ETV Bharat / state

ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ହୁଲକ ଗିବନ ସମେତ ୫ ଜୀବଜନ୍ତୁ - ମିଜୋରାମ ଆଇଜୱାଲ ଚିଡିଆଖାନା

ନନ୍ଦନକାନନକୁ ମିଜୋରାମ ଆଇଜୱାଲ ଚିଡିଆଖାନାରୁ ଦୁଇ ହୁଲକ ଗିବନ ସମେତ ୫ ଜୀବଜନ୍ତୁ ଆସିଛନ୍ତି । ପ୍ରାଣୀ ଉଦ୍ୟାନରେ ମୋଟ୍‌ ଜୀବଜନ୍ତୁ ସଂଖ୍ୟା ୧୬୩କୁ ବୃଦ୍ଧି । ଅଧିକ ପଢନ୍ତୁ

ନନ୍ଦନକାନନକୁ ଆସିଲେ ନୂଆ ଅତିଥି
ନନ୍ଦନକାନନକୁ ଆସିଲେ ନୂଆ ଅତିଥି
author img

By ETV Bharat Odisha Team

Published : Sep 9, 2023, 11:58 AM IST

Updated : Sep 9, 2023, 1:43 PM IST

nandankanan zoological park

ଭୁବନେଶ୍ବର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ମିଜୋରାମ ଆଇଜୱାଲ ଚିଡିଆଖାନାରୁ ଦୁଇ ହୁଲକ ଗିବନ ସମେତ ୫ ଜୀବଜନ୍ତୁ ଆସିଛନ୍ତି । ଗତକାଲି ରାତିରେ ଅଦଳବଦଳ ପ୍ରକ୍ରିୟାରେ ଆଇଜଲ ଜୁଲୋଜିକାଲ ଚିଡ଼ିଆଖାନରୁ ୩ ପ୍ରଜାତିର ୫ ଜୀବଜନ୍ତୁ ଆସି ପହଞ୍ଚିଛନ୍ତି । ଏହି ୫ ଜୀବଜନ୍ତୁ ଆସିବା ପରେ ପ୍ରାଣୀ ଉଦ୍ୟାନରେ ମୋଟ୍‌ ଜୀବଜନ୍ତୁ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି । ଦୁଇ ଦୁଇ ହୁଲକ ଗିବନଙ୍କ ବୟସ ୪ ବର୍ଷ ଓ ୧୧ ବର୍ଷ । ଅନ୍ୟ ପ୍ରାଣୀଙ୍କ ମଧ୍ୟରେ ଅଛନ୍ତି ହିମାଳୟ କଳା ଭାଲୁ, ଘୁଷରି ଲାଞ୍ଜ ମାଙ୍କଡ଼ । ନୂତନ ଜୀବଜନ୍ତୁଙ୍କୁ କେନ୍ଦ୍ରୀୟ ଚିଡ଼ିଆଖାନା ନିୟମ ଅନୁଯାୟୀ, ପ୍ରାୟ ଏକ ମାସ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବ ।

ପ୍ରତିବଦଳରେ ଆଇଜଲ ଚିଡିଆଖାନାକୁ ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଦୁଇ ହଳ ବାଘ ଦିଆଯାଇଥିଲା । ନନ୍ଦନକାନନ ବଟାନିକାଲ ଗାର୍ଡେନର ଏସିଏଫ୍‌ ଡ.ସୁଦୀପ୍ତ କୁମାର ପଣ୍ଡା, ପ୍ରାଣୀ ଚିକିତ୍ସକ ଡ. ବିକ୍ରମ ଟି, ଫରେଷ୍ଟଗାର୍ଡ ପ୍ରତାପ ଖୁଣ୍ଟିଆ, ଜନ୍ତୁ ରକ୍ଷକ ପ୍ରତାପ ରାଉତ, ଅସ୍ଥାୟୀ କର୍ମଚାରୀ ପ୍ରକାଶ ମଣ୍ଡଳ ଓ ଗଙ୍ଗାଧର ହାଂସଦା ଏହି ଅଦଳବଦଳ ପ୍ରକିୟାରେ ଜନ୍ତୁ ଆଣିବାକୁ ଯାଇଥିଲେ ।

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଅଦଳବଦଳ ପ୍ରକ୍ରିୟାରେ ସେପ୍ଟେମ୍ବର ପହିଲାରେ ଆସିଛନ୍ତି ଅନେକ ଜୀବଜନ୍ତୁ। ବାହାର ରାଜ୍ୟରୁ ଅଣାଯାଇଛି ନୂଆ ନୂଆ ଜନ୍ତୁ। ତେବେ ଏହି ଦୁଇ ନୂଆ ଅତିଥି ହେଉଛନ୍ତି ତାମରିନ ମାଙ୍କଡ (ଗୋଟିଏ ଯୋଡି) ଏବଂ ଗୁଣ୍ଡୁଚି ମାଙ୍କଡ (ଗୋଟିଏ ଯୋଡି) । ଏହି ଦୁଇ ଜୀବ ଜନ୍ତୁଙ୍କୁ ସାଧାରଣ ଭାବରେ ହାଇଦ୍ରାବାଦରୁ ଅଣାଯାଇଛି । ତେବେ ଏମାନଙ୍କୁ ଏନକ୍ଲୋଜରରେ ଛାଡିବା ପୂର୍ବରୁ ଏକ ମାସ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ସେଲରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ନନ୍ଦନକାନନର ନୂଆ ଅତିଥି ତାମରିନ-ଗୁଣ୍ଡୁଚି ମାଙ୍କଡ

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ 2ଟି ତାମରିନ ମାଙ୍କଡ ଏବଂ 2ଟି ଗୁଣ୍ଡୁଚି ମାଙ୍କଡ ନନ୍ଦନକାନନକୁ ଆସିଛନ୍ତି । ଏମାନେ ଛୋଟ ହେଲେ ବି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଛନ୍ତି । ହାଇଦ୍ରାବାଦ ନନ୍ଦନକାନନକୁ ଅଣାଯାଇଛି ଏହି ଦୁଇ ପ୍ରଜାତିର ମାଙ୍କଡ । ଏମାନଙ୍କୁ ଏନକ୍ଲୋଜରରେ ଛଡାଯିବା ପୂର୍ବରୁ ଏକ ମାସ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ସେଲରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରାଣୀ ଉଦ୍ୟାନ ଦ୍ୱାରା ସମୁଦାୟ 24 ବିଦେଶୀ ପ୍ରଜାତି ଅଧିଗ୍ରହଣ କରିବାକୁ ଯୋଜନା କରିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 9, 2023, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.