ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ

ଶାବର ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ । ଦୀର୍ଘ ୧୫ ଦିନ ପରେ ଶ୍ରୀଜିଉଙ୍କ ଦର୍ଶନ ପାଇ ଭାବବିହ୍ବଳ ଭକ୍ତ । ଅଧିକ ପଢ଼ନ୍ତୁ

author img

By

Published : Jun 19, 2023, 9:45 PM IST

rath yatra in koraput
ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା
ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା

କୋରାପୁଟ: ଦୀର୍ଘ ୧୫ ଦିନ ଧରି ଅଣସରରେ ଆଦିବାସୀ ସେବକଙ୍କ ସେବା ପାଇ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ସୁସ୍ଥ ହେବା ପରେ ଶାବର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତି ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ବେଶ ଦର୍ଶନ ପାଇଁ କୋରାପୁଟ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଆସନ୍ତାକାଲି ରଥଯାତ୍ରା ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀଜିଉଙ୍କ ରଥକୁ ହୋମ ଯଜ୍ଞ ସହ ପୂଜାର୍ଚ୍ଚନା କରି ବିଧି ଅନୁଯାୟୀ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆଜି ପରମ୍ପରା ଅନୁଯାୟୀ, ପ୍ରଭୁ ନୃସିଂହ ଶ୍ରୀମନ୍ଦିରରୁ ରଥ ଖଳାକୁ ଆସି ତିନୋଟି ରଥକୁ ପରଖି ଫେରିଛନ୍ତି । ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ମନ୍ଦିରରେ ଚାଲିଥିବା ତିନିଠାକୁରଙ୍କ ନବଯୌବନ ଦର୍ଶନରେ ସାମିଲ ହୋଇ ଭକ୍ତ ଆନନ୍ଦରେ ଉଲ୍ଲସିତ ହୋଇଉଠିଛନ୍ତି । ଆସନ୍ତାକାଲି ସକାଳେ ମା' ବିମଳାଙ୍କ ଆଜ୍ଞାମାଳ ପାଇବା ପରେ ତିନି ଠାକୁରଙ୍କ ପହଣ୍ଡି କରାଯିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, " ଚଳିତ ବର୍ଷ ଶାବର ଶ୍ରୀକ୍ଷେତ୍ରରେ ତୃତୀୟ ଥର ପାଇଁ ତିନୋଟି ରଥର ବ୍ୟବସ୍ଥା କରାଯାଇଛି । ବିଧି ଅନୁଯାୟୀ ମା' ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣିବା ବେଳେ ଜଗନ୍ନାଥ ଓ ବଳଭଦ୍ରଙ୍କ ରଥକୁ ଅନ୍ୟ ଭକ୍ତମାନେ ଟାଣିବେ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପ୍ରତ୍ୟେକ ରଥରେ ୯ ଟି ଲେଖାଏଁ ପାର୍ଶ୍ଵ ଦେବତା ରହିଛନ୍ତି । ଯାହା ରଥର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଛନ୍ତି । ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ମନ୍ଦିରରୁ ସମସ୍ତ ପାର୍ଶ୍ଵ ଦେବୀ, ଦେବତାଙ୍କୁ ସାଥିରେ ନେଇ ଭକ୍ତଙ୍କ ପାଖକୁ ଆସିବାର ପରମ୍ପରା ରହିଛି ।"

ଅନ୍ୟପଟେ, ଅରମାସ ସହଯୋଗରେ କୋଟପାଡ ଅଞ୍ଚଳରେ ଜୈବିକ ପଦ୍ଧତିରେ ଉତ୍ପାଦିତ ଆଖୁର ଗୁଡ଼କୁ ନେଇ ଆଦିବାସୀ ଉତ୍ପାଦକ ମହିଳା ପୁରୀ ନେଇଯାଇଛନ୍ତି । ଏହି ମହିଳା ମାନେ ସମୁଦାୟ ଦେଢ଼ ଟନ ଗୁଡ଼ ସାଥିରେ ନେଇ ଯାଇଥିବା ବେଳେ ଏଥିରୁ ଏକ ଟନ ଗୁଡ଼ ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ପ୍ରସାଦରେ ବ୍ୟବହାର କରାଯିବ ବୋଲି ଅରମାସର ଜିଲ୍ଲାଧିକାରୀ ରୋଷନ କାର୍ତ୍ତିକ ଜଣାଇଛନ୍ତି । ଶ୍ରୀକ୍ଷେତ୍ର ଯାଇ ସେଠାରେ ନିଜ ଉତ୍ପାଦିତ ଗୁଡ଼କୁ ମହାପ୍ରଭୁଙ୍କ ପାଖରେ ପହଞ୍ଚାଇବାର ସୁଯୋଗ ପାଇ ଆଦିବାସୀ ମହିଳାମାନେ ଆନନ୍ଦ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.