ETV Bharat / state

ମା’ ଛଡାଇ ନେଲା ମୋବାଇଲ, ଆତ୍ମହତ୍ୟା କଲା ନାବାଳକ - କୋରାପୁଟରେ ନାବାଳକର ଆତ୍ମହତ୍ୟା

କୋରାପୁଟ ସହରରେ ଅଭାବନୀୟ ଘଟଣା । ମା’ ମୋବାଇଲ ଫୋନ ଛଡାଇ ନେବାରୁ ନାବାଳକର ଆତ୍ମହତ୍ୟା ଅଭିଯୋଗ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...

କାଳ ହେଲା ମୋବାଇଲ ଗେମ ନିଶା, ବାରଣ କରିବାରୁ ନାବାଳକର ଆତ୍ମହତ୍ୟା ଅଭିଯୋଗ

author img

By

Published : Oct 13, 2021, 7:10 PM IST

କୋରାପୁଟ: ମୋବାଇଲ ଫୋନ ଛଡାଇ ନେବାରୁ ନାବାଳର ଆତ୍ମହତ୍ୟା ଅଭିଯୋଗ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ସହରର ଗୌତମ ନଗରରେ । ମା’ ମୋବାଇଲ ଫୋନ ଛଡାଇ ନେବାରୁ ସ୍ଥାନୀୟ ଜଣେ ୧୩ ବର୍ଷୀୟ ନାବାଳକ ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ।

ସୂଚନାନୁସାରେ, କୋରାପୁଟ ସହରର ଗୌତମ ନଗରରେ ନାବାଳକ ଜଣଙ୍କ ପରିବାର ସହ ରହୁଥିବାବେଳେ ମାତ୍ରାଧିକ ମୋବାଇଲରେ ଗେମ ଖେଳିବାରେ ବ୍ୟସ୍ତ ରହୁଥିଲା । ଯେଉଁଥିପାଇଁ ପରିବାର ଲୋକେ ପୂର୍ବରୁ ମଧ୍ୟ ବହୁଥର ତାଗିଦ କରିଥିଲେ । ହେଲେ ଗତକାଲି ନାବାଳକ ଜଣଙ୍କ ମୋବାଇଲରେ ଗେମ ଖେଳୁଥିବାବେଳେ ପିଲାଟିର ମା’ ତା ହାତରୁ ମୋବାଇଲଟିକୁ ଛଡ଼ାଇ ନେଇଥିଲେ । ଫଳରେ ନାବାଳକ ଜଣଙ୍କ ରାଗରେ ଘର ଭିତରକୁ ଯାଇ ମା’ଙ୍କ ଶାଢୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏ ନେଇ କୋରାପୁଟ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.