ETV Bharat / state

ଭକ୍ତି ଓ ପରାକ୍ରମର ଅକୁହା କଥା କହେ ସଲପା, ବୀରଶିଳା ବଖାଣୁଛି ଐତିହ୍ୟ

Ancient Age Stone in Salpa: ଜୟପୁର ବ୍ଲକ ଅନ୍ତର୍ଗତ ସଲପା ଗାଁର ଇଟାରେ ନିର୍ମିତ ବହୁ ପୁରାତନ ଶିବ ମନ୍ଦିର । ମନ୍ଦିର ପରିସରରେ ବୀରଶିଳା ବଖାଣୁଛି ପୁରାତନ ଯୁଗର ବୈଶିଷ୍ଠ୍ୟ । ଅଧିକ ପଢ଼ନ୍ତୁ

ବୀରଶିଳା ବଖାଣୁଛି କୋରାପୁଟର ଐତିହ୍ୟ
ବୀରଶିଳା ବଖାଣୁଛି କୋରାପୁଟର ଐତିହ୍ୟ
author img

By ETV Bharat Odisha Team

Published : Dec 27, 2023, 6:56 AM IST

ବୀରଶିଳା ବଖାଣୁଛି କୋରାପୁଟର ଐତିହ୍ୟ

କୋରପୁଟ: ପୂର୍ବ କାଳର ଲୋକଙ୍କ ଆସ୍ଥାର ଓ ପରାକ୍ରମର ମୁକ ସାକ୍ଷୀ ସାଜିଥିଲା ଜୟପୁର ବ୍ଲକ ସଲପା ଗାଁର ଇଟାରେ ନିର୍ମିତ ଏକ ବହୁ ପୁରାତନ ଶିବ ମନ୍ଦିର । କିନ୍ତୁ କାଳକ୍ରମେ ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାରେ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡି ରହିଥିଲା । ହେଲେ ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇନଥିଲେ । ପୁରାତନ କୀର୍ତ୍ତିରାଜିର ସୁରକ୍ଷା ପ୍ରଦାନ କରିବା ପାଇଁ ସଲପା ସମେତ ଏହି ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକ ହାତରେ ହାତ ମିଶାଇଥିଲେ । 12 ଲକ୍ଷ ଟଙ୍କା ବ୍ୟୟରେ ଏହାର ପୁନରୁଦ୍ଧାର କରି ଏକ ନୂତନ ମନ୍ଦିର ସ୍ଥାପନା କରିଛନ୍ତି । ଏବେ ଏହି ମନ୍ଦିର ପରିସରରେ ବିକ୍ଷିପ୍ତ ଭାବେ ପଡିଥିବା କିଛି ବୀରଶିଳା ଏବେ ବି ଖୋଲା ଆକାଶ ତଳେ ପଡ଼ି ରହିଛି ।

ଏଠାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ମନ୍ଦିର ମଧ୍ୟରେ ପ୍ରଭୁ ଚନ୍ଦ୍ରଶେଖର ଏବଂ ମାତା ପାର୍ବତୀ ପୂଜା ପାଉଥିବା ବେଳେ ବାହାରେ ଚଣ୍ଡୀ ଚାମୁଣ୍ଡା, ଚଉଷଠି ଯୋଗିନୀ, ନବ ଗ୍ରହଙ୍କ ଭଳି ଅନେକ ଦେବାଦେବୀ ପୂଜା ପାଉଛନ୍ତି । ମୂର୍ତ୍ତିରେ ଚିତ୍ରିତ ଅଳଙ୍କାର ଓ ଗଢ଼ଣକୁ ଦେଖିଲେ ଏହା ଷଷ୍ଠ-ସପ୍ତମ ଶତାବ୍ଦୀ ସମୟର ହୋଇଥିବାର ଅନୁମାନ କରାଯାଉଛି । ଜିଲ୍ଲାର ସଲପା, ନନ୍ଦପୁର ତଥା ରଣ୍ଡାପାଲିରେ ମିଳୁଥିବା ବୀରଶିଳାରେ କେଉଁଠି ବୀର ଯୋଦ୍ଧାଙ୍କ ସିଂହ ସହ ଲଢେ଼ଇର ଚିତ୍ର ଖୋଦେଇ ହୋଇଛି ତ ଆଉ କେଉଁଠି ବୀର ଯୋଦ୍ଧା ଏକ ଖଡ୍‌ଗ ଧରି ଠିଆ ହୋଇଥିବା । ତେବେ ସଲପା ମନ୍ଦିର ପରିସରରେ ଉଭୟ ପୁରୁଷ ଓ ମହିଳା ମୂର୍ତ୍ତି ପୂଜା କରୁଥିବା ଦୃଶ୍ୟକୁ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି । ଏଭଳି ପୁରାତନ ପ୍ରସ୍ତରରେ ଧ୍ୟାନ ତଥା ପୂଜା କରିବା ମୁଦ୍ରାରେ ପ୍ରଦର୍ଶିତ ଚିତ୍ରକଳା କୋରାପୁଟ ଅଞ୍ଚଳରେ ପ୍ରଚଳିତ ଧର୍ମଧାରଣା, ଭାଗବତ ଚେତନାର ଏକ ଉଚ୍ଚତର ସ୍ତର ପ୍ରତି ଇଙ୍ଗିତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ..... ବୃନ୍ଦା କରାତଙ୍କୁ ମୀନାକ୍ଷୀ ଲେଖୀଙ୍କ ଜବାବ "ରାମ ଯାହାକୁ ଡାକିଛନ୍ତି, ସେମାନେ ହିଁ ପହଞ୍ଚିବେ"

ଏନେଇ କୋରପୁଟ ଅଞ୍ଚଳର ଖ୍ୟାତି ସମ୍ପନ୍ନ ଟୁର୍‌ ଗାଇଡ଼ ଶରତ କୁମାର କହିଛନ୍ତି, ’’ଏହି ଶିଳା ଗୁଡିକର ସାମଞ୍ଜସ୍ୟତା ଖୋର୍ଦ୍ଧା ଅଞ୍ଚଳରେ ମିଳୁଥିବା ବୀରଶିଳା ସହ ରହିଛି । ବୀରଶିଳାରେ ଖୋଦେଇ ହୋଇଥିବା ଏହି ଚିତ୍ର ଗୁଡିକରେ ପ୍ରଦର୍ଶିତ ବ୍ୟକ୍ତି ବିଶେଷ ସେ ସମୟର ଯୋଦ୍ଧା , ରାଜା କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।’’ ତେବେ ଏଠାକାର ପୂଜକ ଶଶାଙ୍କ ଦାସ କହିଛନ୍ତି, "ଏଇ ମନ୍ଦିର କେତେ ପୁରୁଣା ଜଣା ନାହିଁ । କିନ୍ତୁ ସେ ଜାଣିଥିବା ତଥ୍ୟ ମୁତାବକ ତାଙ୍କ 7ରୁ 8 ପୁରୁଷ ଏଠାରେ ପୂଜା କରିଆସୁଛନ୍ତି । ତା’ ଆଗରୁ ମଧ୍ୟ ରାଜାଙ୍କ ଅମଳରୁ ଏଠାରେ ପୂଜା ହୋଇ ଆସୁଛି ।"

ଇଟିଭି ଭାରତ, କୋରପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.