ETV Bharat / state

ଲୋକନୃତ୍ୟ ଓ ସଙ୍ଗୀତରେ ଝୁମିଲା ପରବ ମଞ୍ଚ - parab utsav competition held today

ପରବ ମହୋତ୍ସବ 2019 ପାଇଁ ଚଳଚଞ୍ଚଳ କୋରାପୁଟ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ପ୍ରାରମ୍ଭିକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କୋରାପୁଟ ବିଧାୟକ ରଘୁରାମ ପଡାଲ ।

ଲୋକନୃତ୍ୟ ଓ ସଙ୍ଗୀତରେ ଝୁମିଲା ପରବ ମଞ୍ଚ
author img

By

Published : Nov 12, 2019, 7:27 PM IST

କୋରାପୁଟ: ରାଜ୍ୟସ୍ତରୀୟ ମହୋତ୍ସବ ପରବର ଜିଲ୍ଲାସ୍ତରୀୟ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ମଙ୍ଗଳବାର କୋରାପୁଟ ସାଂସ୍କୃତିକ ପରିଷଦ ମଞ୍ଚରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି ।

ଲୋକ ନୃତ୍ୟ ଓ ସଙ୍ଗୀତରେ ଝୁମିଲା ପରବ ମଞ୍ଚ

ଦୁଇଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ପ୍ରାରମ୍ଭିକ ସଭାରେ କୋରାପୁଟ ବିଧାୟକ ରଘୁରାମ ପଡାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରବ 24ବର୍ଷର ଗରିମାମୟ ଇତିହାସର ବର୍ଣ୍ଣନା କରିଥିଲେ । ଏହି ଉତ୍ସବ ମାଧ୍ୟମରେ ଲୁକ୍କାୟିତ କଳା ଓ ପ୍ରତିଭା ଲୋକଲୋଚନକୁ ଆସିପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।

ଏହି ପ୍ରତିଯୋଗିତାରେ ଜିଲ୍ଲାର 14ଟି ବ୍ଲକ ଓ 4ଟି ସହରାଞ୍ଚଳରୁ ବଛା ହୋଇ ଆସିଥିବା କଳାକାର ଲୋକନୃତ୍ୟ, ଲୋକ ସଙ୍ଗୀତ ଓ ପାରମ୍ପରିକ ବାଦ୍ୟର ଅଂଶ ଗ୍ରହଣ କରିଛନ୍ତି । ପାରମ୍ପରିକ ନୃତ୍ୟରେ ଆଧୁନିକ ମିଶ୍ରଣକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଭିନ୍ନ କଳାକାରଙ୍କ ଦ୍ବାରା ପରିବେଷଣ କରାଯାଇଥିବା ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ରାଜ୍ୟସ୍ତରୀୟ ମହୋତ୍ସବ ପରବ ର ଜିଲ୍ଲାସ୍ତରୀୟ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆଜି କୋରାପୁଟ ସାଂସ୍କୃତିକ ପରିଷଦ ମଞ୍ଚରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ
ହୋଇଯାଇଛି ।Body:ଦୁଇଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ପ୍ରାରମ୍ଭିକ ସଭାରେ କୋରାପୁଟ ବିଧାୟକ ରଘୁରାମ ପଡାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରବ ର ୨୪ ବର୍ଷର ଗରୀମାମୟ ଇତିହାସ ର ବର୍ଣନା କରି ଏହି ଉତ୍ସବ ମାଧ୍ୟମରେ ଲୁକ୍କାୟିତ କଳା ଓ ପ୍ରତିଭା ଲୋକଲୋଚନକୁ ଆସିପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାର ୧୪ଟି ବ୍ଲକ ଓ ୪ଟି ସହରାଞ୍ଚଳ ରୁ ବଛା ହୋଇ ଆସିଥିବା କଳାକାର ଲୋକ ନୃତ୍ୟ , ଲୋକ ସଙ୍ଗୀତ ଓ ପାରମ୍ପରିକ ବାଦ୍ୟର ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଛନ୍ତି । ପାରମ୍ପରିକ ନୃତ୍ୟରେ ଆଧୁନିକ ମିଶ୍ରଣ କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଭିନ୍ନ କଳାକାରଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । Conclusion:ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.