ETV Bharat / state

କୋଲାବ ଜଳଭଣ୍ଡାର ରେଳ ବ୍ରିଜ କଡରେ ପୋଲ ନିର୍ମାଣ ପାଇଁ ଦାବି - ଜିଲ୍ଲାପାଳଙ୍କୁ ଭେଟିଲେ ବଡସୁକୁ ପଞ୍ଚାୟତବାସୀ

କୋରାପୁଟ ଓ ସୁକୁ ମଧ୍ୟରେ ଥିବା କୋଲାବ ଜଳଭଣ୍ଡାର ଉପରେ ରେଳ ବ୍ରିଜ କଡରେ ଗାଡି ମୋଟର ଯିବା ଆସିବା ପାଇଁ ଏକ ପକ୍କା ପୋଲ ନିର୍ମାଣ କରିବା ପାଇଁ ବଡସୁକୁ ପଞ୍ଚାୟତବାସୀଙ୍କ ଦାବି । ଅଧିକ ପଢନ୍ତୁ....

କୋଲାବ ଜଳଭଣ୍ଡାର ରେଳ ବ୍ରିଜ କଡରେ ପୋଲ ନିର୍ମାଣ ପାଇଁ ଦାବି

author img

By

Published : Apr 27, 2021, 6:48 PM IST

କୋରାପୁଟ: ଜିଲ୍ଲାପାଳଙ୍କୁ ବଡସୁକୁ ପଞ୍ଚାୟତବାସୀଙ୍କ ଦାବିପତ୍ର ପ୍ରଦାନ । କୋରାପୁଟ ଓ ସୁକୁ ମଧ୍ୟରେ ଥିବା କୋଲାବ ଜଳଭଣ୍ଡାର ଉପରେ ରେଳ ବ୍ରିଜ କଡରେ ଗାଡି ମଟର ଯିବା ଆସିବା କରିବା ପାଇଁ ଏକ ପକ୍କା ପୋଲ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ପଞ୍ଚାୟତବାସୀ । ତେବେ ବଡସୁକୁ ପଞ୍ଚାୟତର କାଲଚୁର, ଭୋଇଗୁଡା, ଘାତମୁନ୍ଦାର ପ୍ରଭୃତି ଗ୍ରାମର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏହି ଦାବି କରିଛନ୍ତି ।

କୋଲାବ ଜଳଭଣ୍ଡାର ରେଳ ବ୍ରିଜ କଡରେ ପୋଲ ନିର୍ମାଣ ପାଇଁ ଦାବି

ବଡସୁକୁ ପଞ୍ଚାୟତ ସମେତ ଲମତାପୁଟ ବ୍ଲକର କିଛି ଗ୍ରାମ ଏହି ବାଟଦେଇ କୋରାପୁଟ ଯାଉ ଥିବାବେଳେ କୋଲାବ ଜଳରାଶି ସେମାନଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି କରୁଥିବା ପୂର୍ବତନ ବିଧାୟକ ତଥା କଂଗ୍ରେସ ଦଳର ନେତା ନିମାଇଁ ସରକାର ଅଭିଯୋଗ କରିଛନ୍ତି । ରାସ୍ତା ପଥରେ ଆସିବାକୁ ହେଲେ ଏହି ସମସ୍ତ ଗ୍ରାମବାସୀଙ୍କୁ ନନ୍ଦପୁର ବାଟଦେଇ 100 କିଲୋମିଟରରୁ ଊର୍ଦ୍ଧ୍ବ ବାଟ ଅତିକ୍ରମ କରିବାକୁ ହେଉଛି । ଲୋକଙ୍କ ଏହି ଅସୁବିଧାକୁ ଦୂର କରିବା ପାଇଁ ଗତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ପୋଲ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

କିନ୍ତୁ ନିର୍ବାଚନ ସରିବା ପରେ ସେ ବିଷୟରେ ପାଦେ ହେଲେ ଆଗେଇନଥିବା ବଡସୁକୁ ସରପଞ୍ଚ ଗୋବିନ୍ଦ ମାଝୀ ଅଭିଯୋଗ କରିଛନ୍ତି । ଏଥି ସହିତ ତିଆଡିପୁଟ ଓ ଘାଟମୁନ୍ଦାର ନିକଟରେ ଏକ ପୁସିଂ ବ୍ରିଜ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଆଜି ରେଳବାଇ ପୋଲିସ କୋଲାବ ଜଳଭଣ୍ଡାର ଉପରେ ଥିବା ରେଳ ପୋଲ କଡରେ ଥିବା ସଂକୀର୍ଣ୍ଣ ଚଲାପଥ ଦେଇ ଗାଡି ଚଳାଇବାକୁ ମନା କରୁଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ଗୋବିନ୍ଦ ମାଝୀ ଜଣାଇଛନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.