ETV Bharat / state

ଲକଡାଉନରେ ପେଶୀ ହେଉଛନ୍ତି ସହରର କ୍ଷୁଦ୍ର ବ୍ୟବସାୟୀ

author img

By

Published : Jun 11, 2021, 9:53 AM IST

କୋଭିଡ କଟକଣାକୁ ଆଖି ଆଗରେ ରଖି କୋରାପୁଟ ଜିଲ୍ଲାରେ ସମସ୍ତ ଦୋକାନ ବଜାର ଖୋଲିବା ଉପରେ ନିୟନ୍ତ୍ରଣ କରାଯାଇଛି । ଅଧିକ ପଢନ୍ତୁ...

ଲକଡାଉନ ମଧ୍ୟରେ ପେଶୀ ହେଉଛନ୍ତି ସହରର କ୍ଷୁଦ୍ର ବ୍ୟବସାୟୀ

କୋରାପୁଟ: କୋଭିଡ କଟକଣାକୁ ଆଖି ଆଗରେ ରଖି କୋରାପୁଟ ଜିଲ୍ଲାରେ ସମସ୍ତ ଦୋକାନ ବଜାର ଖୋଲିବା ଉପରେ ନିୟନ୍ତ୍ରଣ କରାଯାଇଛି । ଲୁଗା, ଜୋତା ପ୍ରଭୃତି ଦୋକାନ ଖୋଲାଯିବା ଉପରେ ସମ୍ପୂର୍ଣ ବାରଣ କରାଯାଇଥିବା ବେଳେ ପରିବା, ଡାଲିଚାଉଳ, ବହି ଦୋକାନ ଓ ବେକେରି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ପାଇଁ ସକାଳ 6 ଟା ଠାରୁ ଦିନ 11ଟା ପର୍ଯ୍ୟନ୍ତ ଖୋଲା ରଖି ବ୍ୟବସାୟ କରିବା ପାଇଁ ଅନୁମତି ଦିଆଯାଇଛି ।

ଏହି ବ୍ୟବସାୟୀଙ୍କ କହିବାନୁଯାୟୀ, ସରକାର ସକାଳ 6ଟାରୁ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲେ ହେଁ ଗ୍ରାହକ ପ୍ରାତଃ ଭ୍ରମଣ ଇତ୍ୟାଦି ସମାପ୍ତ କରି ଦୋକାନ ପାଖକୁ ଆସିଲାବେଳକୁ ପ୍ରାୟ 8ଟା ବାଜି ଯାଉଛି । ତେଣୁ ବାସ୍ତବରେ ଦୋକାନୀକୁ ମାତ୍ର ତିନି ଘଣ୍ଟା ବ୍ୟବସାୟ କରିବାକୁ ସମୟ ମିଳୁଥିବା ସେମାନେ ଅଭିଯୋଗ କରିଛନ୍ତି । ପରିବା ଦୋକାନରେ ଓ ବେକେରିରେ ଗ୍ରାହକ ତଟକା ପରିବା ଓ ସଜ କେକ୍ ଓ ପାଉରୁଟି ମାଗୁଥିବା ଯୋଗୁଁ ବ୍ୟବସାୟ ମାନ୍ଦା ପଡୁଛି ।

ସେହିଦିନ ସରିଗଲା ଭଳି ଜିନିଷକୁ ରଖି ସେମାନେ ବ୍ୟବସାୟ କରିବା ପାଇଁ ବାଧ୍ୟ ହେଉଥିବା ଜଣାଇଛନ୍ତି । ବିଦ୍ୟାଳୟ ବନ୍ଦ ପଡିଥିବାରୁ ବହି ଦୋକାନରେ ବ୍ୟବସାୟ ନାହିଁ । ତେଣୁ ପୂଜାରିପୁଟ ସ୍ଥିତ ଶିବ ବହି ଦୋକାନରେ ବର୍ତ୍ତମାନ ରାମଦେବ ବାବାଙ୍କ ଅଟା ଡାଲି ବିକ୍ରି ହେଲାଣି । ମନ୍ଦିର ବନ୍ଦ ପଡିଥିବା ଯୋଗୁଁ ନଡିଆ, କଦଳୀ, ଫୁଲ ଓ ଦୀପ ବିକ୍ରି କରି ପେଟ ପୋଷୁଥିବା ଦୋକାନୀ ଆଳୁ ପିଆଜ ବିକିବାକୁ ବାଧ୍ୟ ହେଲାଣି ।

ତେବେ ବିକଳ୍ପ ବ୍ୟବସାୟରେ ଆଗରୁ ସେହି ଜିନିଷ ଗୁଡିକର ବ୍ୟବସାୟ କରୁଥିବା ଦୋକାନୀଙ୍କ ସହ ପ୍ରତିଦ୍ଵନ୍ଦିତା କରିବା ସହଜ ହେଉନଥିବା ସେମାନେ ଜଣାଇଛନ୍ତି । ଏପରି ସ୍ଥିତିକୁ ସାମ୍ନା କରୁଥିବା ପରିବାର ଘୋର ଆର୍ଥିକ ସଙ୍କଟ ରେ ଆଉଟୁପାଉଟୁ ହେଉଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.