ ଏହିପ୍ରକାରର ସଚେତନତା ର ପ୍ରଭାବ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦେଖାଯାଇଛି । Conclusion:ଆର୍ଟିଓ ଏବଂ ଏମ୍ ଭି ଆଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ବାରଣ କରାଯାଇଥିବା ନିର୍ଦେଶର ଦ୍ୱାହି ଦେଇ କ୍ୟାମେରା ସାମନାରେ କିଛି କହିବା ପାଇଁ ରୋକଠୋକ ମନାକରିଦେଇଥିବା ବେଳେ ଗତ ୧୦ ଦିନ ମଧ୍ୟରେ ନୂତନ ଭାବେ ୮୦୦ ଲରନିଂ ଲାଇସେନ୍ସ ପ୍ରଦାନ କରାଯାଇଥିବା ଜଣାପଡିଛି ।
.........
Edited visuals with P2C are attached here .
........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.