ETV Bharat / state

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଲା କୁଇ ଓ ଦେଶିଆ ଭାଷାର ଜାତୀୟ କର୍ମଶାଳା

author img

By

Published : May 30, 2023, 7:10 AM IST

କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପାଠ୍ଯ ପୁସ୍ତକ ପ୍ରସ୍ତୁତ ନେଇ ପାଞ୍ଚ ଦିନିଆ ଜାତୀୟ କର୍ମଶାଳା ଆୟୋଜିତ । ଅଧିକ ପଢ଼ନ୍ତୁ

national workshop at odisha central university
କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଜାତୀୟ କର୍ମଶାଳା

କୋରାପୁଟ: କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ନେଇ 5 ଦିନିଆ ଜାତୀୟ କର୍ମଶାଳା ଆୟୋଜିତ ହୋଇଛି । ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (NCERT), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE), ଭୁବନେଶ୍ଵର ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରିସରରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବରେ କର୍ମଶଳାକୁ ଉଦଘାଟନ କରିଛନ୍ତି ।

ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି କର୍ମଶାଳା ଆସନ୍ତା ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତ ଅପ୍ରେଲ ୧ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋରାପୁଟ ଗସ୍ତ ସମୟରେ କୁଇ ଓ ଦେଶିଆ ଭାଷାଭାଷୀ ଲୋକଙ୍କ ଭାଷାଗତ ସମସ୍ଯା ଉପରେ ହୃଦୟଙ୍ଗମ କରିଥିଲେ । ତେଣୁ ସେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ ସମୟରେ ଏହି ଦୁଇ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବାର ଗୁରୁଦାୟିତ୍ଵ ନେବାକୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ NCERTକୁ ଆହ୍ବାନ ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ NCERT ଦ୍ବାରା ଏଥିପାଇଁ ଏକ କମିଟି ଗଠନ କରାଯାଇଥିଲା । କମିଟିର 5 ଦିବସୀୟ କର୍ମଶାଳାରେ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ । ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ପାଠ୍ୟ ପୁସ୍ତକ ପ୍ରସ୍ତୁତ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପ୍ରଫେସର ତ୍ରିପାଠୀ କହିଛନ୍ତି, "କେନ୍ଦ୍ର ସରକାରଙ୍କ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ନିଜ ଭାଷା ତଥା ମାତୃଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ଏବଂ ରାଷ୍ଟ୍ରୀୟ ସଂହତି ଉପରେ ଗୁରୁତ୍ବ ଦିଆଯାଇଛି । ନିଜ ଭାଷା ତଥା ମାତୃଭାଷାର ବିକାଶ ହେଉଛି ରାଷ୍ଟ୍ରର ବିକାଶ । ଭାଷା ପାଇଁ ଅନେକ ରାଷ୍ଟ୍ର ବିଭାଜିତ ହୋଇଛି ଓ ଅନେକ ରାଷ୍ଟ୍ର ଗଠନ ହୋଇଛି । କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ଭାଷାର ବିକାଶ କରିବା ଏବଂ ସମସ୍ତ ସ୍ଥାନୀୟ ଭାଷାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖି ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା । କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ ହେବା ଦ୍ୱାରା ଏହି ଭାଷାଭାଷୀ ଲୋକଙ୍କର ବିକାଶ ହେବା ସହ ଦେଶର ବିକାଶ ହୋଇପାରିବ ।” ଏହି ଅବସରରେ ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାଷା ସମୂହର ପ୍ରଫେସର ନୃସିଂହ ଚରଣ ପଣ୍ଡା ଏବଂ ବିଶିଷ୍ଠ ସାହିତ୍ୟିକା ପ୍ରୀତିଧାରା ସାମଲଙ୍କ ସମେତ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.