ETV Bharat / state

କୋରାପୁଟ ବର୍ଷାରେ ନିଖୋଜ ଲଣ୍ଡନ ପର୍ଯ୍ୟଟକଙ୍କୁ କେମିତି ଖୋଜିଥିଲା ପୋଲିସ, ଦେଖନ୍ତୁ ଭିଡିଓ - କୋରାପୁଟ ଏସପି

କୋରାପୁଟ ଭୀଷଣ ବର୍ଷାରେ ନିଖୋଜ ହୋଇଥିବା ଲଣ୍ଡନ ପର୍ଯ୍ୟଟକଙ୍କୁ ଖୋଜିଥିଲା ପୋଲିସ । ଆଉ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ତେବେ କିଭଳି ହୋଇଥିଲା ପର୍ଯ୍ୟଟକ ରେସକ୍ୟୁ ଅପରେସନ ଦେଖନ୍ତୁ କୋରାପୁଟ ଏସପିଙ୍କ ସହ ସ୍ବତନ୍ତ୍ର ଆଲୋଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Aug 9, 2019, 7:15 PM IST

କୋରାପୁଟ: ଗତ ମଙ୍ଗଳବାର କୋରାପୁଟରେ ଲାଗି ରହିଥିଲା ଭୀଷଣ ବର୍ଷା । ଆଉ କୋରାପୁଟର ମାଛକୁଣ୍ଡକୁ ବୁଲିବାକୁ ଆସିଥିଲେ ସୂଦୁର ଲଣ୍ଡନରୁ 70 ବର୍ଷୀୟ ଅନନ୍ତ କୁମାର ଓ ତାଙ୍କ ପରିବାର । ପ୍ରବଳ ବର୍ଷା ଯୋଗୁଁ ଅନନ୍ତ କୁମାର ପରିବାର ସହ କେଉଁଆଡେ ନିଖୋଜ ହୋଇଗଲେ । ଲଣ୍ଡନରେ ଥିବା ଝିଅ ସୁଚିସ୍ମିତା କୋରାପୁଟ ଏସପିଙ୍କୁ ଯୋଗାଯୋଗ କରିଥିଲେ । ଶେଷରେ ବହୁ ଖୋଜାଖୋଜି ପରେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ପୋଲିସ । ପରେ ସେମାନଙ୍କୁ ଲଣ୍ଡନକୁ ପଠାଇ ଦିଆଯାଇଛି । ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ କୋରାପୁଟ ପୋଲିସ ପ୍ରଶଂସାର ପାତ୍ର ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ତେବେ କିଭଳି ଚାଲିଥିଲା ରେସକ୍ୟୁ ଅପରେସନ । ମାଓ ପ୍ରବଣ ଜିଲ୍ଲା ଭାବେ ପରିଚିତ କୋରାପୁଟ କିଭଳି ଉଦ୍ଧାର ହୋଇଥିଲେ ବିଦେଶୀ ପର୍ଯ୍ୟଟକ । ଏନେଇ ଜିଲ୍ଲା ଏସପି କନୱର ବିଶାଲ ସିଂଙ୍କ ସହ ବିସ୍ତୁତ ଆଲୋଚନା କରିଛନ୍ତି ଆମ କୋରାପୁଟ ସମ୍ବାଦଦାତା ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

Intro:ଜିଲ୍ଲା ଆରକ୍ଷୀ ଅଧିକ୍ଷକ କନ୍ୱର ଵିଶାଲ ସିଂ ଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ସୁଦୂର ଲଣ୍ଡନ ରୁ ଆସିଥିବା ଏକ ପରିବାର ସୁରକ୍ଷିତ ଭାବେ ଘରକୁ ଫେରିପାରିଥିବା ଯୋଗୁଁ ଶ୍ରୀ ସିଂ ଏବଂ ସର୍ବୋପରି କୋରାପୁଟ ପୋଲିସ ବହୁ ମାତ୍ରାରେ ପ୍ରଶଂସିତ ହୋଇଛନ୍ତି । Body:କୋରାପୁଟ ପୋଲିସ ପାଇଁ ଏହି ଅଭୂତପୂର୍ବ ସଫଳତା ମିଳିଛି ଗତ ବୁଧବାର ଦିନ ଯେତେବେଳେ ଭୀଷଣ ବର୍ଷାରେ ଲଣ୍ଡନ ରୁ ପର୍ଯ୍ୟଟକ ଭାବେ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଅଂଚଳକୁ ଆସି ହଜିଯାଇଥିବା ୭୦ ବର୍ଷୀୟ ଅନନ୍ତ କୁମାର ମହାନ୍ତି , ତାଙ୍କ ପତ୍ନୀ , ଝିଅ ଓ ଜ୍ବାଇଁଙ୍କ ପରିବାରକୁ ପୋଲିସ ସେହି ଅଂଚଳର ଏକ ଗାଁରୁ ଉଦ୍ଧାର କରିଥିଲେ । ମଙ୍ଗଳବାର ଦିନ ଏଗାର ଟା ବେଳୁ ଭୀଷଣ ବର୍ଷା ଯୋଗୁଁ ଏହି ପରିବାର ର ଟେଲିଫୋନ ସମ୍ପର୍କ ବାହ୍ୟଜଗତ ସହିତ କଟିଯାଇଥିଲା । ଲଣ୍ଡନ ରେ ଘରେ ଏକାକୀ ରହିଥିବା ଶ୍ରୀ ମହାନ୍ତିଙ୍କ ଝିଅ ସୁଚିସ୍ମିତା ରାତି ଏଗାରଟା ପର୍ଯ୍ୟନ୍ତ ତାଙ୍କ ପରିବା ସହିତ ସମ୍ପର୍କ ସ୍ଥାପନ କରିପାରିନଥିବା ଯୋଗୁଁ ବ୍ୟସ୍ତ ହୋଇଉଠିଥିଲେ । ତେବେ ଇଣ୍ଟରନେଟରେ କୋରାପୁଟ ପୋଲିସ ର ଟେଲିଫୋନ ନମ୍ବର ଖୋଜି ପାଇଥିଲେ ଓ ରାତି ୧୧ଟା୩୦ ବେଳକୁ ଆରକ୍ଷୀ ଅଧିକ୍ଷକ ଡକ୍ଟର ସିଂ ଙ୍କ ସହ ସମ୍ପର୍କ ସ୍ଥାପନ କରିଥଲେ । ମାଛକୁଣ୍ଡ ଅଂଚଳଟି ମାଓପ୍ରବଣ ହୋଇଥିଲେହେଁ ଡକ୍ଟର ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ ଖୋଜିବା ଆରମ୍ଭ କରିଥିଲା । ରାତିତମାମ ଭୀଷଣ ବର୍ଷା ଓ ଅନ୍ଧକାର ମଧ୍ୟରେ ସେହି ପରିବାର କୁ ଖୋଜିଚାଲିଥିବା ପୋଲିସ କୁ ବୁଧବାର ସକାଳେ ସଫଳତା ମିଳିଥିଲା । ସେହି ପରିବାର ମାଛକୁଣ୍ଡ ନିକଟ ଏକ ଗାଁରେ ମୋବାଇଲ ଫୋନ ସଂଯୋଗ ହୋଇପାରୁନଥିବା ସ୍ଥିତିରେ ରାତି କଟାଇଥିଲେ ।Conclusion:ପୋଲିସ ସେମାନଙ୍କୁ ଉଦ୍ଧାର କରିବା ପରେ ସେମାନେ ପୁଣିଥରେ ନିଜ ବାସଗୃହକୁ ସୁରକ୍ଷିତ ଭାବେ ଫେରିଯାଇଛନ୍ତି । କୋରାପୁଟ ପୋଲିସ ଓ ବିଶେଷ କରି ଡକ୍ଟର ସିଂ ଙ୍କ ତତ୍ପରତାରେ ଅତ୍ୟନ୍ତ ଖୁସି ହୋଇ ପରିବାର ବର୍ଗ ଟ୍ୱିଟ ମାଧ୍ୟମରେ କୃତଜ୍ଞତା ଜଣାଇଛନ୍ତି । ତେବେ ପ୍ରତିଟି ନାଗରିକ ଓ ଏହି ଅଂଚଳକୁ ଆସୁଥିବା ପର୍ଯ୍ୟଟକଙ୍କୁ ସୁରକ୍ଷା ଯୋଗାଇଦେବା କୋରାପୁଟ ପୋଲିସର ଦାୟିତ୍ୱ ଓ ଏହି ଦାୟିତ୍ୱକୁ ଉଚିତ ଭାବେ ସମ୍ପାଦିତ କରିପାରିଥିବା ଯୋଗୁଁ ଆନନ୍ଦିତ ବୋଲି ଆରକ୍ଷୀ ଅଧିକ୍ଷକ ମତ ରଖିଛନ୍ତି ।
.........
One to One with Dr.Kanwar Vishal Sing , SP , Koraput
...........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.