କୋରାପୁଟ: ପୁଣି ଭିଜିଲାନ୍ସ ଜାଲରେ ସରକାରୀବାବୁ । ବିପୁଳ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ମାଲକାନଗିରି ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି । ଭିଜିଲାନ୍ସ ଟିମ୍ ତାଙ୍କୁ ବୈପାରୀଗୁଡାରେ ଗିରଫ କରିବା ସହ ତାଙ୍କ ଠାରୁ 1 ଲକ୍ଷ 91 ହଜାର ଟଙ୍କା ଜବତ କରିଛି । ଏଥିସହ ତାଙ୍କ ବାସଭବନ ସମେତ ଅନ୍ୟାନ ସ୍ଥାନରେ ଚଢାଉ କରିଛି ।
ଶନିବାର ଏକ ଇନୋଭା କାର ଯୋଗେ ଅଭିମନ୍ୟୁ ଟଙ୍କା ନେଇ ବ୍ରହ୍ମପୁର ଆସୁଥିଲେ । ଏନେଇ ଖବର ପାଇ ପରେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ବୈପାରୀଗୁଡାରେ ଗିରଫ କରିଥିଲା । ଟଙ୍କା ସେ କେଉଁଠୁ ଆଣିଲେ ତାହା ବର୍ତ୍ତମାନ ଜଣାପଡିନଥିବା ବେଳେ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ଅନ୍ୟପଟେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଗିରଫ ଯୋଗାଣ ଅଧିକାରୀ । ତେବେ ତାଙ୍କ ନାମରେ ପୂର୍ବରୁ ଆୟ ବହିଃର୍ଭୂତ ସମ୍ପତ୍ତି ମାମଲା ଥିବା ଭିଜିଲାନ୍ସ ଅଧିକାରୀ କହିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ