କୋରାପୁଟ: ସକାଳୁ ସକାଳୁ ମୃଦୁ ଭୂକମ୍ପରେ ଥରିଲା କୋରାପୁଟ । ଆଜି ଭୋରୁ କୋରାପୁଟରେ ମୃଦୁ ଭୂକମ୍ପ ସଙ୍ଗଠିତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
-
Earthquake of Magnitude:3.8, Occurred on 03-03-2023, 05:05:44 IST, Lat: 18.83 & Long: 83.21, Depth: 5 Km ,Location: Koraput Odisha for more information Download the BhooKamp App https://t.co/Y2rc9QIemi @Indiametdept @ndmaindia @Dr_Mishra1966 @DDNewslive pic.twitter.com/XSsIZCjuWu
— National Center for Seismology (@NCS_Earthquake) March 2, 2023 " class="align-text-top noRightClick twitterSection" data="
">Earthquake of Magnitude:3.8, Occurred on 03-03-2023, 05:05:44 IST, Lat: 18.83 & Long: 83.21, Depth: 5 Km ,Location: Koraput Odisha for more information Download the BhooKamp App https://t.co/Y2rc9QIemi @Indiametdept @ndmaindia @Dr_Mishra1966 @DDNewslive pic.twitter.com/XSsIZCjuWu
— National Center for Seismology (@NCS_Earthquake) March 2, 2023Earthquake of Magnitude:3.8, Occurred on 03-03-2023, 05:05:44 IST, Lat: 18.83 & Long: 83.21, Depth: 5 Km ,Location: Koraput Odisha for more information Download the BhooKamp App https://t.co/Y2rc9QIemi @Indiametdept @ndmaindia @Dr_Mishra1966 @DDNewslive pic.twitter.com/XSsIZCjuWu
— National Center for Seismology (@NCS_Earthquake) March 2, 2023
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ସକାଳ ୫ଟା ୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୫ କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୧୮.୮୩ ଏବଂ ଦ୍ରାଘିମା ୮୩.୨୧ ରେକର୍ଡ କରାଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ଦିଆଯାଇନାହିଁ । ଦାମନଯୋଡି, ସୁନାବେଡା, ଲକ୍ଷ୍ମୀପୁର, ନାରାୟଣପାଟଣାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଭୂମିକମ୍ପ ପରେ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ । ତେବେ ଏବେ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।
ତେବେ ଏହା ପୂର୍ବରୁ ୨୦୨୦ ମସିହାରେ କୋରାପୁଟରେ ମୃଦୁ ଭୂକମ୍ପ ହୋଇଥିଲା । ୨୦୨୦ ମସିହା ମାର୍ଚ୍ଚ ୧୧ ତାରିଖରେ ଭୂକମ୍ପରେ ଥରିଥିଲା କୋରାପୁଟ । କୋରାପୁଟର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଅଞ୍ଚଳ ସମେତ ମାଲକାନଗିରିର ଗୋବିନ୍ଦପାଲି, ମାଥିଲି ଓ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ପଡୋଶୀ ରାଜ୍ୟ ଛତିଶଗଡର ସୁକୁମା ଜିଲ୍ଲାରେ ଦିନ ପ୍ରାୟ 11ଟା ବେଳେ କେନ୍ଦ୍ରୀଭୂତ ହୋଇଥିବା ଏହି ଭୂକମ୍ପ 1 ରୁ 2 ସେକେଣ୍ଡ ଧରି ଅନୁଭୂତ ହୋଇଥିଲା । ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ଘରର ଆସବାବପତ୍ର ଦୋହୋଲିବା ସହ କିଛି କାନ୍ଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ମଝି ଆକାଶରେ ମାଡ ହେଲା ପକ୍ଷୀ , ଭୁବନେଶ୍ୱର ଏୟାରପୋର୍ଟରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ
ପ୍ରକାଶଥାଉକି, ଗତ ଫେବୃଆରୀ ୬ ତାରିଥରେ ତୁର୍କୀରେ ତାଣ୍ଡବ ରଚିଥିଲା ଭୂକମ୍ପ । ତୁର୍କୀ ସିରିଆରେ ବଡ ଧରଣର ଭୂକମ୍ପ ଫଳରେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅନେକ ଲୋକ ଆହତ ହୋଇଥିଲେ । ତୁର୍କୀ ସିରିଆରେ ଭୂକମ୍ପରେ ସମୁଦାୟ ୧ ଲକ୍ଷ ୬୦ ହଜାରରୁ ଊର୍ଦ୍ଧ୍ବ ବଡ ବଡ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ ଲକ୍ଷ ୨୦ ହଜାରରୁ ଅଧିକ ଆପାଟମେଣ୍ଟ ଭୁଶୁଡି ପଡିଥିଲା । ତେବେ ଭୂକମ୍ପକୁ ପାଖାପାଖି ମାସେ ବିତିବାକୁ ବସିଥିବା ବେଳେ ଦୁଇଦିନ ତଳେ ଏକ ଘୋଡାକୁ କୋଠା ତଳୁ ଉଦ୍ଧାର କରାଯାଇଥିଲା । ଘୋଷଣା କରାଯାଇଥିବା ୫୦ ହଜାର ମୃତକଙ୍କ ମଧ୍ୟରୁ କେବଳ ତୁର୍କୀରେ ହିଁ ୪୪ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।