ETV Bharat / state

ଆଦିବାସୀଙ୍କୁ ଅବହେଳା ଅଭିଯୋଗ, ଏକାଠି ହେଲେ ୩ ରାଜ୍ୟର ନେତା

author img

By

Published : Oct 11, 2021, 6:27 AM IST

Updated : Oct 11, 2021, 11:35 AM IST

ଆଦିବାସୀଙ୍କୁ ଅବହେଳା ଅଭିଯୋଗ କରି ଏକାଠି ହେଲେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ଓଡିଶାର ନେତା । ମିଳିତ ସ୍ବରରେ ଆଞ୍ଚଳିକ ସ୍ବୟଂଶାସିତ ଅଞ୍ଚଳ ଗଠନ କରିବା ପାଇଁ ସଂଗ୍ରାମ । ଅଧିକ ପଢନ୍ତୁ...

ଆଦିବାସୀଙ୍କୁ ଅବହେଳା ଅଭିଯୋଗ କରି ଏକାଠି ହେଲେ ୩ ରାଜ୍ୟର ନେତା

କୋରାପୁଟ: ଜିଲ୍ଲାର ସୀମାକୁ ଲାଗିଥିବା ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ବିଭିନ୍ନ ଅଞ୍ଚଳରୁ ନେତୃବର୍ଗ ଆଜି କୋରାପୁଟରେ ଏକାଠି ହୋଇ ଆଦିବାସୀଙ୍କ ଉନ୍ନତି ଦିଗରେ ତିନୋଟି ରାଜ୍ୟର ଅବହେଳା ବିରୋଧରେ ମିଳିତ ସ୍ବରରେ ଆଞ୍ଚଳିକ ସ୍ବୟଂଶାସିତ ଅଞ୍ଚଳ ଗଠନ କରିବା ପାଇଁ ସଂଗ୍ରାମର ଶୁଭାରମ୍ଭ କରିଛନ୍ତି ।

ଆଦିବାସୀଙ୍କୁ ଅବହେଳା ଅଭିଯୋଗ, ଏକାଠି ହେଲେ ୩ ରାଜ୍ୟର ନେତା

ରାଜନୈତିକ ଦଳରୁ ଉର୍ଦ୍ଧ୍ବକୁ ଯାଇ ଏହି ନେତାମାନେ ନିଜ ଶାସନ ନିଜ ହାତକୁ ଆଣିବା ପାଇଁ ସଂକଳ୍ପ ନେଇଛନ୍ତି । କୋଟିଆ ଓ ଅନ୍ୟାନ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଚାଲିଥିବା ସୀମା ବିବାଦକୁ ଏହି ଅଞ୍ଚଳର ଆଦିବାସୀ ପରସ୍ପର ମଧ୍ୟରେ ଆଲୋଚନା କରି ସମାଧାନ କରିପାରିବେ ବୋଲି ଆନ୍ଧ୍ରପ୍ରଦେଶର ଆଦିବାସୀ ମୋର୍ଚ୍ଚା ସଭାପତି ଗଙ୍ଗାଧର ସ୍ବାମୀ ମତ ପ୍ରକାଶ କରିଛନ୍ତି ।

ଅପରପକ୍ଷରେ ଛତିଶଗଡ଼ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ନେତାମ ଆଦିବାସୀଙ୍କ ଉନ୍ନତି ପାଇଁ ସମ୍ବିଧାନରେ ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ଗୁଡିକ ଏଥିପ୍ରତି ଗୁରୁତ୍ବ ଦେଇନଥିବା ଅଭିଯୋଗ କରିଛନ୍ତି । ଆଞ୍ଚଳିକ ବିକାଶ ପାଇଁ ଆଜି ପ୍ରତିଷ୍ଠା କରାଯାଇଥିବା ଦଣ୍ଡକାରଣ୍ୟ ପାର୍ବତ୍ୟମାଳା ବିକାଶ ପରିଷଦ ସମସ୍ତ ସରକାରଙ୍କ ସକାରାତ୍ମକ ପଦକ୍ଷେପକୁ ସମର୍ଥନ କରିବା ସହ ସରକାରଙ୍କୁ ଠିକ ମାର୍ଗରେ ପରିଚାଳିତ କରିବା ପାଇଁ ଏକ ପ୍ରେସର ଗ୍ରୁପ ଭାବେ କାର୍ଯ୍ୟ କରିବ ବୋଲି ଏହି ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଜଣାଇଛନ୍ତି ।

ସେହିପରି ଆମ କୋଟିଆ ସଂଗଠନର ଆବାହକ ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡାଙ୍କ ମତରେ, ଏହି ମଞ୍ଚରେ ସମଗ୍ର ଦଣ୍ଡକାରଣ୍ୟ ଅଞ୍ଚଳର ଅଧିବାସୀ ସମ୍ପୃକ୍ତ ହେଉଥିବା ଯୋଗୁଁ କୋଟିଆ ଭଳି ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ କରିବା ପାଇଁ ରାଜ୍ୟ ସରକାର ଗୁଡିକ ଉପରେ ଚାପ ପଡିବ । ଏହି ପରିଷଦ ସେହି ଦିଗରେ କାର୍ଯ୍ୟ କରିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Oct 11, 2021, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.