ETV Bharat / state

ଉଚ୍ଚଶିକ୍ଷା ପାଇଁ ମାଗିଲେ ସହଯୋଗ, 3 ଘଣ୍ଟାରେ ମିଳିଲା 37 ଲକ୍ଷ ଟଙ୍କା - ଉଚ୍ଚଶିକ୍ଷା ପାଇଁ ସହାୟତା

କୋରାପୁଟ ଜିଲ୍ଲାର ଜଣେ ଯୁବକ ଉଚ୍ଚଶିକ୍ଷା ପାଇଁ ସହାୟତା ମାଗି 3 ଘଣ୍ଟାରେ 37 ଲକ୍ଷ ଟଙ୍କା ଠୁଳ କରିଛନ୍ତି । ଅଧିକ ପଢନ୍ତୁ...

ଉଚ୍ଚଶିକ୍ଷା ପାଇଁ ମାଗିଲେ ସହଯୋଗ, 3 ଘଣ୍ଟାରେ ଠୁଳ କଲେ 37 ଲକ୍ଷ ଟଙ୍କା

author img

By

Published : Jun 4, 2021, 8:45 AM IST

Updated : Jun 4, 2021, 8:56 AM IST

କୋରାପୁଟ: ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଏକ ଅଖ୍ୟାତ ପଲ୍ଲୀର ଯୁବକ ସୁମିତ ତୁରୁକ 3 ଘଣ୍ଟାରେ ଠୁଳ କରିପାରିଛନ୍ତି 37 ଲକ୍ଷ ଟଙ୍କା । ତେବେ ସେ ନିଜ ଉଚ୍ଚଶିକ୍ଷା ପାଇଁ ନିଜର ଗଭୀର ଇଚ୍ଛାଶକ୍ତି ସହିତ ଆବଶ୍ୟକ ଅର୍ଥ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ବିସ୍ତୃତ ଭାବରେ କହିବା ପରେ ମାତ୍ର 3 ଘଣ୍ଟା ମଧ୍ୟରେ 37 ଲକ୍ଷ ଟଙ୍କା ମିଳିଥିବା ସେ କହିଛନ୍ତି ।

ଉଚ୍ଚଶିକ୍ଷା ପାଇଁ ମାଗିଲେ ସହଯୋଗ, 3 ଘଣ୍ଟାରେ ଠୁଳ କଲେ 37 ଲକ୍ଷ ଟଙ୍କା

ଅଖ୍ୟାତ ପଲ୍ଲୀର ଯୁବକ ସୁମିତ ତୁରୁକ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ସନ୍ତାନ ଓ ମାଓପ୍ରବଣ ଇଲାକା ଭାବେ ପରିଚିତ ଏତେନ୍ତୁଳୀପଦ ଗ୍ରାମର ଯୁବକ । ସେ ସୁମିତ ଗାଁରୁ ସେମିଲିଗୁଡା, କୋରାପୁଟ ଓ ପରିଶେଷରେ ଭୁବନେଶ୍ଵରରେ ଶିକ୍ଷା ଗ୍ରହଣ କରିବା ପାଇଁ ରୀତିମତ ଏକ ସଂଘର୍ଷପୂର୍ଣ୍ଣ ଜୀବନ ବିତାଇଥିଲେ । ତା ପରେ ନିଜ ଅଦମ୍ୟ ଇଚ୍ଛାଶକ୍ତି ବଳରେ ସେ ଯାଇ ପହଞ୍ଚିଥିଲେ ଦିଲ୍ଲୀରେ । କିନ୍ତୁ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଢିବାର ସ୍ଵପ୍ନ ସେହି ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ପ୍ରବେଶ କରିବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଯୋଗାଡ କରିନପାରିବା ଯୋଗୁଁ ମଳିନ ପଡିଯାଇଥିଲା । ତେବେ ସୁମିତ ହତାଶ ହୋଇପଡିଥିବା ବେଳେ ଶୁଭେଚ୍ଛୁମାନେ ତାଙ୍କୁ ଦିଲ୍ଲୀସ୍ଥିତ JNUରେ ଆବେଦନ କରିବା ପାଇଁ ପ୍ରେରିତ କରିଥିଲେ । ବନ୍ଧୁ ବର୍ଗଙ୍କ ସହଯୋଗରେ ସୁମିତ JNUରେ ପଢିବା ପାଇଁ ଆବେଦନ କରି ସେଠାରେ ସ୍ଥାନ ପାଇବାରେ ସକ୍ଷମ ହୋଇଥିଲେ ।

ସେହି ଦିନଠାରୁ ସେ ପଛକୁ ଫେରିନଥିବା ସୁମିତ କହିଛନ୍ତି । ସେଠାରେ ତାଙ୍କ ଅନ୍ତର୍ନିହିତ କଳା ଓ ଦକ୍ଷତା ବଳରେ ରାପ ସଂଗୀତରେ ଉତ୍ତମ ପ୍ରଦର୍ଶନ କରି ଦେଶ ବିଦେଶରେ ଆଦୃତ ହେବା ଏବଂ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଚାଲିଥିବା ବିଭିନ୍ନ ଆନ୍ଦୋଳନରେ ନେତୃତ୍ଵ ନେବା ସହ ଏକ ଉତ୍ତମ ଆୟୋଜକ ଭାବେ ଖ୍ୟାତି ଅର୍ଜନ କରିପାରିଥିଲେ ସୁମିତ । ତାଙ୍କ ପ୍ରତିଭା ତାଙ୍କୁ ବିଦେଶରେ ମଧ୍ୟ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିଥିଲା । ତେବେ ତାଙ୍କ ହୃଦୟରେ ଜଳୁଥିବା ଉଚ୍ଚତର ଶିକ୍ଷା ହାସଲ କରିବାର ଅଭୀପ୍ସା ତାଙ୍କୁ ବ୍ୟସ୍ତବିବ୍ରତ କରିଦେଉଥିଲା । ଆବଶ୍ୟକ ପରିମାଣର ସ୍କଲାର୍ସିପ ସହ ଇଂଲଣ୍ଡ ଯାଇ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ସୁମିତ ଆବେଦନ କରିଥିଲେ । ପଢିବା ପାଇଁ ସୁମିତଙ୍କ ଆବେଦନ ସଫଳ ହୋଇ ତାଙ୍କୁ ଇଂଲଣ୍ଡ ଯାଇ ଉଚ୍ଚଶିକ୍ଷା ହାସଲ କରିବା ପାଇଁ ଅନୁମତି ମିଳିଥିଲା ।

ତେବେ କୌଣସି ଏକ କାରଣରୁ ଠିକଣା ସମୟରେ ଆବେଦନ କରିପାରିନଥିବା କାରଣରୁ ସ୍କଲାର୍ସିପ ମିଳିପାରିଲା ନାହିଁ । ତାଙ୍କୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ 47 ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା । ଶେଷ ପର୍ଯ୍ୟନ୍ତ ଲଢେଇ କରିବାର ମାନସିକତାକୁ ଧାରଣ କରିଥିବା ସୁମିତ କିନ୍ତୁ ହାର ମାନିନଥିଲେ । ଓଡିଶା ସରକାରଙ୍କ ପାଖରେ ସହଯୋଗ ପାଇଁ ଯୋଗାଯୋଗ କରିବା ପରେ ସରକାରଙ୍କ ପାଖେ ଏପରି କ୍ଷେତ୍ରରେ ସହଯୋଗ କରିବା ପାଇଁ କୌଣସି ଯୋଜନା ନଥିବା ଯୋଗୁଁ ସହଯୋଗ ମିଳିପାରିବ ନାହିଁ ବୋଲି ଉତ୍ତର ମିଳିଲା । ତା' ପରେ ହତାଶା ମାଡି ଆସୁଥିଲା । କିନ୍ତୁ ନିଜ ଜିଦରେ ଅଟଳ ଥିବା ସୁମିତ ନିଜ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ନିଜ ଇଚ୍ଛା ଓ ତା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ସମ୍ପର୍କରେ ବିସ୍ତ୍ରୃତ ବିବରଣୀ ଉପସ୍ଥାପନ କରି ଆର୍ଥିକ ଭାବେ ସ୍ଵଚ୍ଛଳ ଥିବା ବ୍ୟକ୍ତିଙ୍କ ପାଖରେ ସହଯୋଗ ପ୍ରାର୍ଥନା କଲେ ।

ଏହି ଅନୁରୋଧ କରିବାର 3 ଘଣ୍ଟା ମଧ୍ୟରେ ହିଁ ତାଙ୍କୁ ସହଯୋଗ କରୁଥିବା ଫଣ୍ଡ ରେଜିଂ ସଂସ୍ଥା ପାଖରେ ତାଙ୍କ ପାଇଁ 37 ଲକ୍ଷ ଟଙ୍କାର ସହଯୋଗ ପହଞ୍ଚି ସାରିଥିବା ସେ କହିଛନ୍ତି । ଏତେ କମ ସମୟରେ ଏତେ ପରିମାଣର ସହଯୋଗ ରାଶି ପାଇବା ତାଙ୍କ ଚିନ୍ତାର ବାହାରେ ଥିବା ବେଳେ ଆସନ୍ତା ଜୁନ 30 ତାରିଖ ମଧ୍ୟରେ ବାକି 10 ଲକ୍ଷ ମଧ୍ୟ ଯୋଗାଡ ହୋଇଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅଧ୍ୟୟନ ସମାପ୍ତ ହେବା ପରେ ଓଡିଶାର ଗାଁ ଗଣ୍ଡାର ଯୁବପିଢି କିପରି ଉଚ୍ଚ ଶିକ୍ଷା ପାଇପାରିବେ ସେ ଦିଗରେ କାମ କରିବେ ବୋଲି ସୁମିତ ଜଣାଇଛନ୍ତି । ତେବେ ଓଡିଶା ସରକାର ତାଙ୍କୁ ସହଯୋଗ କରିପାରିନଥିଲେ ମଧ୍ୟ ଭବିଷ୍ୟତରେ ଯୁବପିଢିକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ପାଇଁ ଅଧିକ ଅର୍ଥ ନିବେଶ କରିବା ପାଇଁ ସେ ପ୍ରାର୍ଥନା କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jun 4, 2021, 8:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.