ETV Bharat / state

ନାଲକୋ ପାଚେରୀ ନିର୍ମାଣ ପ୍ରସଙ୍ଗ: ତ୍ରିପାକ୍ଷିକ ଆଲୋଚନାର ପ୍ରଥମ ପର୍ଯ୍ୟାୟ ବିଫଳ - discussion

ଦାମନଯୋଡିସ୍ଥିତ ଆମ୍ବଗାଁ ଠାରେ କୋରାପୁଟ ଜିଲ୍ଲା ପ୍ରଶାସନ, ନାଲକୋ ଏବଂ ଆମ୍ବଗାଁ ବାସିନ୍ଦାଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନାରେ କୌଣସି ଠୋସ ନିଷ୍କର୍ଷ ବାହାରି ପାରିନଥିବାରୁ ସ୍ଥିତି ପୁଣିଥରେ ପୂର୍ବାବସ୍ଥାକୁ ଫେରିଆସିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jun 10, 2019, 11:52 PM IST

କୋରାପୁଟ: ନାଲକୋ କମ୍ପାନୀ ପାଚେରୀ ନିର୍ମାଣ ପ୍ରସଙ୍ଗରେ ସୋମବାର ଆରମ୍ଭ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ବିଫଳ ହୋଇଛି । ଦାମନଯୋଡିସ୍ଥିତ ଆମ୍ବଗାଁ ଠାରେ କୋରାପୁଟ ଜିଲ୍ଲା ପ୍ରଶାସନ, ନାଲକୋ ଏବଂ ଆମ୍ବଗାଁ ବାସିନ୍ଦାଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନାରେ କୌଣସି ଠୋସ ନିଷ୍କର୍ଷ ବାହାରି ପାରିନଥିବାରୁ ସ୍ଥିତି ପୁଣିଥରେ ପୂର୍ବାବସ୍ଥାକୁ ଫେରିଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଦାମାନଯୋଡି ଠାରେ ନାଲକୋ କମ୍ପାନୀର ପାଚେରୀ ନିର୍ମାଣକୁ ନେଇ ଗତ କିଛି ବର୍ଷ ଧରି ଆମ୍ବଗାଁ ଗ୍ରାମବାସୀଙ୍କ ଦ୍ବାରା ଚାଲିଥିବା ବିରୋଧ ଯୋଗୁଁ ଏହି କାର୍ଯ୍ୟ ଆଗକୁ ଯାଇପାରୁନାହିଁ । ଠିକାଦାର ଓ ଗ୍ରାମବାସୀଙ୍କ ମଧ୍ୟରେ ରୀତିମତ ଆରୋପ ପ୍ରତ୍ୟାରୋପକୁ ନେଇ ଉଭୟ ପକ୍ଷ ଥାନା ଓ ପ୍ରଶାସନ ନିକଟରେ ପହଞ୍ଚିଥିଲେ । ତେବେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଆଜି କୋରାପୁଟ ଉପଜିଲ୍ଲାପାଳ ଲଳିତ ମୋହନ କହଁରଙ୍କ ନେତୃତ୍ବରେ ଆଲୋଚନା ପାଇଁ ତିନି ପକ୍ଷଙ୍କୁ ଡକରା ମିଳିଥିଲା । ଏଥିରେ କୋରାପୁଟ ଓ ସେମିଳିଗୁଡା ତହସିଲଦାର , ଆରଆଇ , ଅମିନ , ସୁନାବେଡା ଏସ୍ଡ଼ିପିଓ ଓ ନାଲକୋର ଅଧିକାରୀଙ୍କୁ ନେଇ ଗଠିତ ହୋଇଥିବା ଏକ ଦଳ, ଆମ୍ବଗାଁ ବାସୀଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି ।

ଆମ୍ବଗାଁ ବାସିନ୍ଦା ଗାଁର ସମସ୍ତ ୧୫୩ ଟି ପରିବାରରୁ ଜଣେ ଲେଖାଏଁ ଯୁବକ ଯୁବତୀଙ୍କୁ ନାଲକୋରେ ନିଯୁକ୍ତି ଦାବି କରିଆସୁଛନ୍ତି । ଏହାକୁ ଆଖି ଆଗରେ ରଖି ଗ୍ରାମର ପ୍ରକୃତ ଜନସଂଖ୍ୟାକୁ ଆକଳନ କରିବା ପାଇଁ ତହସିଲଦାରଙ୍କ ନେତୃତ୍ବରେ ଏକ ସର୍ଭେ କରାଯିବ ବୋଲି ସୁନାବେଡା ଏସ୍ଡ଼ିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ସୋମବାର ଆଲୋଚନା ଆରମ୍ଭ ହେଲାବେଳକୁ ନାଲକୋ କେବଳ ୨୭ ଜଣଙ୍କୁ ଠିକା ଭିତ୍ତିକ ନିଯୁକ୍ତି ଦେବାପାଈଁ ନିଷ୍ପତି ନେଇଥିଲେ ବେଳେ ଗ୍ରାମବାସୀ ପ୍ରଥମ ପର୍ଯ୍ୟାୟରେ ଅନ୍ତତଃ ପକ୍ଷେ ୭୦ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି ରଖିଥିଲେ । ଫଳରେ ଗ୍ରାମବାସୀଙ୍କ ମନେର ଅଶାନ୍ତିର ବାତାବରଣ ଖେଳି ଯାଇଥିଲା ।

ଏହାସହ ଏହି ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବା ନେଇ ଗ୍ରାମର ଯୁବକ ଚେତାବନୀ ଦେଇଛନ୍ତି । ସୋମବାର ଅନୁଷ୍ଠିତ ହୋଇଥିବା ଆଲୋଚନା ଶେଷ ହେଲାବେଳକୁ ନାଲକୋ କର୍ତ୍ତୃପକ୍ଷ ୪୦ ଜଣଙ୍କୁ ଠିକାଭିତ୍ତିକ ନିଯୁକ୍ତି ଦେବା ପାଇଁ ରାଜି ହୋଇଥିବା ବେଳେ ଗ୍ରାମବାସୀ ସେହି ୪୦ ଜଣକୁ ସ୍ଥାୟୀ ନିଯୁକ୍ତି ନଦେଲେ ପ୍ରସ୍ତାବକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିଛନ୍ତ । ଏନେଇ ଗାଁରେ ପୁଣିଥରେ ଆଲୋଚନା କରିବେ ବୋଲି ସ୍ପଷ୍ଟୋକ୍ତି ଜଣାଇଦେବାରୁ ଆଲୋଚନା ଆଜି ପାଇଁ ସ୍ଥଗିତ ରଖାଯାଇଥିଲା ବୋଲି ଏସ୍ଡ଼ିପିଓ ନିରଞ୍ଜନ ବେହେରା ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ନାଲକୋ  ପାଚେରୀ ନିର୍ମାଣ ପାଈଁ ଦାମାନଯୋଡି ସ୍ଥିତ ଆମ୍ବଗାଁ ଠାରେ କୋରାପୁଟ ଜିଲ୍ଲା ପ୍ରଶାସନ , ନାଲକୋ ଏବଂ ଆମ୍ବଗାଁ ବାସିନ୍ଦା ଙ୍କ ମଧ୍ୟରେ ଆଜି ଆରମ୍ଭ ହୋଇଥିବା  ତ୍ରିପାକ୍ଷିକ ଆଲୋଚନାର ପ୍ରଥମ ପର୍ଯ୍ୟାୟ ରେ କୌଣସି  ଠୋସ ନିଷ୍କର୍ଷ ବାହାରି ପାରିନଥିବାରୁ ସ୍ଥିତି ପୁଣିଥରେ ପୁର୍ବାବସ୍ଥାକୁ ଫେରିଆସିଛି ।ଦାମାନଯୋଡି ରେ ନାଲକୋ କମ୍ପାନୀ ର ପାଚେରୀ ନିର୍ମାଣକୁ ନେଇ ଗତ କିଛି ବର୍ଷ ଧରି ଆମ୍ବଗାଁ ଗ୍ରାମବାସୀ ଙ୍କ ଦ୍ୱାରା ଚାଲିଥିବା ବିରୋଧ ଯୋଗୁଁ ଏହି କାର୍ଯ୍ୟ ଆଗକୁ ଯାଇପାରୁନାହିଁ । ଠିକାଦାର ଓ ଗ୍ରାମବାସୀଙ୍କ ମଧ୍ୟରେ ରୀତିମତ ଆରୋପ ପ୍ରତ୍ୟରୋପ କୁ ନେଇ ଉଭୟପକ୍ଷ ଥାନା ଓ ପ୍ରଶାସନ ନିକଟରେ ପହଂଚିଥଲେ । ତେବେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଆଜି କୋରାପୁଟ ଉପଜିଲ୍ଲାପାଳ ଲଳିତ ମୋହନ କହଁର ଙ୍କ ନେତୃତ୍ୱରେ କୋରାପୁଟ ଓ ସେମିଳିଗୁଡା ତହସିଲଦାର , ଆର ଆଇ , ଅମିନ , ସୁନାବେଡା ଏସ୍ଡ଼ିପିଓ ଓ ନାଲ୍କୋର ଅଧିକାରୀଙ୍କୁ ନେଇ ଗଠିତ ହୋଇଥିବା ଏକ ଦଳ ଆମ୍ବଗାଁ ବାସୀଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି ।ଆମ୍ବଗାଁ ବାସିନ୍ଦା ଗାଁର ସମସ୍ତ ୧୫୩ ଟି ପରିବାରରୁ ଜଣେ ଲେଖାଏଁ ଯୁବକ ଯୁବତୀଙ୍କୁ ନାଲକୋ ରେ ଚାକିରିର ଦାବି କରିଆସିଥିବା ଯୋଗୁଁ ଆଜି ଏହି ଗାଁର ପ୍ରକୃତ ଜନସଂଖ୍ୟା କୁ ଆକଳନ କରିବା ପାଇଁ ତହସିଲଦାର ଙ୍କ ନେତୃତ୍ୱରେ ଏକ ସର୍ଭେ କରାଯିବ ବୋଲି ସୁନାବେଡା ଏସ୍ଡ଼ିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି । ତେବେ ଆଜିର ଆଲୋଚନା ଆରମ୍ଭ ହେଲାବେଳକୁ  ନାଲକୋ କେବଳ ୨୭ ଜଣଙ୍କୁ ଠିକାଭିତ୍ତିକ ନିଯୁକ୍ତି ଦେବାପାଈଁ ନିଷ୍ପତ୍ତି ନେଇଥିଲା ବେଳେ ଗ୍ରାମବାସୀ ପ୍ରଥମ ପର୍ଯ୍ୟାୟରେ ଅନ୍ତତଃ ପକ୍ଷେ ୭୦ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି ରଖିଥିବା ଯୋଗୁଁ ଚର୍ଚ୍ଚାର ପରିସର ଗମ୍ଭୀର ହୋଇଉଠିଥିଲା  । ସମାଧାନ ହୋଇନପାରିଲେ ଗ୍ରାମବାସୀ ପୁଣିଥରେ ଆନ୍ଦୋଳନକୁ ଓଲ୍ହାଇବା ନେଇ ଗ୍ରାମର ଯୁବକ ଶଙ୍କର ଭୋଇ କହିଛନ୍ତି । ତେବେ ଆଜି ର ଆଲୋଚନା ଶେଷ ହେଲାବେଳକୁ ନାଲକୋ କର୍ତ୍ତୃପକ୍ଷ ୪୦ ଜଣଙ୍କୁ ଠିକାଭିତ୍ତିକ ନିଯୁକ୍ତି ଦେବା ପାଇଁ ରାଜି ହୋଇଥିବା ବେଳେ ଗ୍ରାମବାସୀ ସେହି ୪୦ ଜଣକୁ ସ୍ଥାୟୀ ନିଯୁକ୍ତି ନଦେଲେ ପ୍ରସ୍ତାବ କୁ ଗ୍ରହଣ କରାଯାଇପାରିବ ନାହିଁ ଓ ଏନେଇ ଗାଁରେ ପୁଣିଥରେ ଆଲୋଚନା କରିବେ ବୋଲି ସ୍ପଷ୍ଟୋକ୍ତି ଜଣାଇଦେବାରୁ ଆଲୋଚନା ଆଜି ପାଇଁ ସ୍ଥଗିତ ରଖାଯାଇଥିଲା ବୋଲି ଏସ୍ଡ଼ିପିଓ ଶ୍ରୀ ବେହେରା ଜଣାଇଛନ୍ତି ।
.........
Byte :Niranjan Behera , SDPO , Sunabeda
Byte :  Shankar Bhoi , Ambagaon Villager .
...........
ଶାନ୍ତାକାର
କୋରାପୁଟ
.............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.