ETV Bharat / state

ହିଟ୍ସ ମାରି ‘ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ’ କରିବା ଲକ୍ଷ୍ୟରେ କୋରାପୁଟ ଯୁବକ

କୋରାପୁଟ ଯୁବକ ରାଜେଶ କୁମାର ପରିଛା ଗୋଟିଏ ହାତରେ ନୃତ୍ୟ କରି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 1, 2021, 2:01 PM IST

ହିଟ୍ସ ମାରି ରେକର୍ଡ କରିବା ଲକ୍ଷ୍ୟରେ କୋରାପୁଟ ଯୁବକ

କୋରାପୁଟ: ଗୋଟିଏ ହାତରେ ନୃତ୍ୟ କରି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ କରିବା ଲକ୍ଷ୍ୟ । କୋରାପୁଟ ଯୁବକ ରାଜେଶ କୁମାର ପରିଛା ଗୋଟିଏ ହାତରେ ନୃତ୍ୟ କରି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ବାର ବର୍ଷ ପୂର୍ବେ ନୃତ୍ୟରେ କିଛି ନୂଆ ଆଣିବା ପାଇଁ ଗୋଟିଏ ହାତ ଉପରେ ଭାର ଦେଇ ଗୋଡ ଉପରକୁ ରଖି ଅଭ୍ୟାସ କରୁଥିବା ରାଜେଶ ଇତିମଧ୍ୟରେ ଗୋଟିଏ ହାତରେ 150 ଥର ପର୍ଯ୍ୟନ୍ତ ଗୋଡ ଛାଟିବାର ଦକ୍ଷତା ହାସଲ କରିସାରିଛନ୍ତି । ଏ ଦିଗର କ୍ରୀଡା କ୍ଷେତ୍ରରେ ଏକ ଅଭୂତପୂର୍ବ ସଫଳତା ହାସଲ କରିଥିବା ରାଜେଶଙ୍କୁ ପ୍ରଶିକ୍ଷକ ଦେଉଥିବା ସିମାଞ୍ଚଳ ମିଶ୍ର କହିଛନ୍ତି ।

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ଏକ ସାଙ୍ଗରେ 139 ହିଟ୍ସ ମାରିବାର ଉଦାହରଣ ଥିବାବେଳେ ବର୍ତ୍ତମାନ 150 ଟି ହିଟ୍ସ ସହ ଇଣ୍ଡିଆ ବୁକ ଓଫ ରେକର୍ଡ୍ସ ଓ ଏସିଆ ବୁକ ଅଫ ରେକର୍ଡ୍ସରେ ପ୍ରଦର୍ଶନ କରି ଲିମକା ବୁକ ଅଫ ରେକର୍ଡ୍ସରେ ସ୍ଥାନିତ ହେବା ପାଇଁ ଆବେଦନ କରିଥିବା ରାଜେଶ କହିଛନ୍ତି ।

ଏହି କ୍ରୀଡା କ୍ଷେତ୍ରରେ 170 -180 ହିଟ୍ସ ମାରି ଅନ୍ତତଃ ପକ୍ଷେ ଆସନ୍ତା କୋଡିଏ ବର୍ଷ ପାଇଁ ଅଜେଯ ହୋଇ ରହିବାର ଲକ୍ଷ ରଖିଥିବା ରାଜେଶ କୋରାପୁଟ ମୁନିସିପାଲିଟି ଜିମ୍ନାଜିଅମରେ ଭାର ଉତ୍ତୋଳନ ଓ ଅନ୍ୟାନ୍ୟ ବ୍ୟାୟାମ ଶିକ୍ଷା କରିଛନ୍ତି । ଏହାସହ ନିଜର ଏହି ସାଧାନାକୁ ଉନ୍ନତତର କରି ସଫଳତା ହାସଲ କରିବା ଜିମ୍ନାଜିଅମ ପାଇଁ ଗର୍ବର ବିଷୟ ହେବା ସହ ସାଥି କ୍ରୀଡାବିତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଜିମ୍ନାଜିଅମର ସଭାପତି ଭବାନୀ ଶଙ୍କର ମିଶ୍ର ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.