ETV Bharat / state

କିଏ ହେବ କେସିସି ବ୍ୟାଙ୍କ୍ ଅଧ୍ୟକ୍ଷ ! ଆଜି ଖୋଲିବ ବନ୍ଦ ଲଫାଫା

author img

By

Published : Nov 9, 2022, 11:48 AM IST

ବୁଧବାର ଖୋଲିବ ବନ୍ଦ ଲଫାଫା । ସ୍ପଷ୍ଟ ହେବ କେସିସି ବ୍ୟାଙ୍କର ନୂତନ ଅଧ୍ୟକ୍ଷଙ୍କ ନାମ । ଅଧିକ ପଢନ୍ତୁ

କିଏ ହେବ କେସିସି ବ୍ୟାଙ୍କ୍ ଅଧ୍ୟକ୍ଷ !  ବୁଧବାର ଖୋଲିବ ବନ୍ଦ ଲଫାଫା

କୋରାପୁଟ: ଆଜି (ବୁଧବାର) ଖୋଲିବ ବନ୍ଦ ଲଫାଫା । କୋରାପୁଟ ସେଣ୍ଟ୍ରାଲ କୋପେରେଟିଭ ବ୍ୟାଙ୍କ୍ (କେସିସି)ର ନୂତନ ଅଧ୍ୟକ୍ଷ କିଏ ହେବେ ସେ ନେଇ ସ୍ପଷ୍ଟ ହୋଇଯିବ । ଏହି ପଦବୀ ପାଇଁ ବିଜେଡିର ୪ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ତେବେ ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ବିଜେଡି ଦଳର ପ୍ରଭାରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଆସିଥିବା ବେଳେ ସାଥିରେ ଆଣିଥିବା ବନ୍ଦ ଲାଫାଫାରେ ଦଳର ହାଇକମାଣ୍ଡଙ୍କ ଅନୁମୋଦନ ପାଇଥିବା ବ୍ୟକ୍ତିଙ୍କ ନାଁ ରହିଛି । ଦଳର ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଜଣାଇବେ ବୋଲି ଆଶାୟୀ ପ୍ରାର୍ଥୀମାନେ ମତ ରଖିଛନ୍ତି ।

କିଏ ହେବ କେସିସି ବ୍ୟାଙ୍କ୍ ଅଧ୍ୟକ୍ଷ

ରାୟଗଡ଼ା ଜିଲ୍ଲାର ସୁଧୀର ଦାସ, ଜୟପୁରର ରମା ରାଉଳ କିମ୍ବା ତିନିଥର ଏହି ପଦବୀରେ ରହି ଆସିଥିବା ନାରୀ ନେତ୍ରୀ ଇନ୍ଦିରା ନନ୍ଦ ବା ବିଜେଡି ଦଳର କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ ପ୍ରାର୍ଥୀ ରହିଛନ୍ତି । ସମସ୍ତେ ଦଳୀୟ ଶୃଙ୍ଖଳାକୁ ମାନି ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ । ଦଳକୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏକ ମନ ପ୍ରାଣରେ କିପରି ଦଳର ବିଜୟ ପାଇଁ କାର୍ଯ୍ୟ କରିବେ ସେ ନେଇ କ୍ୟାପଟେନ ମିଶ୍ର ସମସ୍ତ ପ୍ରମୁଖ କର୍ମୀଙ୍କୁ ନେଇ ଆଲୋଚନା କରିଛନ୍ତି ।

ଏହା ବି ପଢନ୍ତୁ- ଶାବର ଶ୍ରୀକ୍ଷେତ୍ରରେ ବୋଇତ ବନ୍ଦାଣ ଉତ୍ସବ

ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିର ଜୟଯାତ୍ରା ଜାରି ରହିବ ବୋଲି କ୍ୟାପଟେନ ମିଶ୍ର ଆଶାବ୍ୟକ୍ତ କରିଥିବା ବେଳେ ଦଳର ନୂତନ ପ୍ରଭାରୀଙ୍କ ନେତୃତ୍ବକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି । ଦଳର ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ସ୍ଥାନରେ ନୂତନ ବ୍ୟକ୍ତିଙ୍କୁ ଦାୟିତ୍ଵ ଦେବା ନେଇ ମଧ୍ୟ ଏହି ବୈଠକରେ ଚର୍ଚ୍ଚା ହୋଇଥିବା ଜଣାପଡିଛି । ନବରଙ୍ଗପୁର ଜିଲ୍ଲାର ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବା ଯୋଗୁଁ ତାଙ୍କୁ କୋରାପୁଟ ଜିଲ୍ଲାର ଦାୟିତ୍ଵରୁ ମୁକ୍ତ କରି ଆଉ କାହା କାନ୍ଧରେ ଦାୟିତ୍ୱ ନ୍ୟସ୍ତ କରାଯିବ। ଏହାକୁ ନେଇ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ସବୁ କିଛି ଦଳର ସୁପ୍ରିମୋଙ୍କ ଇଚ୍ଛା ଉପରେ ନିର୍ଭର କରୁଛି ବୋଲି ସେ ମତ ରଖିଛନ୍ତି ।

ଏନେଇ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି,"ମୁଁ ବହୁତ ଗର୍ବିତ ଯେ ମୁଖ୍ୟମନ୍ତ୍ରୀ ମୋତେ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିର ଜୟଯାତ୍ରା ଜାରି ରହିବ । ମୁଖ୍ୟମନ୍ତ୍ରୀଙ୍କ ଯୋଜନା କିପରି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଆମେ ସମସ୍ତେ ମିଳିମିଶି କାମ କରିବୁ ।"

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.