ETV Bharat / state

ମିଳିବ କି କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ? ସିବିଆଇ ତଦନ୍ତ ଦାବି କଲେ କୋରାପୁଟ ସାଂସଦ

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ କୋରାପୁଟ ସାଂସଦ । ଆଜି ସାଂସଦ ପୀଡିତାଙ୍କ ପରିବାରକୁ ଭେଟି ଏହି ଦାବି ଉଠାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Aug 8, 2019, 8:18 PM IST

କୋରାପୁଟ: କୁନ୍ଦୁଲି ନାବାଳିକା ଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି । କୋରାପୁଟ ସାଂସଦ ସପ୍ତଗିରି ଉଲାକା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ଆଜି ସାଂସଦ ପୀଡିତାଙ୍କ ପରିବାରକୁ ଭେଟିଥିଲେ । ପୀଡିତାଙ୍କ ମାଙ୍କ ସହ ଆଲୋଚନା କରିବା ସହ ଏହି ଘଟଣା ସିବିଆଇ ତଦନ୍ତ କରୁ ବୋଲି ଦାବି ଉଠାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ତେବେ ଗତ ଦେଢ ବର୍ଷ ତଳେ କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏପରିକି ଘଟଣାକୁ ନେଇ ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଘଟଣାର ଯାଞ୍ଚରେ ପୀଡିତାଙ୍କ ମା ଖୁସି ନ ଥିବା କହିବା ସହ ସେ ମଧ୍ୟ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଦେଢବର୍ଷ ପୂର୍ବେ କୁନ୍ଦୁଲି ଠାରେ ଏକ ନାବାଳିକାର ଗଣଧର୍ଷଣ ହୋଇଥିବା ଅଭିଯୋଗର ସିବିଆଇ ତଦନ୍ତ କରାଇବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିଛନ୍ତି ।Body:ଗଣଧର୍ଷଣ ର ଅଭିଯୋଗ ହେବାର କିଛି ମାସ ପରେ ମୂଷାଗୁଡାର ଏହି ନାବାଳିକା ଆତ୍ମହତ୍ୟା କରିଥିବା ଯୋଗୁଁ ଏହି ମାମଲା ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚିତ ହୋଇଥିଲା । ପୋଲିସ , ମାନବାଧିକାର କମିଶନ , ମହିଳା କମିଶନ ସେଠାକୁ ଆସିବା ସହିତ ଜଣେ ଜଜ ଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଇଥିଲା । ଆଜି ଶ୍ରୀ ଉଲାକା ମୂଷାଗୁଡା ଯାଇ ନାବାଳିକାର ମାଙ୍କ ସହ କଥାବାର୍ତା କରିଥିଲେ । ସମସ୍ତ ତଦନ୍ତ ସରିଥିଲେହେଁ ଏହାର ବାସ୍ତବ ସତ୍ୟକୁ ଉଜାଗର କରିବା ପାଈଁ ସିବିଆଇ ଦ୍ୱାରା ତଦନ୍ତ କରାଯିବା ଆବଶ୍ୟକ ବୋଲି ଶ୍ରୀ ଉଲାକା ମତ ରଖିଛନ୍ତି ।Conclusion:ନାବଳିକାର ମା ମଧ୍ୟ ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ କୁ ନେଇ ସନ୍ତୁଷ୍ଟ ନଥିବା ପ୍ରକାଶ କରି ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ।
..........
Byte : ସପ୍ତଗିରି ଉଲାକା , ସାଂସଦ
Byte : ନାବାଳିକାର ମା
...........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.