ETV Bharat / state

ଘରେ ନପଶୁଣୁ ବାଜିଲା ଚାଳ: ପ୍ରଥମ ଦିନରେ ଟିକା ଅଭାବ, ହନ୍ତସନ୍ତ ବରିଷ୍ଠ ନାଗରିକ

author img

By

Published : Jan 11, 2022, 11:39 AM IST

ଘରେ ନପଶୁଣୁ ବାଜିଲା ଚାଳ । ପ୍ରଥମ ଦିନରେ ହିଁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଦେଖା ଦେଇଛି ଟିକାର ଅଭାବ(Lack of vaccines) । ଫଳରେ ଟୀକାକରଣ ପାଇଁ ଆସିଥିବା ବୟସ୍କ ମହିଳା ଓ ପୁରୁଷ(senior citizens) ହନ୍ତସନ୍ତ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଘରେ ନପଶୁଣୁ ବାଜିଲା ଚାଳ: ପ୍ରଥମ ଦିନରେ ଟିକାର ଅଭାବ, ହନ୍ତସନ୍ତ ବରିଷ୍ଠ ନାଗରିକ

କୋରାପୁଟ: ଗତକାଲି(ସୋମବାର)ଠାରୁ ବରିଷ୍ଠ ନାଗରିକମାନଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ(booster dose) ଦେବା ଆରମ୍ଭ ହୋଇଯାଇଛି । କିନ୍ତୁ ଘରେ ନପଶୁଣୁ ଚାଳ ବାଜିଲା ଭଳି ପ୍ରଥମ ଦିନରେ ହିଁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଦେଖା ଦେଇଛି ଟିକାର ଅଭାବ(Lack of vaccines) । ଫଳରେ ଟୀକାକରଣ ପାଇଁ ଆସିଥିବା ବୟସ୍କ ମହିଳା ଓ ପୁରୁଷ(senior citizens ) ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି ।

ତେବେ ପ୍ରଥମେ ସକାଳେ ଟିକା ନେବା ପାଇଁ ଆସିଥିବା ବରିଷ୍ଠ ନାଗରିକଙ୍କୁ ଦ୍ବିପ୍ରହରରେ ଟିକାଦାନ କରାଯିବ ବୋଲି କହିବା ପରେ ସେମାନେ ଘରକୁ ଫେରିଯାଇଥିଲେ । ଏହାପରେ ପୁଣିଥରେ ଟିକା ନେବାକୁ ଆସିଥିବା ବରିଷ୍ଠ ନାଗରିକମାନେ ବସିବାକୁ ସୁବିଧା ନଥିବାରୁ ପ୍ରାୟ 2 ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇଥିଲେ । ଏପରିକି ଦୁଇଘଣ୍ଟା ଧାଡିରେ ଠିଆ ହେବା ପରେ ସେମାନଙ୍କୁ ଟିକା ସରିଯାଇଛି ବୋଲି କୁହାଯାଇଥିଲା । ଯଦ୍ବାରା ଅନେକ ବ୍ୟକ୍ତି ଟିକାଦାନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।

ତେବେ କିଶୋର କିଶୋରୀଙ୍କ ସହ ବରିଷ୍ଠ ନାଗରିକଙ୍କୁ ଗୋଟିଏ ଧାଡିରେ ରଖିବା ଫଳରେ ଅନେକ ଅସୁବିଧା ହେଉଛି । ତେଣୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଧାଡିର ବ୍ୟବସ୍ଥା କରିବା ଓ ଆବଶ୍ୟକ ମୁତାବକ ଟିକା ମହଜୁଦ ରଖିବା ପାଇଁ ସେମାନେ ଦାବି କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.