ETV Bharat / state

ପୌର ଫାଇଟ: କୋରାପୁଟରେ ମୋଟ ୪୯ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

author img

By

Published : Mar 7, 2022, 10:51 PM IST

କୋରାପୁଟ, ଜୟପୁର, କୋଟପାଡ଼ ଓ ସୁନାବେଡ଼ା ପୌର ପରିଷଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଆଜିଥିଲା ଶେଷ ଦିନ । ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ ହୋଇଥିଲା । ଅଧିକ ପଢ଼ନ୍ତୁ

ପୌର ଫାଇଟ: କୋରାପୁଟରେ ମୋଟ ୪୯ ଜଣ ପୌରାଧ୍ୟକ୍ଷଙ୍କ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କୋରାପୁଟ: କୋରାପୁଟ, ଜୟପୁର, କୋଟପାଡ଼ ଓ ସୁନାବେଡ଼ା ପୌର ପରିଷଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଆଜିଥିଲା ଶେଷ ଦିନ । ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ ହୋଇଥିଲା । ଜିଲ୍ଲାରେ ସମସ୍ତ ପୌର ପରିଷଦରେ ଥିବା ୮୭ଟି ୱାର୍ଡ ପାଇଁ ୪୯ ଜଣ ପୌରାଧ୍ୟକ୍ଷ ଓ ୩୭୭ ଜଣ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

କୋରାପୁଟର ୨୧ଟି ୱାର୍ଡ ପାଇଁ ୫ଜଣ ପୌରାଧ୍ୟକ୍ଷ ଓ ୯୧ ଜଣ କାଉନସିଲର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କୋଟପାଡର ୧୩ଟି ୱାର୍ଡ ପାଇଁ ୫ଜଣ ପୌରାଧ୍ୟକ୍ଷ ଓ ୪୮ ଜଣ କାଉନସିଲର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଜୟପୁର ପୌରାଞ୍ଚଳର ୨୮ଟି ୱାର୍ଡ ପାଇଁ ୨୨ଜଣ ପ୍ରାର୍ଥୀ ପୌରାଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସୁନାବେଡ଼ା ପୌରାଞ୍ଚଳର ୧୩ଟି ୱାର୍ଡ ପାଇଁ ୧୭ଜଣ ପ୍ରାର୍ଥୀ ପୌରାଧ୍ୟକ୍ଷ ପଦବୀ ପାଇଁ ଓ ୧୦୫ ଜଣ ପ୍ରାର୍ଥୀ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୁନାବେଡ଼ା ଓ କୋଟପାଡ଼ରେ ଜଣେ ଲେଖାଏଁ ମହିଳା ପ୍ରାର୍ଥୀ ପୌରାଧ୍ୟକ୍ଷ ପଦବୀ ପାଇଁ ସ୍ଵାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ପ୍ରଥମ ଥର ପାଇଁ ସୁନାବେଡ଼ାରେ ଆମ ଆଦମୀ ପାର୍ଟି ପକ୍ଷରୁ ପୌରାଧ୍ୟକ୍ଷ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.