କୋରାପୁଟ: ଖୁବ ଶୀଘ୍ର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେବ ମେଡିକାଲ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା । କଲେଜରେ ଆବ୍ୟଶକୀୟ ଭିତ୍ତିଭୂମି ରହିଛି କି ନାହିଁ ତାହାର ସ୍ଥିତି ପରଖିଛନ୍ତି 3 ଜଣିଆ ଏମସିଆଇ ଟିମ୍ ।
ଏମସିଆଇର 3 ଜଣିଆ ଟିମ୍ ମେଡିକାଲ କଲେଜକୁ ଗସ୍ତରେ ଆସି ଭିତ୍ତିଭୂମିର ତଦାରଖ କରିଛନ୍ତି । ଭିତ୍ତିଭୂମୀରେ ସୁଧାର ଆସିଥିବା ନେଇ ଏମସିଆଇ ଟିମ ଖୁସି ଥିଲେ । ଆବଶ୍ୟକୀୟ ଭିତ୍ତିଭୂମୀ ଥିବାରୁ ପାଠପଢା ସ୍ବାଭାବିକ ଭାବରେ ଚାଲି ପାରିବ ବୋଲି ଟିମ ସୂଚନା ଦେଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ