ETV Bharat / state

ବୟସର ଅପରାହ୍ନରେ ଆଦିବାସୀ ଶିଳ୍ପୀ ସନ୍ୟାସୀ, ଜଗା ସେବାରେ ସମର୍ପି ଦେଇଛନ୍ତି ଜୀବନ

author img

By

Published : Jun 6, 2022, 4:52 PM IST

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥ ନିର୍ମାଣ କାର୍ଯ୍ୟରେ ନି ଜକୁ ନିୟୋଜିତ କରିଛନ୍ତି 75 ବର୍ଷୀୟ ଆଦିବାସୀ ଶିଳ୍ପୀ ସନ୍ୟାସ ମାଝୀ । ବୟସର ଅପରାହ୍ନରେ ବି କଷ୍ଟକୁ ତୁଚ୍ଛ କରି ଜଗା ସେବାରେ ସମର୍ପି ଦେଇଛନ୍ତି ନିଜକୁ । ଅଧିକ ପଢନ୍ତୁ

ଜଗା ସେବା ସମର୍ପିତ ଜୀବନ
ଜଗା ସେବା ସମର୍ପିତ ଜୀବନ

କୋରାପୁଟ: ପାଖଉଛି କାଳିଆର ଘୋଷଯାତ୍ରା । ଦିନ ଯେତିକି ପାଖଉଛି ପ୍ରସ୍ତୁତି ସେତିକି ଆଗଉଛି । ରଥରେ ବସି ଭକ୍ତକୁ ଦର୍ଶନ ଦେବେ କାଳିଆ ସାଆନ୍ତେ । ଏ ନେଇ ଶ୍ରୀକ୍ଷେତ୍ରଠୁ, ଶାବର ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠିଛି । ଜୋରଦାର ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥ ନିର୍ମାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି 75 ବର୍ଷୀୟ ଆଦିବାସୀ ଶିଳ୍ପୀ ସନ୍ୟାସ ମାଝୀ । ବୟସର ଅପରାହ୍ନରେ ବି କଷ୍ଟକୁ ତୁଚ୍ଛ କରି ଜଗା ସେବାରେ ସମର୍ପି ଦେଇଛନ୍ତି ଜୀବନ ।

ଜଗା ସେବା ସମର୍ପିତ ଜୀବନ

ଜଗନ୍ନାଥଙ୍କ କୃପା, ବାପାଙ୍କ ନିର୍ଦ୍ଦେଶନା ଓ ନିଜର ନିସ୍ବାର୍ଥପୂର୍ଣ୍ଣ ଅଭ୍ୟାସ ବଳରେ ରଥ ନିର୍ମାଣ କରୁଛନ୍ତି ଆଦିବାସୀ ଶିଳ୍ପୀ ସନ୍ୟାସୀ ମାଝୀ । ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିରରେ ରୋଷେଇଶାଳରେ ରନ୍ଧନ କାର୍ଯ୍ୟଠାରୁ ଆରମ୍ଭ କରି ମନ୍ଦିର ଓ ରଥ ଉପରେ ଦେବ ସେବା ଯୋଗାଇ ଦେବାରେ ଆଦିବାସୀଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଆସିଛି । ଦୀର୍ଘ ବର୍ଷ ଧରି ଗୋଟିଏ ରଥ ଗଡି ଚାଲିଥିବା ବେଳେ 2019ରେ ପ୍ରଥମଥର ପାଇଁ ତିନୋଟି ରଥ ନିର୍ମାଣ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ଧରି ସାଧାରଣ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇପାରିନଥିଲା ରଥଯାତ୍ରା । ଚଳିତ ବର୍ଷ କୋରାପୁଟରେ ତିନି ରଥକୁ ନେଇ ଆୟୋଜିତ ହେଉଛି ରଥାଯାତ୍ରା । ତେଣୁ ବର୍ତ୍ତମାନ ପୁଣିଥରେ ସନ୍ୟାସୀ ମାଝୀ ତାଙ୍କ ସାଥିଙ୍କ ସହ ରଥ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ପିଲାଟି ଦିନୁ ବାପାଙ୍କୁ ଅନୁକରଣ କରିଥିଲେ । ବାପାଙ୍କଠୁ ନିହାଣ ଧରିବା ଶିଖିଥିଲେ ସେ । ନବରଙ୍ଗପୁରରେ 1975ରେ ରଥ କାର୍ଯ୍ୟରେ ସହଯୋଗୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ସନ୍ୟାସୀ । ଖାଲି କୋରାପୁଟ ନୁହେଁ କଳାହାଣ୍ଡି ଜିଲ୍ଲାର ଲଡୁଗାଁ, ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଓ ନବରଙ୍ଗପୁରଠାରେ ରଥ ନିର୍ମାଣ କରିବାରେ ବର୍ଷ ବର୍ଷ ଧରି ଅଭିଜ୍ଞତା ହାସଲ କରିଛନ୍ତି ଶିଳ୍ପୀ ସନ୍ୟାସୀ । ଅଭିଜ୍ଞତାର ସ୍ପର୍ଶରେ ସିଦ୍ଧ ହୋଇଥିବା ହାତ ବର୍ତ୍ତମାନ କୋରାପୁଟର ତିନି ରଥ ନିର୍ମାଣରେ ସ୍ପର୍ଶ ଦେଉଛନ୍ତି । ଏହାକୁ ଜଗନ୍ନାଥଙ୍କ ସେବା ବୋଲି ସନ୍ୟାସୀ କହିଥିବା ବେଳେ ଜଣେ ଆଦିବାସୀ ବ୍ୟକ୍ତି ଦିବ୍ୟ ରଥ ନିର୍ମାଣ କାର୍ଯ୍ୟ କରିବା ସ୍ତରକୁ ପହଞ୍ଚିବା ଜଗନ୍ନାଥଙ୍କ କୃପା ବୋଲି କୁହାଯାଇଛି ।

ମନ୍ଦିର ଆରମ୍ଭ ହେବା ଦିନଠାରୁ କୋରାପୁଟର ଶ୍ରୀ ଜଗନ୍ନାଥ ମନ୍ଦିରରେ ସମସ୍ତ କାର୍ଯ୍ୟରେ ଆଦିବାସୀଙ୍କ ପ୍ରାଧାନ୍ୟତା ରହି ଆସିଛି । ବର୍ତ୍ତମାନ ଦିବ୍ୟ ରଥ ନିର୍ମାଣରେ ସନ୍ୟାସୀ ମାଝୀଙ୍କ ରୂପରେ ଜଣେ ଆଦିବାସୀ ଶିଳ୍ପୀ ଯୋଗ ଦେବା ଜଗନ୍ନାଥଙ୍କ ଅପାର ଲୀଳା ନୁହେଁ ତ ଆଉ କଣ । ରଥ ନିର୍ମାଣ ଠାରୁ ଆରମ୍ଭ କରି ରଥ ଉପରେ ଛେରାପହଁରା ଓ ରଥରେ ପୂଜାର୍ଚ୍ଚନାରେ ଆଦିବାସୀଙ୍କ ପ୍ରତ୍ୟକ୍ଷ ଯୋଗଦାନ ଯୋଗୁଁ ଚଳିତ ବର୍ଷ କୋରାପୁଟରେ ପାଳିତ ହେଉଥିବା 50ତମ ରଥଯାତ୍ରା ରାଜ୍ୟବାସୀଙ୍କ ସହିତ ପଡୋଶୀ ଆନ୍ଧ୍ର ଓ ଛତିଶଗଡ଼ର ଜଗନ୍ନାଥ ପ୍ରେମୀଙ୍କୁ ଆକର୍ଷିତ କରିବ ବୋଲି ଆଶା ବ୍ୟକ୍ତ କରାଯାଉଛି । ବାସ୍ତବରେ 75 ବର୍ଷୀୟ ଶିଳ୍ପୀ ସନ୍ୟାସୀଙ୍କ ଜଗା ସେବା ପ୍ରଶଂସନୀୟ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.