ETV Bharat / state

ନାରାୟଣପାଟଣା ଗାଁରେ ପଡୁନି ନେତାଙ୍କ ପାଦ - Koraput

ନିର୍ବାଚନ ସମୟରେ ପ୍ରତିଶୃତି ଦେଉଥିବା ନେତା ଲୋକଙ୍କ ପାଇଁ କାମ କରୁନଥିବାର ଅଭିଯୋଗ ଆଣିଛନ୍ତି ନାରାୟଣପାଟଣାବାସୀ। ମାଓ ପ୍ରଭାବିତ ଅଞ୍ଚଳରେ ପରିବର୍ତ୍ତନ ଆଜି ସୁଦ୍ଧା ବିକାଶ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Apr 9, 2019, 12:38 PM IST

କୋରାପୁଟ: ମାଓ ପ୍ରଭାବିତ, ଚାଷୀ ମୂଲିଆ ଆଦିବାସୀ ସଂଘ ଦ୍ବାରା କବଳିତ ନାରାୟଣପାଟଣା। ଏଠି ସମୟ ସ୍ରୋତରେ ପରିବର୍ତ୍ତନ ଆସିଛି ସତ, କିନ୍ତୁ ହୋଇପାରୁ ନାହିଁ ବିକାଶ। ସମସ୍ୟା ଯେ ସମସ୍ୟା । ନାରାୟଣପାଟଣା ସଦରମହକୁମାକୁ ରାଜନେତା ଆସୁଛନ୍ତି ହେଲେ ସମସ୍ୟା ଶୁଣିବାକୁ ନୁହେଁ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଆଉ ଏଭଳି ସ୍ଥିତିକୁ ପରଖିଛନ୍ତି ଇଟିଭିର ପ୍ରତିନିଧି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଆଜି ବି କେତେକ ଗାଁ ଗଣ୍ଡାରେ ପହଞ୍ଚିପାରିନି ଆଲୋକକରଣୀର ବ୍ୟବସ୍ଥା। ନା ପହଞ୍ଚିଛି ପାନୀୟ ସେବା ନା ବଦଳିଛି ରାସ୍ତାର ଚିତ୍ର। ମୌଳିକ ସୁବିଧାରୁ ବଞ୍ଚିତ ଏ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ଦେଖାଦେଉନାହାନ୍ତି ନେତାମନ୍ତ୍ରୀ ।

ଚାଷୀ ମୂଲିଆ ଆଦିବାସୀ ସଂଘର ଆନ୍ଦୋଳନ ଓ ମାଓବାଦୀଙ୍କ ଯୋଗୁଁ ସତେ ଯେମିତି ବିକାଶ ଯେମିତି ଠପ ହୋଇପଡିଥିଲା । କିନ୍ତୁ ସମୟର ପ୍ରଭାବରେ ମଳିନ ପଡିବାରେ ଲାଗେ ଆଦିବାସୀ ସଂଘର ଆନ୍ଦୋଳନ। ଆଉ ବିଏସଏଫ ଓ ଓଡ଼ିଶା ପୋଲିସର ସକ୍ରିୟ ଉପସ୍ଥିତି ଯୋଗୁଁ ଧୀରେଧୀରେ କମିବାରେ ଲାଗିଛି ମାଓବାଦୀଙ୍କ କାର୍ଯ୍ୟକଳାପ । ତଥାପି ବିକାଶ ତ ଦୂରର କଥା, ମୌଳିକ ସେବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ଅଞ୍ଚଳବାସୀ ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

Intro:ମାଓ ପ୍ରଭାବିତ , ଚାଷୀ ମୂଲିଆ ଆଦିବାସୀ ସଂଘ ଦ୍ୱାରା କବଳିତ , ବିକାଶର ଧାରାରେ ଅବହେଳିତ ନାରାୟଣପାଟଣା ଧୀରେ ଧୀରେ ତାର ସାଧାରଣ ସ୍ଥିତିକୁ ଫେରୁଛି । କିନ୍ତୁ ଜନସାଧାରଣ ଏବେବି ଖୋଲାଖୋଲି ଭାବେ ଏଠାକାର ସମସ୍ୟା ଓ ସମସ୍ୟାର କାରଣକୁ ସ୍ପଷ୍ଟ ଭାବେ କହିବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ଏପରି ଏକ ସ୍ଥିତିକୁ ପରଖିବା ପାଇଁ ଆଜି ଈଟିଭି ଭାରତ ଟିମ ପହଞ୍ଚିଥିଲା ନାରାୟଣପାଟଣା ସଦର ମହକୁମାରେ ।

Body:ଗତ କିଛି ବର୍ଷ ଧରି ଚାଷୀ ମୂଲିଆ ଆଦିବାସୀ ସଂଘର ଆନ୍ଦୋଳନ ଓ ମାଓବାଦୀଙ୍କ ବହୁଳ ଉପସ୍ଥିତି ମଧ୍ୟରେ ନାରାୟଣପାଟଣା ବ୍ଲକ ରେ ସରକାର ଙ୍କ ଦ୍ଵାରା କରାଯାଇଥିବା ବିକାଶର କାର୍ଯ୍ୟକ୍ରମ ପହଂଚିବା ଏକପ୍ରକାର ଠପ ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବାନାହିଁ । ତେବେ ସମୟର ପ୍ରବାହରେ ଚାଷୀ ମୂଲିଆ ଆଦିବାସୀ ସଂଘର ଆନ୍ଦୋଳନ ର ପ୍ରଭାଵ ମଳିନ ପଡିବା ଏବଂ ବିଏସଏଫ ଓ ଓଡିଶା ପୋଲିସ ର ସକ୍ରିୟ ଉପସ୍ଥିତି ଯୋଗୁଁ ମାଓବାଦୀଙ୍କ କାର୍ଯ୍ୟକଳାପ କମିବା ପରେ ସରକାରୀ କଳ ଧୀରେ ଧୀରେ ସେମାନଙ୍କ କାର୍ଯ୍ୟକ୍ରମ ଗୁଡିକୁ ଲୋକଙ୍କ ପାଖରେ ପହୁଞ୍ଚାଇବା ଆରମ୍ଭ କରିଛନ୍ତି । ତେବେ ରାଜନୈତିକ ନେତା ନାରାୟଣପାଟଣା ବ୍ଲକ ସଦର ମହକୁମା ପର୍ଯ୍ୟନ୍ତ ଆସୁଥିଲେହେଁ ଗାଁ ଗଣ୍ଡାକୁ ଏଯାଏଁ ଯାଉନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।

Conclusion:ତେବେ ଆସନ୍ତା ୧୧ ତାରିଖ ଦିନ ପୁଣିଥରେ ନିର୍ବାଚନ ହେଉଥିବା ଯୋଗୁଁ ନେତା ନୂତନ ଭାବେ ନାରାୟଣପାଟଣା କଥା ଚିନ୍ତା କରିବେ ଓ ବାସ୍ତବରେ ନାରାୟଣପାଟଣା ର ପ୍ରକୃତ ଉନ୍ନତି ଘଟିବ ବୋଲି ସ୍ଥାନୀୟ ଲୋକଙ୍କ ଆଶା ଓ ଭରଷା ରହିଛି ।
........
Bytes of People in Narayanpatna
P2C by Ch.Santakar
.........
ଶାନ୍ତାକାର
କୋରାପୁଟ
.............
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.