ETV Bharat / state

ଦିବ୍ୟାଙ୍ଗଙ୍କୁ ନୂଆ ଜୀବନ ଦେଲା ଡିଡିଆରସି

author img

By

Published : May 8, 2022, 11:12 AM IST

ଦିବ୍ୟାଙ୍ଗଙ୍କ ପାଇଁ ସାହାରା ପାଲଟିଛି କୋରାପୁଟ ଜିଲ୍ଲା ପୁନର୍ବାସ କେନ୍ଦ୍ର । ପୋଡାଗଡ ପଞ୍ଚାୟତ ବାସିନ୍ଦା ଘନଶ୍ୟାମ ପାଞ୍ଜିଆଙ୍କ ଜୀବନରେ କୃତ୍ରିମ ଅଙ୍ଗ ପ୍ରଦାନ କରି ଏକ ନୂତନ ଆଶା ସଞ୍ଚରିତ କରିଛି DDRC । ଅଧିକ ପଢନ୍ତୁ

ଦିବ୍ୟାଙ୍ଗଙ୍କୁ ନୂଆ ଜୀବନ ଦେଲା ଡିଡିଆରସି
ଦିବ୍ୟାଙ୍ଗଙ୍କୁ ନୂଆ ଜୀବନ ଦେଲା ଡିଡିଆରସି

କୋରାପୁଟ: ଦିବ୍ୟାଙ୍ଗଙ୍କ ପାଇଁ ସାହାରା ପାଲଟିଛି କୋରାପୁଟ ଜିଲ୍ଲା ପୁନର୍ବାସ କେନ୍ଦ୍ର, ଡିଡିଆରସି । ଯାହାର ଗୋଡ ନାହିଁ ତାକୁ କୃତ୍ରିମ ଗୋଡ, ଯିଏ ଚାଲିବାକୁ ଅକ୍ଷମ ତାଙ୍କୁ ଅସ୍ଥିଶଲ୍ୟ ଜୋତା ପ୍ରଦାନ କରୁଛି ଡିଡିଆରସି । ଗତକାଲି ଏହି କେନ୍ଦ୍ର ପୋଡାଗଡ ପଞ୍ଚାୟତ ବାସିନ୍ଦା ଘନଶ୍ୟାମ ପାଞ୍ଜିଆଙ୍କ ଜୀବନରେ କୃତ୍ରିମ ଅଙ୍ଗ ପ୍ରଦାନ କରି ଏକ ନୂତନ ଆଶା ସଞ୍ଚରିତ କରିଛି । ଜିପ୍‌ ଡ୍ରାଇଭର ଭାବେ କାମ କରୁଥିବା ଘନଶ୍ୟାମ ଗତ କିଛିଦିନ ପୂର୍ବେ ଏକ ଦୁର୍ଘଟଣାରେ ବାମ ଗୋଡ ହରାଇ ବସିଥିଲେ । ଆଉ ଗାଡ଼ି ଚଲାଇ ନ ପାରିବାର କ୍ଷୋଭ ତାଙ୍କୁ ଗ୍ରାସ କରି ଆସୁଥିବା ବେଳେ ଡିଡିଆରସି ତାଙ୍କୁ ଆଜି କୃତ୍ରିମ ଗୋଡ ପ୍ରଦାନ କରି ନୂତନ ଜୀବନ ପ୍ରଦାନ କରିଛି ବୋଲି ସେ ଜଣାଇଛନ୍ତି । ବର୍ତ୍ତମାନ ଏହି କୃତ୍ରିମ ଗୋଡ଼ର ସାହାଯ୍ୟରେ ସେ ପୁଣିଥରେ ଗାଡ଼ି ଚଲାଇ ପାରିବେ ବୋଲି ଆଶା ପୋଷଣ କରିଛନ୍ତି ।

ଦିବ୍ୟାଙ୍ଗଙ୍କୁ ନୂଆ ଜୀବନ ଦେଲା ଡିଡିଆରସିଦିବ୍ୟାଙ୍ଗଙ୍କୁ ନୂଆ ଜୀବନ ଦେଲା ଡିଡିଆରସିଦିବ୍ୟାଙ୍ଗଙ୍କୁ ନୂଆ ଜୀବନ ଦେଲା ଡିଡିଆରସି

ଠିକ୍ ସେହିପରି ପିଲାଟି ବେଳୁ ଖଣ୍ଡିଆ ଗୋଡକୁ ନେଇ ଠିକ୍ ଭାବେ ଚାଲି ପାରୁନଥିଲେ ପାଇକ ଫୁଲବେଡା ଗାଁର କୁନି ଝିଅ ହିରିତା ପାଇକ । ତେବେ ଗତକାଲି ଡିଡିଆରସି ଠାରେ ଉପଯୁକ୍ତ ଜୋତା ପାଇ ଘରକାମ କରି ବିଦ୍ୟାଳୟକୁ ଯାଇପାରିବ ବୋଲି ସେ କହିଛନ୍ତି । ବର୍ଷ 2018ରେ ଆରବିଏସକେ ଦ୍ବାରା ଜିଲ୍ଲାର ବିଭିନ୍ନ ବ୍ଲକ ରୁ 43 ଜଣକୁ ପାଦ ଅସ୍ତ୍ରୋପଚାର ନିମନ୍ତେ ଚୟନ କରାଯାଇ ସେମାନଙ୍କ ମଧ୍ୟରୁ 34 ଜଣକୁ ଅସ୍ତ୍ରୋପଚାର କରାଯାଇ ଉପଯୁକ୍ତ ଜୋତା ପ୍ରଦାନ କରାଯାଇଛି ।

ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ଏହି କେନ୍ଦ୍ରରେ 10 ଜଣଙ୍କୁ ଅସ୍ଥିଶଲ୍ୟ ଜୋତା, ଜଣକୁ କୃତ୍ରିମ ଗୋଡ଼ ଓ 5 ଜଣଙ୍କୁ ସଂଯୋଗ ଅଙ୍ଗ ପ୍ରଦାନ କରାଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର ଜଣାଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ପ୍ରତି ବ୍ଲକରେ ଭିନ୍ନକ୍ଷମ ଚିହ୍ନଟ ଓ ସାର୍ଟିଫିକେଟ ପ୍ରଦାନ କୁ ତ୍ୱରାନ୍ୱିତ କରାଯାଉଥିବା ସେ ସୂଚନା ଦେଇଛନ୍ତି । ପ୍ରତି ବ୍ଲକରେ ସ୍ବତନ୍ତ୍ର ଶିବିର ଆୟୋଜନ କରି ଏହି କାର୍ଯ୍ୟ ସମ୍ପାଦିତ ହେଉଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.