ETV Bharat / state

ଜୟପୁର ରାଜବଂଶର ଶେଷ ରାଣୀଙ୍କ ଶେଷ ନିଃଶ୍ୱାସ ତ୍ୟାଗ - ରାଜା ରାମକୃଷ୍ଣ ଦେଓ ଙ୍କ ଧର୍ମପତ୍ନୀ

ଜୟପୁର ରାଜବଂଶର ଶେଷ ରାଣୀ ରମାକୁମାରୀ ଆଜି ରାଜ ଉଆସରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

queen of jayapur ramakumari
queen of jayapur ramakumari
author img

By

Published : Jan 2, 2023, 9:17 PM IST

queen of jayapur ramakumari

କୋରାପୁଟ: ଆରପାରିରେ ଜୟପୁର ରାଜବଂଶ ର ଶେଷ ରାଣୀ ରମାକୁମାରୀ । ଆଜି ଜୟପୁର ସ୍ଥିତ ରାଜ ଉଆସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଦେହତ୍ୟାଗ ସମୟରେ ତାଙ୍କ ନିକଟରେ ତାଙ୍କ ସୁପୁତ୍ର ଚନ୍ଦ୍ରଚୁଡ ଦେଓ ଏବଂ କନିଷ୍ଠ ବୋହୂ ସରିକା ଦେଓ ଉପସ୍ଥିତ ଥିଲେ ।

ତେବେ ରାଣୀ ରମାକୁମାରୀ ରାଜା ବିକ୍ରମଦେଵ ବର୍ମାଙ୍କ ପୋଷ୍ୟପୁତ୍ର ତଥା ଏହି ରାଜବଂଶର ଶେଷ ରାଜା ରାମକୃଷ୍ଣ ଦେଓ ଙ୍କ ଧର୍ମପତ୍ନୀ ଥିଲେ । ଆନ୍ଧ୍ରପ୍ରଦେଶ ରେ ଥିବା ମାଡଗୁଲର ସେ ଏକଦା ବିଧାୟକ ଥିଲେ । ଏନେଇ ଜୟପୁର ରାଜବଂଶ ର ଇତିହାସ କୁ ନେଇ ନିରନ୍ତର ଗବେଷଣା କରି ଆସିଥିବା ଗବେଷକ ପରେଶ ରଥ ଜଣାଇଛନ୍ତି ।

ରାଜତନ୍ତ୍ର ଆଉ ନ ଥିଲେ ବି ରମାକୁମାରୀ ଜୟପୁର ସାମ୍ରାଜ୍ୟର ରାଣୀ ଭାବେ ଶେଷ ପର୍ଯ୍ୟନ୍ତ ପରିଚିତ ଥିଲେ। ତେଣୁ ତାଙ୍କ ବିୟୋଗରେ ଜୟପୁର ବାସୀ ଓ ବିଶେଷ କରି ରାଜ ପରିବାର ସହ ବାପା ଅଜା ଅମଳରୁ ସମ୍ପର୍କ ରଖିଥିବା ପରିବାର ରେ ଆଜି ଶୋକ ଖେଳିଯାଇଥିବା ନେଇ ଜୟପୁର ବାସିନ୍ଦା ପ୍ରଦ୍ୟୁତ କୁମାର ରାଏ ଜଣାଇଛନ୍ତି ।

ଅନ୍ୟପଟେ ଆଜି ରାଜ ଉଆସରେ ରାଣୀଙ୍କ ମରଶରୀରକୁ ଦର୍ଶନ କରିବା ଠାରୁ ଆରମ୍ଭ କରି ଚନ୍ଦନବାଡ ଠାରେ ଥିବା ରାଜପରିବାରର ଶ୍ମଶାନ ପର୍ଯ୍ୟନ୍ତ ଯାଇଥିବା ଶୋଭାଯାତ୍ରାରେ ରାଜନୈତିକ ନେତୃବୃନ୍ଦ ଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.