ETV Bharat / state

ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର - କୋରାପୁଟରେ ମହିଳାଙ୍କୁ ବୀଭତ୍ସ ହତ୍ୟା

କୋରାପୁଟ କାକିରିଗୁମ୍ମାରେ ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିବା ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ପରିବାର ଲୋକେ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

Man allegedly murdered his Wife family demands crime branch investigation
ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର ଲୋକେ
author img

By

Published : Sep 10, 2022, 12:21 PM IST

କୋରାପୁଟ: କାକିରିଗୁମ୍ମାରେ ପାଇଖାନା ଟାଙ୍କିରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା । ପାରିବାରିକ କଳହକୁ ନେଇ ହତ୍ୟା ପରେ ସ୍ତ୍ରୀକୁ ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲା ସ୍ବାମୀ (Man allegedly murdered his Wife) । ହତ୍ୟା ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବାନେଇ ମୃତ ମହିଳାଙ୍କ ଭାଇ କୋରାପୁଟ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ପରିବାର ଲୋକେ ଦାବି କରିଛନ୍ତି ।

ଏନେଇ ମୃତ ମହିଳା ଗୌରୀ ସାହୁଙ୍କ ଭାଇ କହିଛନ୍ତି, " 5 ମାସ ପୂର୍ବରୁ ଭଉଣୀ ନିଖୋଜ ଥିବା ଅଭିଯୁକ୍ତ କହିଥିଲା । ମୃତଦେହ ମିଳିବା ପରେ ନିଜେ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କଲା । ମୃତ ଶରୀରର କେତେକ ଅଙ୍ଗ ନାହିଁ । ଯେଉଁଭଳି ନୃଶଂସ ଭାବେ ଭଉଣୀକୁ ହତ୍ୟା କରାଯାଇଛି, ଏଥିରେ କେବଳ ଜଣେ ସାମିଲ ଥିବା ସମ୍ଭବପର ନୁହେଁ । ଅଭିଯୁକ୍ତ ସ୍ବାମୀ ସହ ଅନେକ ଲୋକ ସାମିଲ ଥାଇପାରନ୍ତି ।" ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହୋଇ ଶୀଘ୍ର ଦୋଷୀକୁ ଦଣ୍ଡ ଦେବାପାଇଁ ମୃତ ମହିଳାଙ୍କ ଭାଇ ଦାବି କରିଛନ୍ତି ।

ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିବା ଘଟଣା

ଏହା ମଧ୍ୟ ପଢ଼ନ୍ତୁ: ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଲା ସ୍ବାମୀ, 6 ମାସ ପରେ ମିଳିଲା ମୃତଦେହ

ସୂଚନା ଥାଉକି, କୋରାପୁଟ ଜିଲ୍ଲା କାକିରିଗୁମ୍ମାର ଦଶରଥ ସାହୁ ନିଜ ସ୍ତ୍ରୀ ଗୌରୀ ସାହୁକୁ ମାରି ପାଇଖାନା ଟାଙ୍କିରେ ପକାଇ ଦେଇଥିଲେ। ଘଟଣାର 6 ମାସ ପରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ସ୍ତ୍ରୀକୁ ହତ୍ୟା କରିଥିବା ନେଇ ସ୍ବାମୀ ନିଜ ଦୋଷ ସ୍ବୀକାର କରିଛି । ପ୍ରଥମେ ସ୍ତ୍ରୀକୁ ହତ୍ୟା ପରେ ପୋଲିସ ଆଖିରୁ ବର୍ତ୍ତିବାକୁ ନିଖୋଜର ନାଟକ ରଚିଥିବା ସତ୍ତ୍ବେ ସତ ପଦାକୁ ଆସିଥିଲା । ପୋଲିସ ନିକଟରେ ନିଖୋଜ ମାମଲା ବି ଦାୟର ହୋଇଥିଲା । ହେଲେ ଏତେ ଦିନ ଧରି ନିଖୋଜ ହେବା ନେଇ ଝିଅ ଘର ଲୋକେ ସନ୍ଦେହ କରିଥିଲେ । ଶେଷରେ ମାନସିକ ଭାରସାମ୍ୟ ହରାଇ ସବୁ ସତ ମାନି ନେଇଥିଲା ଦଶରଥ ସାହୁ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଯେଉଁଠାରେ ମୃତଦେହ ପୋତିଥିଲା ନିଜେ ଅଭିଯୁକ୍ତ ପୋଲିସକୁ ନେଇ ଦେଖାଇଥିଲା । ଘଟଣା ପାରିବାରିକ କଳହ ନା ହଠାତ୍‌ ରାଗରୁ ହୋଇଛି ତାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । ଦୀର୍ଘ ଦିନର ପାରିବାରିକ କଳହକୁ ନେଇ ଦଶରଥ ସ୍ତ୍ରୀ ଗୌରୀଙ୍କୁ ହତ୍ୟା କରି ପାଇଖାନା ଟାଙ୍କିରେ ପୋତିଥିବା ଅଭିଯୋଗ କରିଛନ୍ତି ଗୌରୀଙ୍କ ପରିବାର ଲୋକେ । ତେବେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.