କୋରାପୁଟ: ସେମିଳିଗୁଡା ବ୍ଲକ ଅନ୍ତର୍ଗତ ବିବାଦୀୟ ମାଳିପର୍ବତ ନିକଟରେ ବର୍ତ୍ତମାନ ସଡ଼କ ନିର୍ମାଣ କରିବାକୁ ଯୋଜନା କରୁଛି ପ୍ରଶାସନ । ମାଳିପର୍ବତ ନିକଟରେ ପ୍ରଶାସନର ସଡ଼କ ନିର୍ମାଣ ପାଇଁ ପ୍ରୟାସକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳରେ ଶତାଧିକ ମହିଳା । ସ୍ଥାନୀୟ ମହିଳାମାନେ ରାସ୍ତାକାମ ପାଇଁ ଅଣାଯାଇଥିବା ରୋଲର ଗାଡ଼ିକୁ ଆଗକୁ ବଢ଼ିବାକୁ ଦେଇନଥିଲେ ।
ତାସହିତ ରାସ୍ତାକାମ ପାଇଁ ଆସିଥିବା ଅନ୍ୟାନ୍ୟ ସରଞ୍ଜାମ ଦ୍ବାରା ହେଉଥିବା କାର୍ଯ୍ୟକୁ ମଧ୍ୟ ବନ୍ଦ କରାଇଛନ୍ତି ମାଳିପର୍ବତର ସ୍ଥାନୀୟ ମହିଳା । ମାଳିପର୍ବତରେ ବକ୍ସାଇଟ ଖଣି ଖନନକୁ ବିରୋଧ କରି ଅଞ୍ଚଳବାସୀ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ଏଭଳି ସ୍ଥିତିରେ ଏଠାରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟକୁ ପ୍ରସୟ ଦିଆଯିବ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ମହିଳା । ଏହି କ୍ରମରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇ ଦେଇନାହାନ୍ତି ସ୍ଥାନୀୟ ମହିଳା ।
ପୋଲିସ ଓ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ଠିକା କମ୍ପାନୀ ରାସ୍ତା ନିର୍ମାଣ କରିବା ପାଇଁ ଆସିଥିଲା । ହେଲେ ସ୍ଥାନୀୟ ମହିଳାଙ୍କ ବିରୋଧ ଯୋଗୁଁ କମ୍ପାନୀର ଲୋକେ ଓ ପ୍ରଶାସନିକ ଅଧିକାରୀ ଫେରିଯିବା ପାଇଁ ବାଧ୍ୟ ହୋଇଛନ୍ତି । ଏ ସମ୍ପର୍କରେ, ପୋଲିସ, ପ୍ରଶାସନ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ରାସ୍ତାକାମ କମ୍ପାନୀ ପକ୍ଷରୁ କରାଯାଉଥିଲା ନା ପ୍ରଶାସନ ପକ୍ଷରୁ କରାଯାଉଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।