ETV Bharat / state

ବାଇକ ଚୋରି ଗ୍ୟାଙ୍ଗ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଆନ୍ଧ୍ର ପୋଲିସ - ବାଇକ ଚୋରି ଗ୍ୟାଙ୍ଗ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଆନ୍ଧ୍ର ପୋଲିସ

ଆନ୍ଧ୍ରରୁ ମୋଟର ସାଇକେଲ ଚୋରି କରି ଓଡିଶାରେ ୧୫ ରୁ ୨୦ ହଜାର ଟଙ୍କାରେ ବିକ୍ରି କରୁଥିବା ଗ୍ୟାଙ୍ଗର ମୁଖ୍ୟକୁ ଗିରଫ କରିଛି ଆନ୍ଧ୍ର ପୋଲିସ । ଅଧିକ ପଢନ୍ତୁ

motor-cycle
ଓଡିଶା ପୋଲିସ ସହାୟତା ବାଇକ ଚୋରି ଗ୍ୟାଙ୍ଗ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଆନ୍ଧ୍ର ପୋଲିସ
author img

By

Published : Feb 2, 2022, 10:41 PM IST

କୋରାପୁଟ: ଆନ୍ଧ୍ରରୁ ମୋଟର ସାଇକେଲ ଚୋରି କରି ଓଡିଶାରେ ୧୫ ରୁ ୨୦ ହଜାର ଟଙ୍କାରେ ବିକ୍ରି କରୁଥିବା ଗ୍ୟାଙ୍ଗର ମୁଖ୍ୟକୁ ଗିରଫ କରିଛି ଆନ୍ଧ୍ର ପୋଲିସ । କୋରାପୁଟ ଜିଲ୍ଲା ଜୟପୁର ପୋଲିସ ସହାୟତାରେ ମୋଟର ସାଇକେଲ ଚୋର କିଙ୍ଗପିନ ତଥା ପାତ୍ରପୁଟ ଗ୍ରାମ ବାସିନ୍ଦା ସୁବାଶ ଗୋଲରିକୁ ଆନ୍ଧ୍ରପ୍ରଦେଶର ମୁଚିମପୁଟ ପୋଲିସ ଗିରଫ କରିଛି ।

ଓଡିଶା ପୋଲିସ ସହାୟତା ବାଇକ ଚୋରି ଗ୍ୟାଙ୍ଗ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଆନ୍ଧ୍ର ପୋଲିସ

ଅଭିଯୁକ୍ତ ଠାରୁ ତିନୋଟି ଚୋରା ମଟର ସାଇକେଲ ଜବତ କରିଛି ପୋଲିସ । ପୂର୍ବରୁ ମଟର ସାଇକେଲ ଚୋରି ଘଟଣାରେ ଜୟପୁର ପୋଲିସ ସହାୟତାରେ ସେହି ପାତ୍ରପୁଟ ଗ୍ରାମରୁ ୨ ଜଣଙ୍କୁ ଗିରଫ କରିବା ସହ ୬ ଟି ମଟର ସାଇକେଲ ଜବତ କରିଥିଲା ଆନ୍ଧ୍ର ପୋଲିସ । ପୁଣି ଆଜି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ଓଡିଶା ପୋଲିସ ପାଇଁ ବଡ ସଫଳତା । ମୁଚିମପୁଟ ଥାନା ଅଧିକାରୀ ଆର.ସନ୍ତୋଷ କହିଛନ୍ତି ୯ ଜଣ ଚୋର ଅଛନ୍ତି । ଆନ୍ଧ୍ର ପ୍ରଦେଶରୁ ମଟର ସାଇକେଲ ଚୋରି କରି ଓଡିଶା ସୀମାନ୍ତବର୍ତ୍ତୀ କୋରାପୁଟ ଜିଲ୍ଲାରେ ୧୫ ହଜାରରୁ ୨୦ ହଜାର ଟଙ୍କାରେ ବିକ୍ରି କରୁଥିଲେ ।

ଓଡିଶା ପୋଲିସ ସହାୟତାରେ ୯ ଜଣିଆ ଗ୍ୟାଙ୍ଗରୁ ମଧ୍ୟରୁ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଏବଂ ଆଉ ୬ ଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ଥାନା ଅଧିକାରୀ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.