ETV Bharat / state

କୋଟିଆ ଗସ୍ତ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, ଜିଲ୍ଲାବାସୀଙ୍କ କ୍ଷୋଭ ପ୍ରକାଶ

author img

By

Published : Jun 21, 2022, 10:01 PM IST

ଦୀର୍ଘ ଦିନ ଧରି ଓଡି଼ଶା ଓ ଆନ୍ଧ୍ର ମଧ୍ୟରେ କୋଟିଆ ଅଞ୍ଚଳକୁ ନେଇ ବିବାଦ ଲାଗି ରହିଛି । ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜାନ ଦୋରା କୋଟିଆର ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲାସା ଓ ତାଡିବାଲାସା ଗସ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ

କୋଟିଆ ଗସ୍ତ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, ଜିଲ୍ଲାବାସୀଙ୍କ କ୍ଷୋଭ ପ୍ରକାଶ
କୋଟିଆ ଗସ୍ତ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, ଜିଲ୍ଲାବାସୀଙ୍କ କ୍ଷୋଭ ପ୍ରକାଶ

କୋରାପୁଟ: ଦୀର୍ଘ ଦିନ ଧରି ଓଡି଼ଶା ଓ ଆନ୍ଧ୍ର ମଧ୍ୟରେ କୋଟିଆ ଅଞ୍ଚଳକୁ ନେଇ ବିବାଦ ଲାଗି ରହିଛି । ବାରମ୍ବାର କୋଟିଆ ଅଞ୍ଚଳ ଗସ୍ତ କରୁଛନ୍ତି ଆନ୍ଧ୍ରର ବିଭିନ୍ନ ଅଧିକାରୀ ଓ ନେତାଏ । ଏବେ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି । ରବିବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜାନ ଦୋରା କୋଟିଆର ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲାସା ଓ ତାଡିବାଲାସା ଗସ୍ତ କରିଛନ୍ତି ।

ଏହି କ୍ରମରେ ସେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର କରିଛନ୍ତି । ତା ସହିତ ସେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ମାନ୍ୟମ ଜିଲ୍ଲା ଗଠନ ପରେ କୋଟିଆକୁ ଆନ୍ଧ୍ରରେ ମିସାଇବା ପାଇଁ ନାନା କସରତ କରୁଛନ୍ତି ସେଠାକାର ସରକାର । ଏହାକୁ ନେଇ ଜିଲ୍ଲାବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଲୁଚି ଛପି କୋଟିଆ ଗସ୍ତ କରଥିବା ଅଭିଯୋଗ କରିଛନ୍ତି ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ । ଓଡ଼ିଶା ଲୋକଙ୍କୁ ଆନ୍ଧ୍ର ଯୋଜନାର ପ୍ରଲୋଭନ ଦେଖାଇବା ଆଦୌ ନ୍ୟାୟ ସଙ୍ଗତ ନୁହେଁ ବୋଲି ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ କହିଛନ୍ତି । ଆସନ୍ତା ବିଧାନସଭା ଅଧିବେଶନରେ ଏ ବାବଦରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.