ETV Bharat / state

କୋଟିଆ କଳି: ଓଡିଶା ବାଣ୍ଟୁଛି ଟିକା, ଆନ୍ଧ୍ର ଦେଉଛି ଭତ୍ତା - କୋଟିଆରେ ଟୀକକରଣ ଖବର

କୋଟିଆକୁ ନିଜ କବଜାରେ ନେବା ପାଇଁ ଚେଷ୍ଟା ଜାରି ରଖିଛି ଆନ୍ଧ୍ର । ଗୋଟିଏ ପଟେ କୋରାପୁଟ ଜିଲ୍ଲା ପ୍ରଶାସନ ଲୋକଙ୍କ ନିକଟକୁ ପହଞ୍ଚି କୋଭିଡ ଟୀକାକରଣ କରୁଥିବାବେଳେ ଅନ୍ୟପଟେ ଆନ୍ଧ୍ର କୋଟିଆବାସୀଙ୍କୁ ଆକର୍ଷିତ କଲା ଭଳି ଭତ୍ତା ବଣ୍ଟନ କରୁଛନ୍ତି । ଅଧିକ ପଢନ୍ତୁ...

kotia  issue
କୋଟିଆ କଳି: ଓଡିଶା ବାଣ୍ଟୁଛି ଟିକା,ଆନ୍ଧ୍ର ଦେଉଛି ଭତ୍ତା
author img

By

Published : Mar 2, 2021, 9:32 PM IST

କୋରାପୁଟ: କୋଟିଆକୁ ନେଇ ବିବାଦ ଥମିବାର ନା ନେଉ ନାହିଁ । କୋଟିଆକୁ ନିଜ କବଜାରେ ନେବା ପାଇଁ ଉଭୟ ଆନ୍ଧ୍ର ଓ ଓଡିଶା ଲୋକଙ୍କ ନିକଟତର ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଗୋଟିଏ ପଟେ କୋରାପୁଟ ଜିଲ୍ଲା ପ୍ରଶାସନ ଲୋକଙ୍କ ନିକଟକୁ ପହଞ୍ଚି ସେବା ପହଞ୍ଚାଉଥିବାବେଳ ଅନ୍ୟପଟେ ଆନ୍ଧ୍ର ମଧ୍ୟ କୋଟିଆବାସୀଙ୍କୁ ଆକର୍ଷିତ କଲା ଭଳି କାର୍ଯ୍ୟକ୍ରମ କରୁଛି ।

କୋଟିଆ କଳି: ଓଡିଶା ବାଣ୍ଟୁଛି ଟିକା,ଆନ୍ଧ୍ର ଦେଉଛି ଭତ୍ତା

ସାରା ଦେଶରେ କୋରୋନା ଟିକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ସୀମାନ୍ତ କୋଟିଆ ପଞ୍ଚାୟତରେ ମଧ୍ୟ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଉଛି । କୋଟିଆ ପଞ୍ଚାୟତରେ ଓଡିଶା ଟୀକା ପ୍ରଦାନ କରୁଥିବାବେଳେ ଆନ୍ଧ୍ର ପ୍ରଦାନ କରୁଛି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା । ଓଡିଶା ତୁଳନାରେ ଆନ୍ଧ୍ରର ଭତ୍ତା ଓ ଅନ୍ୟାନ୍ୟ ସେବାର ପରିମାଣ ଅଧିକ ହୋଇଥିବାରୁ କୋଟିଆବାସୀ ପ୍ରଲୋଭିତ ହୋଇ ଆନ୍ଧ୍ର ଶିକାର ହେଉଛନ୍ତି । ଓଡିଶାରେ ବାର୍ଦ୍ଧକ୍ୟ ଭତ୍ତା 500 ଟଙ୍କା ପ୍ରଦାନ କରାଯାଉଥିବାବେଳେ ଆନ୍ଧ୍ରରେ 2500 ଟଙ୍କା ପ୍ରଦାନ କରାଯାଉଛି । ଯାହା କୋଟିଆବାସୀ ଆନ୍ଧ୍ର ପ୍ରତି ଆକର୍ଷିତ ହେବା ମୁଖ୍ୟ କାରଣ ପାଲଟିଛି । କୋଟିଆ ପଞ୍ଚାୟତର ଫାଟୁସିନେରୀ ଓ ଫଗୁଣସିନେରୀ, ତଳଗଞ୍ଜେଇପଦର ଭଳି ଅଞ୍ଚଳରେ ଆନ୍ଧ୍ର ପ୍ରଶାସନ ଲୋକଙ୍କୁ ରାସ୍ତାଘାଟ ସହ ଶିକ୍ଷା,ସ୍ବାସ୍ଥ୍ୟସେବା,ବିଦ୍ୟୁତ ଯୋଗାଇଦେଇଛି । ସେହିପରି ଓଡିଶା ପ୍ରଶାସନ ଲୋକଙ୍କ ନିକଟକୁ ପହଞ୍ଚି ଜାତିଗତ ପ୍ରମାଣ ପତ୍ର ବଣ୍ଟନ ସହ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଛି ।

ସୂଚନାଥାଉକି ଓଡିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘ ବର୍ଷ ହେଲା କୋଟିଆକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । କୋଟିଆ ପଞ୍ଚାୟତର ଫାଟୁସିନେରୀ ଓ ଫଗୁଣସିନେରୀ ସମେତ ତଳଗଞ୍ଜେଇପଦରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଛି । ବର୍ତ୍ତମାନ ଏହାକୁ ନେଇ ଓଡିଶା ସରକାର ଏବେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି । ସୁପ୍ରିମକୋର୍ଟ ଓଡିଶା ସରକାରଙ୍କୁ ଜବାଦ ଦାଖଲ ପାଇଁ ସମୟ ପ୍ରଦାନ କରିଛନ୍ତି ।ଏ ଭଳି ସମୟରେ କୋଟିଆରେ ଉଭୟ ଓଡିଶା ଓ ଆନ୍ଧ୍ର ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.